Share with
ପାଟଣାଗଡ଼(ପ୍ରିୟବ୍ରତ ସରାଫ): କେନ୍ଦ୍ର ସରକାର ଦିନକୁ ଦିନ ପେଟ୍ରୋଲ ଡିଜେଲ ସହ ରନ୍ଧନ ଗେସ ଦର ବୃଦ୍ଧି କରୁଥିବାରୁ ଖାଉଟି ମହଲରେ ଜନ ଅସନ୍ତୋଷ ପ୍ରକାଶ ପାଇଛି ତାର ପ୍ରତିବାଦରେ ଆଜି ପାଟଣାଗଡ଼ ବ୍ଲକ କଂଗ୍ରେସ ତରଫରୁ ପିସିସି ସଭ୍ୟ ଅନୀଲ ମେହେର ଙ୍କ ନେତୃତ୍ୱରେ ସ୍ଥାନୀୟ ରାମପୁର ଠାରୁ ଏକ ଅଭିନବ ସାଇକେଲ ଶୋଭାଯାତ୍ରାରେ ବାହାରି ସହର ଦେଇ ବ୍ଲକଛକ ପର୍ଯ୍ୟନ୍ତ ଯାଇ ରାସ୍ତାର ଉଭୟପାର୍ଶ୍ଵରେ ଥିବା ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିଥିଲେ। ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହି ଅଭିନବ ଶୋଭାଯାତ୍ରାରେ ପାଟଣାଗଡ଼ ବ୍ଲକ କଂଗ୍ରେସର ସଭାପତି ପତିତପାବନ ପ୍ରଧାନ ବରିଷ୍ଟ କଂଗ୍ରେସ ନେତା ସିଦ୍ଧାର୍ଥ ମିଶ୍ର ନଗର ସଭାପତି ଜୟକୃଷ୍ଣ ମେହେର ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ ବିଦ୍ୟା ମେହେର ଅରୁ ମେହେର ପ୍ରକାଶ ପଟନାୟକ ସତ୍ୟନାରାୟଣ ବକୁଳ ପ୍ରେମାସେଟ ଆଫରୁ ପାତ୍ର ତରୁଣ ବଂଛୋର ଯୁଧିଷ୍ଠିର ମହେର ସୁବନଖନ ଗୋପ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।