Home ଜୀବନଚର୍ଯ୍ୟା ଗାଈ ଯଦି କାନ୍ଦି-ବାର ଦେଖନ୍ତି,ତାହେଲେ ହୋଇଯାନ୍ତୁ ସାବଧାନ। ନଚେତ ବିପଦକୁ ସାମ୍ନା କରିପାରିବେନି..

ଗାଈ ଯଦି କାନ୍ଦି-ବାର ଦେଖନ୍ତି,ତାହେଲେ ହୋଇଯାନ୍ତୁ ସାବଧାନ। ନଚେତ ବିପଦକୁ ସାମ୍ନା କରିପାରିବେନି..

by Times One Odia
Share with
     
 
 
   

ଆମ ଭାରତ ବର୍ଷରେ ଗୋମାତାଙ୍କୁ ଦେବୀମାଙ୍କ ସହିତ ତୁଳନା କରାଯାଇଛି। ପୁରାଣ ଶାସ୍ତ୍ର ମାନଙ୍କରେ ଗୋମାତାଙ୍କ ଦେହରେ ୩୩ କୋଟି ଦେବତା ବାସ କରନ୍ତି ବୋଲି ବର୍ଣ୍ଣନା କରାଯାଇଛି। ଦୀପାବଳି ପର ଦିନ ତଥା ଗୋବର୍ଦ୍ଧନ ପୂଜାରେ ଗୋମାତାଙ୍କୁ ମୟୁର ପୋଙ୍ଖରେ ସଜାଇ ପୂଜା ଅର୍ଚ୍ଚନା କରାଯାଇଥାଏ। ଯଦି କୌଣସି ବ୍ୟକ୍ତି ଗାଈକୁ କଷ୍ଟ ଦିଏ ବା ମାରପିଟ କରେ ତେବେ ସେହି ବ୍ୟକ୍ତି ପାଇଁ ନର୍କ ଦ୍ୱାର ଖୋଲା ହୋଇଯାଏ ଓ କେତେ ଜନ୍ମ ଯାଏ ଦୁଃଖ କଷ୍ଟ ଭୋଗ କରିବାକୁ ପଡିଥାଏ। ଶାସ୍ତ୍ରରେ କୁହାଯାଇଛି ଆତ୍ମା ୮୪ ଲକ୍ଷ ଜନୀ ଭ୍ରମଣ କରେ |ଶେଷ ଜନୀ ଗାଈ ରୂପରେ ଜନ୍ମ ଗ୍ରହଣ କରିଥାଏ। ଲକ୍ଷ ଜନୀ ସ୍ୱରୂପ ଆତ୍ମାର ବିଶ୍ରାମ ସ୍ଥଳ ଗୋମାତାଙ୍କର ଜନୀ ହୋଇଥାଏ ଓ ସେଠାରୁ ଆତ୍ମା ଯାତ୍ରା ଆରମ୍ଭ କରି ବୈଜ୍ଞାନିକଙ୍କ ମତରେ ଗାଈ ଏକ ମାତ୍ର ପ୍ରାଣୀ ଯିଏକି ନିଶ୍ୱାସ ପ୍ରଶ୍ୱାସରେ ଅମ୍ଳଜାନ ଗ୍ରହଣ କରେ ଓ ଅମ୍ଳଜାନ ଛାଡେ। ଯାହାକି ମନୁଷ୍ୟ ସହିତ ସମସ୍ତ ପ୍ରାଣୀ ନିଶ୍ୱାସ ପ୍ରଶ୍ୱାସରେ ଅମ୍ଳଜାନ ଗ୍ରହଣ କରନ୍ତି ଓ ଅଙ୍ଗାରକାମ୍ଳ ଛାଡିଥାଆନ୍ତି |ସେହିପରି ବୃକ୍ଷ ଲତା ଗୁଡିକ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଛାଡ଼ିଥାନ୍ତି। ଶାସ୍ତ୍ର ଅନୁସାରେ ବ୍ୟକ୍ତି ଯାତ୍ରା କରୁଥିବା ସମୟରେ ଯଦି ଗାଈ ତାର ଆଚରଣ ବଦଳାଇ ଦେଇଥାଏ ତେବେ ଏହା କିଛି ବି-ଘ୍ନ ଘଟିବାର ସଂକେତ ଦେଇଥାଏ। । ଶକୁନ ଶାସ୍ତ୍ରରେ ମଧ୍ୟ ଗାଈ ସମ୍ବଦ୍ଧିତ ଶକୁନ ଓ ଅପଶକୁନ ବିଷୟରେ କୁହାଯାଇଛି।ପ୍ରାଚୀନ କାଳରେ ମୁନି ଋଷି ମାନେ ମଧ୍ୟଏହି ଶାସ୍ତ୍ରକୁ ମାନି ଚଳୁଥିଲେ। ତେବେ ଆସନ୍ତୁ ଜାଣିବା ଗାଈ ସମ୍ବଦ୍ଧିତ କିଛି ଶକୁନ ଓ ଅପଶକୁନ ସଂକେତ ବିଷୟରେ।

ରାତ୍ର ସମୟରେ ଗାଈ ବୋବାଳିଲେ ବା ହମ୍ବା ରୋଡି ଦେଲେ ତାହା ଶୁଭ ସଂକେତ ବୋଲି ମନାଯାଇଥାଏ। ସେହିପରି କୌଣସି ବ୍ୟକ୍ତି ଯାତ୍ରା କରୁଥିବା ସମୟରେ ଯଦି ଗାଈ ବାମ ପଟରେ ବୋବାଏ ତାହେଲେ ଏହା ଶୁଭ ସଂକେତ ହୋଇଥାଏ। କିନ୍ତୁ ଯଦି ଗାଈ ଅର୍ଦ୍ଧରାତ୍ରରେ କର୍କଶ ସ୍ୱରରେ ବୋବାଏ କିମ୍ବା କାନ୍ଦୁଥିବାର ଦେଖାଦିଏ ତାହେଲେ ଭୟ ବା ଆତଙ୍କ ଜନକ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ। ସେହିପରି ବ୍ୟକ୍ତି ଯାତ୍ରା କରୁଥିବା ସମୟରେ ଯଦି ଗାଈ ତାର ଖୁରାରେ ମାଟି ଖୋଳିବା ଦେଖନ୍ତି ତେବେ ଆଗକୁ କୌଣସି ଜଟିଳ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ। ସେହିପରି ବ୍ୟକ୍ତି ଯାତ୍ରା କରୁଥିବା ସମୟରେ ଯଦି ଗାଈକୁ କାନ୍ଦୁଥିବାର ଦେଖନ୍ତି ତାହେଲେ ଦୁର୍ଘ-ଟଣାର ସମୁଖୀନ ହୋଇ ପୀଡା ଭୋଗ କରିବାର ସଂକେତ ମିଳିଥାଏ। ବନ୍ଧୁଗଣ ଯାତ୍ରା କରୁଥିବା ସମୟରେ ଯଦି ଗାଈ ତାର ବାଛୁରୀକୁ ଦେଖିବା ପାଇଁ ବୋବାଉ ଥାଏ ତାହେଲେ ସେହି ବ୍ୟକ୍ତିର ସମସ୍ତ ଇଛା ପୂରଣ ହେବାର ସଂକେତ ଦେଇଥାଏ। ସେହିପରି ଯଦି ଗାଈର ପିଠି ଉପରେ ବହୁତ ଗୁଡିଏ ମାଛି ବସିବାର ଦେଖନ୍ତି ତାହେଲେ ବହୁତ ବର୍ଷା ହେବାର ସଂକେତ ମିଳିଥାଏ। ଏବଂ ଯାତ୍ରା କରୁଥିବା ସମୟରେ ଯଦି ଦୁଇଟି ମଇଁଷିକୁ ସାମ୍ନାରେ ଦେଖନ୍ତି ତାହେଲେ ଆଗକୁ କୌଣସି ବି-ପଦ ଅଛି ବୋଲି ସତର୍କ ରହିବା ଉଚିତ କିନ୍ତୁ ଯାତ୍ରା କରୁଥିବା ସମୟରେ ଯଦି ଷଣ୍ଢକୁ ବାମ ପଟରୁ ଡାହାଣ ପଟକୁ ଯାଉଥିବାର ଦେଖନ୍ତି କିମ୍ବା ସାମ୍ନାରେ ଠିଆ ହୋଇଥିବାର ଦେଖନ୍ତି ତାହେଲେ ଏହା ଅତ୍ୟନ୍ତ ଶୁଭ ସଂକେତ ବୋଲି ମନାଯାଇଥାଏ। ଏହିପରି ଦେଖିବା ଦ୍ୱାରା ବ୍ୟକ୍ତିର ସମସ୍ତ ଇଛା ପୂରଣ ହୋଇଥାଏ।

related posts

Leave a Comment