Home Breaking News / ତାଜା ଖବର ଆଜି ବଡ଼ମ୍ବା ନରସିଂହପୁରରେ ୩୧ କୋଭିଡ ପଜିଟିଭ : ନରସିଂହପୁର ରେ ଜଣଙ୍କର କୋଭିଡରେ ମୃତ୍ୟୁ

ଆଜି ବଡ଼ମ୍ବା ନରସିଂହପୁରରେ ୩୧ କୋଭିଡ ପଜିଟିଭ : ନରସିଂହପୁର ରେ ଜଣଙ୍କର କୋଭିଡରେ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଜି ବଡ଼ମ୍ବାରେ ୧୧ ଜଣ ଓ ନରସିଂହପୁର ରେ ୨୦ ଜଣ ସମୁଦାୟ ୩୧ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୃଷ୍ଟି କୋଭିଡ ଡ଼ାକ୍ତରଖାନାରେ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ନରସିଂହପୁର ନିଜିଗଡ଼ ପଣ୍ଡାସାହିର ଜଣେ ୭୫ ବର୍ଷୀୟ ବରିଷ୍ଠ ନାଗରିକଙ୍କର କୋଭିଡରେ ମୃତ୍ୟୁ ହୋଇଛି । ମୁଁ ଆଜି ବଡ଼ମ୍ବାରେ କାର୍ଯ୍ୟକ୍ରମ ସାରି ଫେରିବା ବେଳେ ସୁବ୍ରତ ମିଶ୍ରଙ୍କ ଠାରୁ ବୁଝିଥିଲି କାଲି ସକାଳେ କଟକରେ କୋଭିଡ ଗାଇଡ ଲାଇନ ଅନୁଯାୟୀ CMC ତତ୍ୱବାଧାନରେ ଦାହ କରାଯିବ । ବଡ଼ମ୍ବା କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ନୂଆତଇଳାରେ ଜଣେ ଭଦ୍ର ମହିଳାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି ।

ନରସିଂହପୁର ରେ ପାଇକବାରବାଟି ଗ୍ରାମ ପଞ୍ଚାୟତ ରୁ ୪ ଜଣ କାଠଖୁଣ୍ଟ ଗ୍ରାମ ପଞ୍ଚାୟତ ରୁ ୩ ଜଣ , ପାଇକପଡାପାଟଣାରୁ , ଦେବଭୂଇଁ , ନିମସାହି ଓ ବାଲିସାହି ରୁ ୨ଜଣ ଲେଖାଏଁ ଚିହ୍ନଟ ହେଲାବେଳେ କାନପୁର, ବୋକଡା, ଗୋଡିବନ୍ଧରୁ ବାକି ଚିହ୍ନଟ ହୋଇଛନ୍ତି ।

ବଡ଼ମ୍ବାଗଡ଼ ଗ୍ରାମ ପଞ୍ଚାୟତ ରୁ ୩ ଜଣ, ଶଙ୍ଖାମେରି ଗ୍ରାମ ପଞ୍ଚାୟତ ରୁ ୩ ଜଣ, ରତାପାଟ, ମାଣିଆବନ୍ଧ, ବାଣପୁର, ନୂଆତଇଳା, ସାନବାରସିଂଘାରୁ ବାକି ଚିହ୍ନଟ ହୋଇଛନ୍ତି ।

related posts

Leave a Comment