Home Breaking News / ତାଜା ଖବର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସାଇକେଲ ରାଲି

ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସାଇକେଲ ରାଲି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଲ୍ଲିକ): କେନ୍ଦ୍ର ସରକାର ଦିନକୁ ଦିନ ପେଟ୍ରୋଲ ଡିଜେଲ ସହ ରନ୍ଧନ ଗେସ ଦର ବୃଦ୍ଧି କରୁଥିବାରୁ ଖାଉଟି ମହଲରେ ଜନ ଅସନ୍ତୋଷ ପ୍ରକାଶ ପାଇଛି ତାର ପ୍ରତିବାଦରେ ଆଜି ବିନିକା ବ୍ଲକ କଂଗ୍ରେସ ସଭାପତି ରବିନ୍ଦ୍ର ହୋତା ନେତୃତ୍ୱରେ ସ୍ଥାନୀୟ ବିନିକା ସହର ତହସିଲ ଛକ ଠାରୁ ଏକ ଅଭିନବ ସାଇକେଲ ଶୋଭାଯାତ୍ରାରେ ବାହାରି ବିନିକା ସହର ପରିକ୍ରମା କରି ବ୍ଲକ୍ କାର୍ଯ୍ୟାଳୟ ରୁ ବସଷ୍ଟାଣ୍ଡ ଦେଇ ଏନ୍ ଏସି କାର୍ଯ୍ୟଳୟ , ଦେଇ ତହସିଲ କାର୍ଯ୍ୟାଳୟର ପହଞ୍ଚି ଥିଲେ । ରାସ୍ତାର ଉଭୟପାର୍ଶ୍ଵରେ ଥିବା ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିଥିଲେ। ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହି ଅଭିନବ ଶୋଭାଯାତ୍ରାରେ ଜିଲ୍ଲା କୃଷକ ସେଲ ସଭାପତି ନରେନ୍ଦ୍ର ପଣ୍ଡା, ପ୍ରଦିପ ସେଠି,ବିଜୟ ଭୋଇ, ମହେନ୍ଦ୍ର ଥନାପତି ,ଓ୍ଵାଇ ସାଇରାମ , ସୁରେନ୍ଦ୍ର ଵଗତ୍ତି ପ୍ରମୁଖ ଉପସ୍ଥିତ ଥିଲେ

related posts

Leave a Comment