Home Breaking News / ତାଜା ଖବର ବନ ମହୋତ୍ସବ ସାମୂହିକ ବୃକ୍ଷ ରୋପଣ ଅନୁଷ୍ଠିତ

ବନ ମହୋତ୍ସବ ସାମୂହିକ ବୃକ୍ଷ ରୋପଣ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ଟୁକୁନୁ ବିଶ୍ୱାଳ):କଙ୍କଡ଼ାହାଡ଼ ବ୍ଲକ ସଦର ମହକୁମାରେ ଅବସ୍ଥିତ କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗତ ଶୁକ୍ରବାର ପୂର୍ବାହ୍ନରେ ବନ ମହୋତ୍ସବ ସାମୁହିକ ବୃକ୍ଷ ରୋପଣ ଓ ୭୨ ତମ ବନମହୋତ୍ସବ ପାଳିତ ହୋଇଯାଇଛି ।କଙ୍କଡାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁଙ୍କ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ପରିଚାଳିତ କରିଥିଲେ ।କଙ୍କଡ଼ାହାଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କାର୍ତ୍ତିକ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଗେଶ୍ବର ପାତ୍ର ଅତିଥି ଭାବେ ପରିବେଶ ଉପଯୋଗୀ ବୃକ୍ଷ ରୋପଣ କରିଥିଲେ । କଙ୍କଡ଼ାହାଡ଼ ବନପାଳ ଅଜିତ କୁମାର ଦଳେଇ ଓ ତାଙ୍କର ଦୁଇ ସହଯୋଗୀ ଉପସ୍ଥିତ ରହି ବୃକ୍ଷ ରୋପଣ ପ୍ରଣାଳୀ ଅନୁଧ୍ୟାନ କରିବା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଦ୍ଵାରା ୫୦ରୁ ଉର୍ଦ୍ଧ ନିମ୍ବ, ଅଁଳା,ବେଲ, ପିଜୁଳି, ଲେମ୍ବୁ,ବଉଳ,ଜାମୁ, କଦମ୍ବ ଓ ଶିଶୁ ଆଦି ଚାରା ଯୋଗାଇ ଦିଆଯାଇଥିଲା ।କରୋନା କଟକଣା ଦୃଷ୍ଟିରୁ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀଙ୍କ ଅନୁପସ୍ଥିତିରେ ଉଭୟ ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ଯଥାକ୍ରମେ ଅଧ୍ୟାପକ ପ୍ରେମାନନ୍ଦ ନାୟକ ଓ ଲକ୍ଷ୍ମୀକାନ୍ତ ଶତପଥୀ, ମୂଖ୍ୟ କିରାଣୀ ବସନ୍ତ କୁମାର ସାହୁ, କର୍ମଚାରୀ ଅଭୟ କୁମାର ସାହୁ, ନିଳାମ୍ବର ପରିଡ଼ା, ପ୍ରଦୀପ କୁମାର ବେହେରା,ରବି ମହନ୍ତ, ମଣ୍ଟୁ ବାରି ଏବଂ ପୁର୍ବତନ ସ୍ବେଚ୍ଛାସେବୀ ସୂର୍ଯ୍ୟକାନ୍ତ ମହନ୍ତ, ଚିତ୍ରସେନ ମହନ୍ତ ପ୍ରମୁଖ ଚାରାଗଛ ଗୁଡ଼ିକୁ ସଫଳତାର ସହିତ ରୋପଣ ଓ ଜଳ ସିଞ୍ଚନ କରିଥିଲେ ।

related posts

Leave a Comment