Home Breaking News / ତାଜା ଖବର ସହକାରୀ ଯନ୍ତ୍ରୀଙ୍କ ବଦଳୀ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ

ସହକାରୀ ଯନ୍ତ୍ରୀଙ୍କ ବଦଳୀ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ):ଫୁଲ ବାଣୀ ପୂର୍ତ୍ତ ବିଭାଗ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଇଂ ସରୋଜ ପାଢି ଙ୍କ ବିରୁଦ୍ଧରେ ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ଅନ୍ୟତ୍ର ବଦଳୀ ଦାବୀ କରିଛନ୍ତି ଫୁଲବାଣୀ ବିଧାୟକ
ଅଙ୍ଗଦ କହଁର I ସହ କ।ରି ଯନ୍ତ୍ରୀ ଇଂ ସରୋଜ କୁମାର ପାଢୀ ଦୀର୍ଘ ୧୦ ବର୍ଷର ଉର୍ଦ୍ଧ୍ଵ ହେଲା ଫୁଲ ବ।ଣୀ ରେ ରହି ନାନା ଦୁର୍ନିତି , ଅନିୟମିତତା, ଓ ଅର୍ଥ ଫେର କରିଥିବା ସେ ଅ।ହୁରି ଅଭିଯୋଗ କରିଛନ୍ତି ।ଠିକାଦାରମାନଙ୍କୁ ଅଧିକ ପିସି ପାଇବ। ପାଇଁ ଜାଣିଶୁଣି ହଇରାଣ ହରକତ ମଧ୍ୟ କରୁଥିବା ଅଭିଯୋଗ କରିଛନ୍ତି। ସେହିପରି ତାଙ୍କ ବିରୁଦ୍ଧରେ ଫୁଲ ବାଣୀ ଟାଉନଥାନାରେ ଠିକାଦ।ରମାନଙ୍କ ସହ ମାରପିଟନେଇ ଅନେକ ଫୌଜଦାରୀ ମାମଲା ରହିଥିବା ବିଧାୟକ କହଁର ଚିଠିରେ ଉଲ୍ଲେଖ କରିଛନ୍ତି।
ଏଣୁ,ଯନ୍ତ୍ରୀ ପାଢି ଙ୍କୁ ତୁରନ୍ତ ଏଠାରୁ ଅନ୍ୟତ୍ର ବଦଳୀ କରିବା ଲାଗି ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ତେବେ ଏହି ଯନ୍ତ୍ରୀ ଜଣକ ବିରୁଦ୍ଧରେ ପୂର୍ବରୁ ଭିଜିଲାନ୍ସ ପକ୍ଷରୁ ମଧ୍ୟ ମାମଲା ରୁଜ୍ଜୁ ହୋଇଥିଲା। ଯନ୍ତ୍ରୀଙ୍କ ଦୁର୍ନିତୀ କାରବାର ସଂପର୍କରେ ଜାଣି ମଧ୍ୟ କିଏ କାହିକି ଓ କଣ ପାଇଁ ଏଠାକୁ ଦ୍ୱିତୀୟଥର ପାଇଁ ପୋଷ୍ଟିଙ୍ଗ କଲା ଜଣ।ପଡିନଥିଲେ ବି ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଙ୍କ ବାହୁ ଛାୟା ତଳେ ରହି ସେ ଖୋଲାଖୋଲି ଦୁର୍ନିତୀଚଳାଇଥିବା ଶୁଣିବାକୁ ମିଳୁଛି ।
ସେହିପରି ବିଭାଗର ଅନ୍ୟଜଣେ ଇଂପୃଷ୍ଟି ମଧ୍ୟ ନିମ୍ନମାନର କାର୍ଯ୍ୟ କରିବା ସହ ବ୍ୟାପକ ଅନିୟମିତତା କରୁଥିବା ଅଭିଯୋଗ ହେଉଛି । କେବଳ ଏହି ଜଣେ ଯନ୍ତ୍ରୀ ନୁହନ୍ତି ବିଭାଗରେ ତଳୁ ଉପର ଯାଏ ଚାଲିଥିବା ଅସରନ୍ତି ଦୁର୍ନିତୀ, ଅନିୟମିତତାର ଭିଜିଲାନ୍ସ ତଦନ୍ତ କରାଗଲେ ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।

related posts

1 comment

Deepak Kumar majhi July 8, 2021 - 12:49 pm

👍

Reply

Leave a Comment