Home Breaking News / ତାଜା ଖବର ସଡକ ଦୁର୍ଘଟଣାରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର

ସଡକ ଦୁର୍ଘଟଣାରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ(ଗୁରୁଦତ୍ତ ମହାନ୍ତି): କଟକରେ ସଡକ ଦୁର୍ଘଟଣାରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର ଆହତ। କଟକ ପାରାଦୀପ ମୁଖ୍ୟ ରାସ୍ତା ଚାଉଳିଆଗଞ୍ଜ ଗାନ୍ଧୀ ଛକ ନିକଟରେ ସଡକ ଦୁର୍ଘଟଣା ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଅବସ୍ତାରେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଓଏମ୍ ପି ଛକ ରୁ କିଶନ ନଗର ଆଡକୁ ଯାଉଥିବା ଏକ ମାଲ୍ ବୋଝଇ ଟ୍ରକ୍ ମୋଟର ସାଇକେଲ ର ପଛପଟୁ ଧକା ଦେଇଥିଲା। ଧକ୍କା ଦେବା ଫଳରେ ଉଭୟ ସ୍ବାମୀ ସ୍ତ୍ରୀ ତଳେ ପଡିଯାଇଥିଲା ବେଳେ ଟ୍ରକ ର ପଛଚକା ମହିଳାଙ୍କ ଉପରେ ଚଢି ଯାଇଥଲା। ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା।ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ଡ୍ରାଇଭର ଏବଂ ହେଲପର୍ କୁ ଚାଉଳିଆଗଞ୍ଜ ଥାନା ପୋଲିସ ଅଟକ ରଖିବା ସହ ଟ୍ରକ୍ କୁ ଜବତ କରି ତଦନ୍ତ ଚଳାଇଛି।

related posts

1 comment

Deepak Kumar majhi July 8, 2021 - 4:55 pm

👍👍👍

Reply

Leave a Comment