Home Breaking News / ତାଜା ଖବର ଜମିବାଡ଼ି ବିବାଦ: ପୁତୁରା ମାଡ଼ରେ ଦାଦା ମୃତ

ଜମିବାଡ଼ି ବିବାଦ: ପୁତୁରା ମାଡ଼ରେ ଦାଦା ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ଏକ ଜମିବାଡ଼ି ବିବାଦକୁ ନେଇ ପୁତୁରାର କାଠ ଫାଳିଆ ମାଡ଼ରେ ଦାଦାଙ୍କ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ରଣବା ପଞ୍ଚାୟତ ଏରିକୁଟା ଗ୍ରାମର ହରି ନାୟକ(୫୦) ଙ୍କୁ ତାଙ୍କ ପୁତୁରା ବିପ୍ର ନାୟକ (୪୦) ଏକ କାଠ ଫାଳିଆରେ ମୁଣ୍ଡ, ମୁହଁକୁ ମାରିଥିବା ଯୋଗୁଁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ।ଏଥି ପୁର୍ବରୁ ଜମିବାଡ଼ି ନେଇ ଝଗଡ଼ ହୋଇଥିବା ଜଣାପଡିଛି।ପୁତୁରା ଏହି ଭଳି ନୃସିଂହ କାଣ୍ଡ ଘଟାଇଥିବା ବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏହି ଘଟଣାଟି ବୁଧବାର ୩ ଟା ସମୟରେ ଗାଁ ରେ ଘଟିଥିଲା। ଗୁରୁବାର ରାଇକିଆ ପୋଲିସଙ୍କୁ ଖବର ଜଣାଯାଇଛି। ଏରିକୁଟା ଗ୍ରାମବାସୀ ଏବଂ ଘର ଲୋକ ହରିଙ୍କ ମୃତ ଦେହକୁ ରାଇକିଆ ମେଡିକାଲ୍ ଆଣିଥିଲେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।ଏନେଇ ରାଇକିଆ ଥାନାରେ ୬୬/୨୧ ରେ ଏକ କେସ୍ କରାଯାଇଛି।ଏହି ଖବର ପାଇ ଜି ଉଦୟଗିରି ଏସଡିପିଓ ଡି ତିରୁପତି ରାଓ ପଟ୍ଟନାୟକ ରାଇକିଆ ଥାନାରେ ପହଞ୍ଚି ଥିବାବେଳେ ରାଇକିଆ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ଟିମ୍ ଙ୍କ ସହ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନି କୁକୁର ଘଟଣା ସ୍ଥଳ ରଣବା ପଞ୍ଚାୟତକୁ ଗସ୍ତରେ ଯାଇ ଅଧିକା ଅନୁସନ୍ଧାନ କରାଯିବା ପାଇଁ ରାଇକିଆ ଥାନା ପକ୍ଷରୁ ସୂଚନା ଦିଆଯାଇଛି।

related posts

1 comment

Deepak Kumar majhi July 8, 2021 - 12:50 pm

👍

Reply

Leave a Comment