Home Breaking News / ତାଜା ଖବର ଚା ବଗିଚାର ଶ୍ରମିକ ଏବେ ମୋଦୀଙ୍କ କ୍ୟାବିନେଟରେ, ଜାଣନ୍ତୁ କେନ୍ଦ୍ରମନ୍ତ୍ରୀ ଜନ୍ ବାର୍ଲାଙ୍କ ସଂଘର୍ଷର କାହାଣୀ

ଚା ବଗିଚାର ଶ୍ରମିକ ଏବେ ମୋଦୀଙ୍କ କ୍ୟାବିନେଟରେ, ଜାଣନ୍ତୁ କେନ୍ଦ୍ରମନ୍ତ୍ରୀ ଜନ୍ ବାର୍ଲାଙ୍କ ସଂଘର୍ଷର କାହାଣୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୋଦୀଙ୍କ କ୍ୟାବିନେଟ୍‌ରେ ସବୁଠାରୁ ବଡ ସଂପ୍ରସାରଣ ହୋଇଛି । ଶପଥ ନେଇଛନ୍‌ତି ୪୩ ମନ୍ତ୍ରୀ । ଏହାରି ଭିତରେ ଜଣେ ହେଉଛନ୍ତି ଜନ୍ ବାର୍ଲା । ତାଙ୍କୁ ସଂଖ୍ୟାଲଘୁ ବ୍ୟାପାର ବିଭାଗର ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି । ବଙ୍ଗଳାର ଏହି ସାଂସଦ ଏବେ ମୋଦୀଙ୍କ କ୍ୟାବିନେଟରେ ସ୍ଥାନ ପାଇବା ପରେ ସାରାଦେଶରେ ଚର୍ଚା ଖୁବ ଜୋର ଧରିଛି । କିଛି ବର୍ଷ ଆଗରୁ ଜନ୍ ବାର୍ଲା ପଶ୍ଚିମବଙ୍ଗର ଚା ବଗିଚାରେ ଶ୍ରମିକ ଭାବେ କାମ କରୁଥିଲେ । ଏଥିରୁ ଯାହା ରୋଜଗାର ହେଉଥିଲା ସେଥିରେ ପରିବାର ବି ଚଳୁଥିଲା । ତାଙ୍କର ବାପାଙ୍କ ନାମ ଥୋମାସ ବାର୍ଲା । ସେ ଜଳପାଇଗୁଡି ଜିଲ୍ଲାର ବନାରହାଟ ଲଖମୀପୁରା ଚା ବଗିଚାରେ ବାପାଙ୍କ ସହ କାମ କରୁଥିଲେ । ଅଷ୍ଟମ ଯାଏଁ ପାଠ ପଢିବା ପରେ ପାଠରୋ ଡୋରି ବନ୍ଧା ହେଲା । ଏହା ପରେ ସେ ବାପାଙ୍କ ସହ ଚା ବଗିଚାରେ କାମ କରୁଥିଲେ । ୨୦୦୭ ମସିହା ଯାଏଁ ସେ ଚା ବଗିଚାରେ ଡ୍ରାଇଭର ଭାବେ କାମ କରୁଥିଲେ । ତାଙ୍କୁ ଅନ୍ୟ ଶ୍ରମିକଙ୍କ ପରି ଦରମା ମିଳୁଥିଲା । ଏହା ପରେ ସେ ଗୋର୍ଖାଲାଣ୍ଡ ଆନ୍ଦୋଳନରେ ସାମିଲ ହୋଇଥିଲେ । ଧୀରେ ଧୀରେ ପୁରା ଅଂଚଳରେ ଜଣେ ଆଦିବାସୀ ଚେହେରା ଭାବେ ଜଣାଶୁଣା ହୋଇଗଲେ । ୨୦୧୯ ସେ ବିଜେପି ଟିକେଟରେ ଅଲିପୁରଦ୍ୱାର ଆସନରୁ ଲୋକସଭାକୁ ଆସିଥିଲେ । ଏବେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଉପରେ ଦେଖାଇଛନ୍ତି ବଡ ଆସ୍ଥା । ଆଉ ଜନ୍ ବାର୍ଲା ଏବେ କ୍ୟାବିନେଟରେ ମନ୍ତ୍ରୀ ପଦରେ ଆସୀନ । ଦିନେ ଚା ବଗିଚାର ଶ୍ରମିକ ଆଜି କେନ୍ଦ୍ରରେ ମନ୍ତ୍ରୀ ବନିବା ସାରାଦେଶରେ ଚର୍ଚା ପାଲଟିଛି ।

related posts

1 comment

Deepak Kumar majhi July 8, 2021 - 10:51 am

👍👍

Reply

Leave a Comment