Home Breaking News / ତାଜା ଖବର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ସରକାରଙ୍କ ବ୍ୟାପକ ଦୁର୍ନୀତି ପ୍ରତିବାଦରେ ବିଜେପିର ବ୍ଲକ ଘରାଉ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ସରକାରଙ୍କ ବ୍ୟାପକ ଦୁର୍ନୀତି ପ୍ରତିବାଦରେ ବିଜେପିର ବ୍ଲକ ଘରାଉ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାଶୀନଗର(ପ୍ରଶାନ୍ତ ସାହୁ): ଗଜପତି ଜିଲ୍ଲା ପ୍ରଧାମନ୍ତ୍ରୀ ଆବାସ ଯୋଜନା ନରେନ୍ଦ୍ର ମୋଦିଙ୍କ ମହତ୍ତ୍ୱପୂର୍ଣ୍ଣ ଜନକଲ୍ୟାଣ ଯୋଜନା ମଧ୍ୟରେ ଅନ୍ୟତମ। ୨୦୨୨ ସୁଦ୍ଧା ଭାରତର ସବୁ ବାସହୀନ ଲୋକଙ୍କୁ ପକ୍କାଛାତ ଘର ଯୋଗାଇବା ଏହି ଯୋଜନା ର ମୂଳଲକ୍ଷ୍ୟ। କିନ୍ତୁ ଏହି ଯୋଜନାକୁ ଓଡିଶା ସରକାର ଗତିହରା କରିଥିବା ଅଭିଯୋଗ କରିଛି ବିଜେପି। ରାଜ୍ୟର ସମସ୍ତ ଜିଲ୍ଲାରେ ବିଜେଡି ଶାସିତ ରାଜ୍ୟ ସରକାର ନିଜ ଦଳୀୟ ଆଧାରରେ ଏହି ଯୋଜନାରେ ଘର ଯୋଗାଉଥିବା ଅଭିଯୋଗ ହୋଇଛି। ଭାରତୀୟ ଜନତା ପାର୍ଟି କାଶୀନଗର ବ୍ଲକ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ହୋଇଥିବା ହଜାରେ କୋଟି ଟଙ୍କାର ଦୁର୍ନୀତି ସହ ଏଥିରେ ସମ୍ପୃକ୍ତ ସମସ୍ତ ଦୋଷୀ ଅଫିସର ଙ୍କୁ ଗିରଫ କରିବା। ଯୋଗ୍ୟ ଗରିବ ହିତାଧିକାରୀ ଙ୍କୁ ଘର ଦେବା।୯୦ ଦିନର ଶ୍ରମ ଦିବସ ଅର୍ଥକୁ ହାଇଲୁଟ କରିବା, ବିଜୁ ଜନତା ଦଳର ଦଳୀୟ କର୍ମୀଙ୍କୁ ଏହି ଯୋଜନାରେ ଘର ଯୋଗାଉଥିବା ସହ ଅନ୍ୟ ହିତାଧିକାରୀଙ୍କ ଠାରୁ ସ୍ଥାନୀୟ ପ୍ରଶାସନ କୋଡ଼ିଏ ହଜାର ଟଙ୍କା ଲାଞ୍ଚ ନେଇ ଏଇ ଘର ଯୋଗା ଯାଉଥିବା ପ୍ରତିବାଦ କରି ଶତାଧିକ କାର୍ଯ୍ୟକର୍ତ୍ତା କାଶୀନଗର ବ୍ଲକ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ କରିଥଲେ ମହାମହିମ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେଏକ ଦାବିପତ୍ର କାଶୀନଗର ବିଡ଼ିଓଙ୍କ ଅନୁପସ୍ଥିତ ଯୋଗୁଁ ଏ ବିଡ଼ିଓଙ୍କ ଜରିଆରେ ପ୍ରେରଣ କରିଥିଲେ। କାଶୀନଗର ବ୍ଲକ ସଭାପତି ଶ୍ରୀ ଉମାଶଙ୍କର ଗନ୍ତାୟତ, ବ୍ଲକ ଅଧ୍ୟକ୍ଷ Ch ସିମାଦ୍ରୀ, ଖାଣ୍ଡବା ପଞ୍ଚାୟତ ସରପଞ୍ଚ ଜଗନ୍ନାଥ ଦୋରା କେ ଏମ ଦାମୋଦର କାଶୀନଗର NAC ସଭାପତି ଆର ଚେଲପତି ରାଓ,ନାରାୟଣ ରାଓ,ପି ମୁରଲୀ, କେ ମୁକୁନ୍ଦ ରାଓ,କୋରିକନା ଦାଶୁ,V ଚେଲପତି ରାଓ, କୋଟେଶ୍ବର ରାଓ, ପ୍ରଶାନ୍ତ ସାହୁ କନ୍ୟାକୁମାରୀ ସାହୁ ଏସ ଵଇକଣ୍ଠ ରାଓ ପ୍ରମୁଖ ଆଜିର ଏହି ବ୍ଲକ ଘେରାଉ ରେ ସାମିଲ ହୋଇଥିଲେ।

related posts

1 comment

Deepak Kumar majhi July 8, 2021 - 10:54 am

👍👍

Reply

Leave a Comment