Home Breaking News / ତାଜା ଖବର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନିତିକୁ ନେଇ ବିଜେପି ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନିତିକୁ ନେଇ ବିଜେପି ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋକସରା(ଦେବେନ୍ଦ୍ର ସାଗର): କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବର୍ଷ କୁ ବର୍ଷ କୋଟି କୋଟି ଟଙ୍କା ବ୍ୟୟବରାଦ କରିଆସୁଥିବା ବେଲେ ତାହାର ସଦ ବିନିଯୋଗ ହୋଇ ପାରୁନାହିଁ ।ଏଥିପାଇଁ ରାଜ୍ୟ ସରକାର କୁ ସମ୍ପୂର୍ଣ୍ଣ ଦାୟୀ କରି ଗୁରୁବାର ବିଜେପି ପକ୍ଷରୁ
ଅନେକ ଦାବି ରଖି କୋକସରା ବିଡ଼ିଓ ମନିଷା ଦାସ ଙ୍କ ମାଧ୍ୟମରେ ରାଜ୍ୟ ପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏବଂ କୋକସରା ବ୍ଳକ ବଡପୋଡାଗୁଡା ଗ୍ରାମ ପାୟତରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ
ଟଙ୍କା ହଡପ ଘଟଣାପାଇଁ ଦାୟିତ୍ୱ ରେ ଥିବା ସରକାରୀ ବାବୁ ମାନେ ମଧ୍ୟ ଏଥିପାଇଁ ଦାୟି ବୋଲି ମତ ରଖିବା ସହ ଆଗକୁ ଯଦି ସେହି ହିତାଧିକାରୀ ମାନଙ୍କୁ ଗୃହ ନ ଯୋଗାଇ ଦିଆଯାଏ ଏବଂ ଏହାର ତଦନ୍ତ କରିଉଚିତ ପଦକ୍ଷେପ ନେବାସହ କାର୍ଯ୍ୟ ରେ ଅଵହେଲା କରିଥିବା ସରକାରୀ ବାବୁ ମାନଙ୍କ ଉପରେ ଯଦି କୌଣଷି କାର୍ଯ୍ୟ ନୁଷ୍ଠାନ ନ ନିଆଯାଏ ତାହେଲେ
ବଡପୋଡାଗୁଡା ଗ୍ରାମପଞ୍ଚାୟତ ଓ
ବ୍ଳକ ସମ୍ମୁଖରେ ଧାରଣା ଦିଆଯିବ ବୋଲି କହିଥିଲେ । କଲାହାଣ୍ଡି ଜିଲ୍ଲା ବିଜେପି ଉପ ସଭାପତି ବଦ୍ରି ପଟ୍ଟନାୟକ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ ନବରଙ୍ଗପୁର ପ୍ରଭାରୀ ଲକ୍ଷ୍ମୀ କାନ୍ତ ବାଗ , କୋକସରା ଜୋନ ସଭାପତି ତ୍ରିନାଥ ବାଗ ,ଆମପାଣି ଜୋନ ସଭାପତି ଅର୍ଜୁନ ଭାଟି ,ଆମପାଣି ଜୋନ ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନି ହଂସ,
ମୋଟେର ଜୋନ ଜିଲ୍ଲା ପରିଷଦ ସଭ୍ୟ ଅମ୍ବୁଜ କୁମାର ପଣ୍ଡା , କୋକସରା ଜୋନ ଜିଲ୍ଲା ପରିଷଦ ସଭ୍ୟା ଜାହ୍ନବୀ ବାଗ ,ଆମପାଣି ଜୋନ ପ୍ରଭାରୀ ଗୋଦାବରୀଶ ପାତ୍ର,
କୋକସରା ଜୋନ ପ୍ରଭାରୀ ଗରୁଡ଼ ଧ୍ୱଜ ମାଝି , ଘନଶ୍ୟାମ ନାଏକ , ପ୍ରମୋଦ କୁମାର ପଣ୍ଡା ଗଣେଶ ନନ୍ଦ, ଦୁର୍ଗା ପ୍ରସାଦ ପ୍ରଧାନି ,ଙ୍କ ସହ ଅନେକ କର୍ମ କର୍ତ୍ତା ଉପସ୍ଥିତ ଥିଲେ।
ଶେଷ ରେ ଦଳିୟ କାର୍ଯ୍ୟ କର୍ତ୍ତା କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଦଳକୁ କିଭଳି ଭାବରେ ସୁଦୃଢ କରାଯାଇ ପାରିବ
ଏବଂ ଦଳର ସଂଗଠନ ପ୍ରତି ସମସ୍ତେ କେମିତି ଏକତ୍ରିତ ହେବା ସାଙ୍ଗକୁ ନିଜ ନିଜ ଅଞ୍ଚଳର ସମସ୍ୟା କୁ ଆମେ କେମିତି ପ୍ରଶାସନ ପାଖରେ
ପହଞ୍ଚାଇ ତାର ସମାଧାନ ପାଇଁ ଚେଷ୍ଟା କରିବା ବୋଳି ବିଶେଷ ଭାବରେ ଆଲୋଚନା କରାଯାଇଥିଲା

related posts

1 comment

Deepak Kumar majhi July 8, 2021 - 6:00 pm

👍

Reply

Leave a Comment