Home Breaking News / ତାଜା ଖବର ଦରଦାମ୍ ବୃଦ୍ଧିକୁ ନେଇ ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଦରଦାମ୍ ବୃଦ୍ଧିକୁ ନେଇ ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅସ୍ତରଙ୍ଗ(ପ୍ରସନ୍ନ ଜେନା): ଆଜି ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ସାମ୍ନାରେ ବ୍ଲକ କଂଗ୍ରେସ ତରଫରୁ ଜୋରଦାର ବିକ୍ଷୋଭ ପଦର୍ଶନ କଯାଇଛି |ଅଘୋଷିତ ତୈଳ ଦର ବୃଦ୍ଧି, ଚାଷୀ ସମସ୍ୟା, ବିଜୁ ସେତୁ ଏବଂ ବ୍ଲକରେ ବିଭିନ୍ନ ଦୃନୀତିକୁ ନେଇ କଂଗ୍ରେସ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି |ବ୍ଲକ କଂଗ୍ରେସ ସଭାପତି, ସମ୍ପାଦକ ଓ pcc ମେଡ଼ିଆ ସେଲର କର୍ମକର୍ତ୍ତା,ଓଡିଶା ପ୍ରଦେଶ କମିଟି କୃଷକ ସେଲ୍ ଅଧକ୍ଷ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରି ବିଭିନ୍ନ ଦୁର୍ନୀତି ବଖାଣିବା ସହ ସରକାରଙ୍କୁ ସମାଲୋଚନା କରିଛନ୍ତି |ଦୀର୍ଘଦିନ ହେବ ବ୍ଲକଟି ଦୁର୍ନୀତିର ଗନ୍ତାଘର ପାଲଟିଥିବା ବେଳେ ଦୁର୍ନୀତିକୁ ଖୁଲାସା କରୁଥିବା ଯୁବକ ମାନଙ୍କୁ ମିଥ୍ୟା ମାମଲାରେ ଫସାଇବା ଘଟଣାକୁ କଡା ସମାଲୋଚନା କରାଯାଇଛି |ନାଁ ଦୃନୀତି ମୁକ୍ତ ହେଉଛି ବା କିଛି ସୁଧୁରୁଚ୍ଛି,କୋଟି କୋଟି ଟଙ୍କାର ଚାରା ଦୁର୍ନୀତି,ହିତାଧିକାରୀଙ୍କ ରାସନ କାର୍ଡ କାଟିବା,ଫନି ସହାୟତାରେ ଅନିୟମିତତା କରିବା ଇତ୍ୟାଦି ଘଟଣାକୁ କଡା ସମାଲୋଚନା କରାଯାଇଛି | ଥାଳି ଓ ଘଣ୍ଟ ବଜାଇ ନାରାବାଜି ଦେବା ସମେତ ନିନ୍ଦା କରିଛି କଂଗ୍ରେସ |ଦୁର୍ନୀତିକୁ ନେଇ ବ୍ଲକ କଂଗ୍ରସ ଗର୍ଜନ କରିଥିବା ବେଳେ ଆଗାମୀ ଦିନରେ କଂଗ୍ରେସ କର୍ମୀ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି |

related posts

Leave a Comment