Home Breaking News / ତାଜା ଖବର ଓସିଏର ଟୁର୍ଣ୍ଣାମେଂଟ କମିଟି ଏବଂ ଚୟନ କମିଟି ବୈଠକ ଅନୁଷ୍ଠିତ:ଚଳିତ ମାସ 25ତାରିଖରୁ ଆରମ୍ଭ ହେବ ଘରୋଇ ମ୍ୟାଚ

ଓସିଏର ଟୁର୍ଣ୍ଣାମେଂଟ କମିଟି ଏବଂ ଚୟନ କମିଟି ବୈଠକ ଅନୁଷ୍ଠିତ:ଚଳିତ ମାସ 25ତାରିଖରୁ ଆରମ୍ଭ ହେବ ଘରୋଇ ମ୍ୟାଚ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଓଡିଶା କ୍ରିକେଟ ଆସୋସିଏସନର ଟୁର୍ଣ୍ଣାମେଂଟ କମିଟି ଏବଂ ବରିଷ୍ଠ, ଜୁନିୟର ଏବଂ ମହିଳା ଦଳର ଚୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିସିସିଆଇ ଏହାର ସମସ୍ତ କ୍ରୀଡା ସୂଚୀ ଜାରି କରି ସାରିଥିବାରୁ ଏହି ବୈଠକରେ ରାଜ୍ୟ ସରକାରଙ୍କ ଠାରୁ ଘରୋଇ କ୍ରିକେଟ ମ୍ୟାଚ ଗୁଡିକର ଆୟୋଜନ ପାଇଁ ଅନୁମତି ମାଗିଛି ଓସିଏ । ଏହା ସହିତ ବିସିସିଆଇ ପ୍ରତିଯୋଗୀତା ଗୁଡିକରେ ଅଂଶଗ୍ରହଣ କରିବାକୁ ଆବଶ୍ୟକ ଅଭ୍ୟାସ କ୍ୟାମ୍ପ ଗୁଡିକ ପାଇଁ ମଧ୍ୟ ଅନୁମତି ମାଗିଛି ଓସିଏ ।
କରୋନା ସ୍ଥିତିକୁ ନଜରରେ ରଖି ଧୀରେ ଧୀରେ ଓସିଏ ଏହାର ସମସ୍ତ କ୍ରିକେଟ କାର୍ଯ୍ୟକ୍ରମ ଗୁଡିକୁ , କରୋନା ମାର୍ଗଦର୍ଶିକା ପାଳନ କରି ଆରମ୍ଭ କରିବାକୁ ଯାଉଛି । ଏହି ଅବସରରେ କରୋନାର ସମସ୍ତ ନିୟମ ପାଳନ କରାଯିବ । ଏଥିପାଇଁ ଓସିଏ ନିୟମ ଅନୁସାରେ ବାୟୋବବଲ ବ୍ୟବସ୍ଥା କରିବ ।
ଦୀର୍ଘ ଦିନ ପରେ ୨୦୨୧ ଜୁଲାଇ ୨୫ ତାରିଖରୁ ବରିଷ୍ଠ ଏବଂ ୧୯ ବର୍ଷରୁ କମ୍ ବିଭାଗରେ ଅନ୍ତଜିଲ୍ଲା କ୍ରିକେଟ ମ୍ୟାଚ ଗୁଡିକୁ କଟକ ଏବଂ ଭୁବନେଶ୍ୱରରେ ଆରମ୍ଭ ହେବ । ସମସ୍ତ ୩୭ଟି ଟିମକୁ ୬ଟି ଗ୍ରୁପରେ ଭାଗ କରାଯିବ । ଲିଗ୍ ମ୍ୟାଚ ଗୁଡିକ ଦିନିକିଆ ଫର୍ମାଟରେ ଖେଳାଯିବ । ସୁପରଲିଗ୍ ମ୍ୟାଚ୍ ଗୁଡିକ ଦିନିକିଆ, ଟି ୨୦ ଏବଂ ୨ ଦିନିଆ ମ୍ୟାଚ ବିଶିଷ୍ଟ ରହିବ ।
ସୁପରଲିଗ୍ ମୁକାବିଲାରେ ମୋଟ୍ ୮ଟି ଟିମ୍ ରହିବେ । ଲିଗ ମୁକାବିଲାରୁ ଶ୍ରେଷ୍ଠ ୬ଟି ଟିମ ଏବଂ ଅବଶିଷ୍ଟ ଓଡିଶା ଏ, ବି ନାମରେ ଦୁଇଟି ଟିମକୁ ଚୟନ କରାଯିବ । ପ୍ରଦର୍ଶନ ଭିତିରେ ସମସ୍ତ ୩୧ଟି ଟିମରୁ ଅବଶିଷ୍ଟ ଓଡିଶା ଏ , ବି ଟିମ ପାଇଁ ଖେଳାଳି ଚୟନ କରିବେ ଚୟନକର୍ତା । ଏହା ଜରିଆରେ ୩୧ ଜିଲ୍ଲା ଟିମରୁ ଆସିଥିବା ପ୍ରତିଭାବାନ ଖେଳାଳିଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ଆଉ ଏକ ସୁଯୋଗ ମିଳିବ ।
ସେହିପରି ଓସିଏ ଆସନ୍ତା ଜୁଲାଇ ୨୫ ତାରିଖରୁ ୧୯ ବର୍ଷରୁ କମ୍ କ୍ରିକେଟ ମୁକାବିଲା ଭୁବନେଶ୍ୱର ଭେନ୍ୟୁରେ ଖେଳାଯିବ । ସମସ୍ତ ୩୬ ଟି ଟିମକୁ ମୋଟ୍ ୬ଟି ଗ୍ରୁପରେ ଭାଗ କରାଯିବ । ଲିଗ ମ୍ୟାଚ ଗୁଡିକ ଦିନିକିଆ ଫର୍ମାଟରେ ଖେଳାଯିବ । ସେହିପରି ସୁପରଲିଗ୍ ମ୍ୟାଚ୍ ଗୁଡିକ ୮ଟି ଦଳ ଭିତିରେ ୨ ଦିନିଆ ଭିତିରେ ଖେଳାଯିବ ।
ଓସିଏ ମହିଳା କ୍ରିକେଟ ଟୁର୍ଣ୍ଣାମେଂଟ ଗୁଡିକ ଆସନ୍ତା ଜୁଲାଇ ୨୫ ତାରିଖରୁ ଭୁ ବନେଶ୍ୱର ଭେନ୍ୟୁରେ ଖେଳାଯିବ । ଏହା ଦିନିକିଆ ଏବଂ ଟି ୨୦ ଫର୍ମାଟରେ ଖେଳାଯିବ ।
ଏହି ତିନୋଟି ମୁକାବିଲାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଓଡିଶା ବରିଷ୍ଠ, ୨୩ ବର୍ଷରୁ କମ୍‌, ୧୯ ବର୍ଷରୁ କମ୍ ଏବଂ ୧୬ ବର୍ଷରୁ ବର୍ଗ ପାଇଁ ଏବଂ ମହିଳା ବିଭାଗରେ ବରିଷ୍ଠ , ୨୩ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ ଦଳ ପାଇଁ ଖେଳାଳି ଚୟନ କରିବେ ଚୟନକର୍ତା । ଏହି ଦଳଗୁଡିକ ଚୟନ ହେବା ପରେ ବିସିସିଆଇ ସୂଚୀ ଅନୁସାରେ ମ୍ୟାଚ୍ ଖେଳିବେ ।

related posts

1 comment

Deepak Kumar majhi July 8, 2021 - 10:47 am

👍👍

Reply

Leave a Comment