Home Breaking News / ତାଜା ଖବର ଆଦିବାସୀଙ୍କୁ ଆକ୍ରମଣ ଘଟଣା: କଳାହାଣ୍ଡି-ନବରଙ୍ଗପୁର ପ୍ରଶାସନର ଶାନ୍ତି ବୈଠକ

ଆଦିବାସୀଙ୍କୁ ଆକ୍ରମଣ ଘଟଣା: କଳାହାଣ୍ଡି-ନବରଙ୍ଗପୁର ପ୍ରଶାସନର ଶାନ୍ତି ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋକସରା ବ୍ଲକ ଆମପାଣି ଥାନା ଗୋତମୁଣ୍ଡା ପଞ୍ଚାୟତ ଭତାପାନୀ ଓ ଡୁମେରପାନୀ ସାହିର ନିରୀହ ଆଦିବାସୀ ମାନଙ୍କୁ ଆକ୍ରମଣ ଓ ଘରଭାଙ୍ଗିବା ସହିତ ସମସ୍ତ ବ୍ୟବହାର ସାମଗ୍ରୀ କୁ ଫୋପାଡ଼ି ଦେଇଥିଲେ ସାହାଜଖୋଲ ସୁରକ୍ଷା ସମିତି ଓ ବନବିଭାଗ ଯାହା ଫଳରେ ବନବାସୀ ଭୟରେ ଚନ୍ଦାହାଣ୍ଡି ବ୍ଲକ କୁହୁଡି ପଞ୍ଚାୟତ ର କୁଆମ ଗ୍ରାମରେ ରହୁଛନ୍ତି, ଚନ୍ଦାହାଣ୍ଡି ବିଡ଼ିଓ ସେମାଙ୍କୁ 7 ଦିନର ରିଲିଫ ଖାଦ୍ୟ ଦେଇଥିଲେ l ସେହି ଘଟଣାର ସମାଧାନ ପାଇଁ କୋକସରା ବ୍ଲକ ଠାରେ ଉଭୟ ନବରଙ୍ଗପୁର – କଳାହାଣ୍ଡି ଉପଜିଲ୍ଲାପାଳ, SDPO, ତହସିଲଦାର, ବିଡ଼ିଓ ସାମ୍ନାରେ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ଉଭୟ ପକ୍ଷ୍ୟକୁ ଝଗଡା ନ କରିବା ପାଇଁ ଓ ପ୍ରଶାସନ ଯେତେ ଦିନ ପର୍ଯ୍ୟନ୍ତ ବନବାସୀ ଙ୍କୁ ଥଇଥାନ କରିବେ ନାହିଁ ସେତେ ଦିନ ପର୍ଯ୍ୟନ୍ତ ଭତାପାନୀ ଓ ଡ଼ୁମେରପାନୀ ଗ୍ରାମରେ ବସବାସ କରିବେ ବୋଲି ନିଷ୍ପତି ନିଆ ଯାଇଛି l ଦୋଷୀକୁ ଦଣ୍ଡ ନ ମିଳିଲେ ଭୟାବହ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି l ଘଟଣା ର ତଦନ୍ତକରି ଦୋଷୀକୁ ଦଣ୍ଡ ଦିଆ ଯିବ ବୋଲି କହିଛନ୍ତି l ଦୋଷୀକୁ କେବେ ଦଣ୍ଡ ମିଳିବ ତାହା ଦେଖିବା ବାକି ରହିଲା l

related posts

1 comment

Deepak Kumar majhi July 8, 2021 - 10:32 am

👍👍

Reply

Leave a Comment