Home Breaking News / ତାଜା ଖବର ସ୍ବର୍ଗତ ବିଷ୍ଣୁ ଦାସଙ୍କ ପ୍ରଥମ ବାର୍ଷିକୀ ତିରୋଧାନ ଦିବସରେ ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ସ୍ବର୍ଗତ ବିଷ୍ଣୁ ଦାସଙ୍କ ପ୍ରଥମ ବାର୍ଷିକୀ ତିରୋଧାନ ଦିବସରେ ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ସୁମନ ଜେନା): ଜଗତସିଂହପୁର ଜିଲ୍ଲା ଓ ଓଡ଼ିଶାର ଜଣେ ଆଗ ଧାଡ଼ିର ନେତା ତଥା ବିଜୁବାବୁଙ୍କ ଅନୁଗାମୀ ଓ ନବୀନ ବାବୁଙ୍କ ସହଯୋଗୀ , ଜଗତସିଂହପୁର ଜିଲ୍ଲା ଗଠନର ଅଗ୍ରଣୀ ନେତୃତ୍ୱ ନେଉଥିବା ଓଡ଼ିଶାର ପୂର୍ବତନ ମନ୍ତ୍ରୀ , ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଥିବା ସ୍ବର୍ଗତ ବିଷ୍ଣୁ ଦାସଙ୍କ ପ୍ରଥମ ବାର୍ଷିକୀ ତିରୋଧାନ ଦିବସରେ ଜଗତସିଂହପୁର ସାରଳା ମଣ୍ଡପ ଠାରେ ଏକ ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି |ଏହି ସଭାରେ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ମୁଦୁଲିଙ୍କ ଆହ୍ୱାନରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓଡ଼ିଶାର ଜଳ ସମ୍ପଦ ମନ୍ତ୍ରୀ ସ୍ବର୍ଗତ ବିଷ୍ଣୁ ଦାସଙ୍କ ସୁପୁତ୍ର ତଥା ବିଧାୟକ ଶ୍ରୀ ବିଜୟ ଶଙ୍କର ଦାସ ପ୍ରମୁଖ ଏହି ସ୍ମୃତି ସଭାରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଚେୟାରମ୍ୟାନ ବିଜୟଲକ୍ଷ୍ମୀ ବେହେରା, ଜିଲ୍ଲା ମହିଳା ସଭାପତି ସବିତା ମହାପାତ୍ର, ବ୍ଲକ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ, ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପସଭାପତି କନକପ୍ରଭା ଲେଙ୍କା ,ଆଡଭୋକେଟ ଦଳ ଗୋବିନ୍ଦ ଦାସ ,ବ୍ଲକ ବିଜେଡି ସଭାପତି ମୋନାଜ ଭୋଇ ପ୍ରମୁଖ ଶ୍ରଦ୍ଧଞ୍ଜଳି ଜ୍ଞାପନ କରିଥିଲେ ଦୀପ୍ତି ଦାସ ସଭାକୁ ସଞ୍ଚାଳନ କରିଥିଲେ | ଜଗତସିଂହପୁର ପୋୖରାଞ୍ଚଳ ପୂର୍ବ ଅଧ୍ୟକ୍ଷ ମଧୁସୂଦନ ସାହୁ ଧନ୍ୟବାଦ ଦେଇଥିଲେ । ସ୍ବର୍ଗତ ଦାସଙ୍କ ସ୍ମୃତି ରକ୍ଷା ପାଇଁ ଏକ ଆବକ୍ଷ ପ୍ରତିମୂର୍ତ୍ତି କରିବା ସହିତ ଜଗତସିଂହପୁର ଏସ.ଭି.ଏମ୍ ମହାବିଦ୍ୟାଳୟରେ କୃତବିଦ୍ୟ ଛାତ୍ର ଛାତ୍ରୀଙ୍କୁ ପ୍ରତି ବର୍ଷ ତାଙ୍କ ସ୍ମୃତିରେ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଏକ ସ୍ଥାୟୀ ପାଣ୍ଠିର ବ୍ୟବସ୍ଥା କରି ପ୍ରଦାନ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ ।

related posts

Leave a Comment