Home Breaking News / ତାଜା ଖବର ସରକାରକୁ ବାରମ୍ବାର କହିବା ସ୍ଵତ୍ତ୍ୱେ ନ ଶୁଣିବାରୁ କତାଗୁଡା ଲୋକେ ନିଜେ ଗାଁ ରାସ୍ତା ମରାମତି କଲେ

ସରକାରକୁ ବାରମ୍ବାର କହିବା ସ୍ଵତ୍ତ୍ୱେ ନ ଶୁଣିବାରୁ କତାଗୁଡା ଲୋକେ ନିଜେ ଗାଁ ରାସ୍ତା ମରାମତି କଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ଦେଶ ସ୍ଵାଧୀନତା ହୋଇ ୭୪ ବର୍ଷ ବିତିଗଲା ପରେ ବି ଏ ଗାଁ କୁ ପିଚୁ ରାସ୍ତା ହୋଇ ପାରିଲା ନାହିଁ ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଜିଲୁଣ୍ଡା ରୁ କତାଗୁଡା ଗ୍ରାମ ରାସ୍ତା। ପଞ୍ଚାୟତ ରୁ କେବଳ ୫ ରୁ ୬ କିଲୋ ମିଟର ଦୂରରେ ଏଇ ଗାଁ ଅବସ୍ଥିତ ୨୦ ରୁ ଅଧିକ ଆଦିବାସୀ ପରିବାର ବସବାସ କରୁଥିବା ଏହି ଲୋକଙ୍କ ପାଇଁ ଯେମିତି ସାତ ସପନ ହୋଇ ଯାଇଛି ପିଚୁ ରାସ୍ତା ପାଇଁ ଯେଉଁ ମାଟି ରାସ୍ତା ଅଛି ତାହା ବର୍ଷା ଦିନ ଆସିଲେ ଲୋକେ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି ଆମ୍ବୁଲେନ୍ସ ଆସିବା ତ ଦୂରର କଥା ବାଇକ୍ ଆସିବା ବି କଷ୍ଟ ସାଧ୍ୟ ହୋଇ ଯାଏ । ବର୍ଷ କୁ ବର୍ଷ ଠିକାଦାର ମାନେ ଏ ରାସ୍ତା କୁ ନିଜର ବ୍ୟାଙ୍କ୍ ବେଲେଂସ ବଢ଼େଇବା ପାଇଁ ରଖିଛନ୍ତି ଯେମିତି ପ୍ରତ୍ୟେକ ବର୍ଷ ମୋରାମ ମାଟି ପଡେ ଆଉ ବର୍ଷା ପଡ଼ିଲେ ଜେସା କୁ ତେସା ପ୍ରଶାସନ ପାଖରେ ଗୁହାରି କରି ମଧ୍ୟ ପିଚୁ ରାସ୍ତା ନ ହେଉଥିବାରୁ ଲୋକେ ଆଉ ପ୍ରଶାସନ କୁ ଆଉ ବିଶ୍ୱାସ କରୁ ନାହାନ୍ତି ଏପଟେ ଏତିକି ଟିକେ ମାଟି ପକେଇ ଠିକାଦାର ନିଜ ପକେଟ୍ ଗରମ୍ ହିଁ କରୁଛନ୍ତି ପ୍ରତି ବର୍ଷ ଶେଷରେ ବାଧ୍ୟ ହୋଇ ଲୋକେ ନିଜେ ଗାଁ ରାସ୍ତା ମରାମତି କାମ ପାଇଁ ଅଣ୍ଟା ଭିଡ଼ିଲେ ଗାଁ ପାଖରୁ ମୋରାମ ଆଣି ନିଜେ ରାସ୍ତା ମରାମତି କାମ କରିଛନ୍ତି। ଏହି ପ୍ରୟାସକୁ ଲୋକମାନେ ପ୍ରଶଂସା କରିବା ସହ ଅନ୍ୟ ମାନଙ୍କୁ ଏହା ଏକ ଉଦାହରଣ ହେବ ବୋଲି ମତ ପ୍ରକାଶ ପାଇଛି । ପ୍ରକାଶ ଯୋଗ୍ୟ ଏହିକିଯେ ପ୍ରଧାନମନ୍ତ୍ରୀଗ୍ରାମ୍ୟ ସଡକ ଯୋଜନା ଥାଇ ସୁଦ୍ଧା ପଞ୍ଚାୟତ ସଦର ମହକୁମାର ମାତ୍ର ତିନି କିମି ଦୁରତରେ ରହି ପ୍ରଶାସନ ଅଣ ଦେଖା କରୁଥିବାରୁ ଗ୍ରାମବାସୀ କ୍ଷୋବ ପ୍ରକାଶ କରିଛନ୍ତି।

related posts

1 comment

Deepak Kumar majhi July 8, 2021 - 10:35 am

👍👍

Reply

Leave a Comment