Home Breaking News / ତାଜା ଖବର ୨୭ ଲକ୍ଷ୍ୟ ଜପ ପୂର୍ତ୍ତି ଅବସରରେ ଯଜ୍ଞାନୁଷ୍ଠାନ

୨୭ ଲକ୍ଷ୍ୟ ଜପ ପୂର୍ତ୍ତି ଅବସରରେ ଯଜ୍ଞାନୁଷ୍ଠାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ବିଶ୍ୱ କଲ୍ୟାଣ ପାଇଁ ଯୋଗୀଶ୍ରୀ ଚୈତନ୍ୟ ରାମ ଙ୍କ ଦ୍ଵାରା ଯୋଜନା କରାଯାଇଥିବା ଏକ କୋଟି ମହା ମୃତ୍ୟୁଞ୍ଜୟ ଜପର ସଂରଚନା କରାଯାଇଥିଲା। ସେନେଇ ଜିଲ୍ଲାର ଦୁଇ ହଜାର ରୁ ଉର୍ଦ୍ଧ ଗ୍ରାମରେ ଏକ ମନ୍ତ୍ର ଲିଖନ ପୁସ୍ତକ ବଣ୍ଟନ କରାଯାଇଥିଲା। ଏହି ଲିଖନ ବହିରେ ଶିବଙ୍କ ମହାମୃତ୍ୟୁଞ୍ଜୟ ମନ୍ତ୍ର ଲେଖା ଯାଇଛି ତାକୁ ଦେଖି ଭକ୍ତମାନେ ନକକ କରିବେ ଓ ଜପ କରି ଜିଲ୍ଲା ବିଶ୍ୱକଲ୍ୟାଣ କେନ୍ଦ୍ରକୁ ସୂଚନା ଦେବାର ବିଧି ରହିଛି। ଏହି ଜପ ଆଜି ୨୭ ଲକ୍ଷ୍ୟ ରେ ପହଂଚିଛି ତେଣୁସ୍ଥାନୀୟ ମୁକ୍ତେଶ୍ଵର ମନ୍ଦିରରେ ଏକ ଯଜ୍ଞାନୁଷ୍ଠାନ ଆୟୋଜନ କରାଯାଇଥିଲା। ଏହି ବ୍ୟବସ୍ଥା ସମ୍ପୂର୍ଣ ଭାବେ ଲୋକ କଲ୍ୟାଣ ପାଇଁ କରାଯାଇଛି, ମନାଵ ସମାଜକୁ ବର୍ତମାନ ସଙ୍କଟ ଘଡିରେ ଦୈବୀ ଶକ୍ତି ପ୍ରାପ୍ତ କରିବାପାଇଁ ଉଦିଷ୍ଟ ବୋଲି ଯୋଗୀଶ୍ରୀ କହିଛନ୍ତି। ଏହା ଏକ କୋଟି ପୂର୍ତ୍ତି ହେବା ପର୍ଯ୍ୟନ୍ତ ଚାଲୁ ରହିବ। ଯଦି କେଉଁ ଗ୍ରାମରେ କିଛି ଯଜ୍ଞାନୁଷ୍ଠାନର ଆବଶ୍ୟକ ରହିଛି ତାହେଲେ ବିଶ୍ୱକଲ୍ୟାଣ କେନ୍ଦ୍ର ରାୟଗଡ କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହି ଯଜ୍ଞାନୁଷ୍ଠାନ କାର୍ଯ୍ୟକ୍ରମରେ ମନ୍ଦିରର ପୂଜକ ମନୋରଞ୍ଜନ ଦାସ,ବିଶ୍ବହିନ୍ଦୁ ପରିଷଦ ର ଜିଲ୍ଲା ସଭାପତି ରାଜେନ୍ଦ୍ର ସାହୁ,ହିରୋଧର ନାୟକ,ନିର୍ମଲା ରାଜ,ରାଣୀ ସୁବୁଦ୍ଧି,ପୂର୍ଣ୍ଣିମା ରାଓ ଯୋଗ ଦେଇଥିଲେ ଏବଂ ମନ୍ଦିର କମିଟି ଅନ ପ୍ରାସାଦର ବ୍ୟବସ୍ଥା କରାଯାଇଥିଲା।

related posts

1 comment

Deepak Kumar majhi July 8, 2021 - 10:37 am

👍👍

Reply

Leave a Comment