Home Breaking News / ତାଜା ଖବର ନିରବିଗଲେ ବଲିଉଡର ଟ୍ରାଜେଡି କିଙ୍ଗ ଦିଲୀପ କୁମାର

ନିରବିଗଲେ ବଲିଉଡର ଟ୍ରାଜେଡି କିଙ୍ଗ ଦିଲୀପ କୁମାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

୯୮ ବର୍ଷ ବୟସରେ ଆଖି ବୁଜିଲେ ଦିଲ୍ଲୀପ କୁମାର । ତାଙ୍କର ପରଲୋକ ସହିତ ହିନ୍ଦୀ ସିନେମା ଜଗତରେ ଏକ ଯୁଗର ଅବସାନ ହୋଇଛି । ଆଜି ସକାଳ ପ୍ରାୟ ସାଢେ ୭ଟା ସମୟରେ ଦିଲ୍ଲୀପ କୁମାରଙ୍କ ନିଧନ ଘଟିଥିବା ସୂଚନା ମିଳିଛି । ଏହି ଖବର ଜଣାପଡିବା ପରେ ପରେ ଦିଲ୍ଲୀପ କୁମାରଙ୍କ ଶେଷ ଦର୍ଶନ ପାଇଁ ତାଙ୍କର ମୁମ୍ୱାଇ ବାସଭବନରେ କଳାକାରଙ୍କ ଭିଡ ଜମିଛି । ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୫ଟା ରେ ତାଙ୍କର ଅନ୍ତିମସଂସ୍କାର କରାଯିବ । ପୁରା ରାଷ୍ଟ୍ରୀୟ ସମ୍ମାନ ସହିତ ଦିଲ୍ଲୀପ କୁମାରଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ରହିଥିଲେ । ଗତ ମାସରେ ଦୁଇ ଥର ଡାକ୍ତରଖାନାରେ ମଧ୍ୟ ଭର୍ତି ହୋଇଥିଲେ । ଏବେ ସେ ଆଖି ବୁଜି ଛନ୍ତି । ତାଙ୍କର ପରଲୋକରେ ଶୁଭେଛୁଙ୍କ ସୁଅ ଲଂବିବାରେ ଲାଗିଛି । ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ମୁମ୍ୱାଇରେ ସୁଫୁର୍ଦୁ ଏ ସାଫ୍ କରାଯିବ ବୋଲି ସୂଚନା ମିଳିଛି । ୬୦ ବର୍ଷର ଲଂବା କ୍ୟାରିୟରରେ ଦିଲ୍ଲୀପ କୁମାର ମାତ୍ର ୬୫ ଫିଲ୍ମ କରିଥିଲେ । ବଲିଉଡରେ ତାଙ୍କର ଫିଲ୍ମ ଚୟନକୁ ସେ ନିଜ ଇଛା ଅନୁସାରେ କରୁଥିଲେ । ତାଙ୍କର ନିଖୁଣ ଅଭିନୟ ଆଉ ଏପରି ଗୁଣ ତାଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ କରିଦେଇଥିଲା ।

related posts

1 comment

Deepak Kumar majhi July 8, 2021 - 10:33 am

👍👍

Reply

Leave a Comment