Home Breaking News / ତାଜା ଖବର ଧର୍ମେନ୍ଦ୍ରଙ୍କୁ ଶିକ୍ଷା, ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ବିଭାଗ ଦାୟିତ୍ୱ

ଧର୍ମେନ୍ଦ୍ରଙ୍କୁ ଶିକ୍ଷା, ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ବିଭାଗ ଦାୟିତ୍ୱ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରୁ ଖସିଛି ପେଟ୍ରୋଲିୟମ ମନ୍ତ୍ରାଳୟର ଦାୟିତ୍ୱ । ବିଭାଗ ଦାୟିତ୍ୱ ଅଦଳବଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରୁ ପେଟ୍ରୋଲିୟମ ଏବଂ ଗ୍ୟାସ୍ ମନ୍ତ୍ରାଳୟ ଦାୟିତ୍ୱ ବାହାର କରି , ତାଙ୍କ ହାତରେ ଶିକ୍ଷା ବିଭାଗର ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି । ଏହା ଫଳରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଧର୍ମେନ୍ଦ୍ରଙ୍କ ହାତରେ ବଡ ଦାୟିତ୍ୱ ପ୍ରଦାନ କରାଯାଇଛି । କରୋନା କାଳରେ ବିଭିନ୍ନ ପରୀକ୍ଷାକୁ ନେଇ ଶିକ୍ଷା ବିଭାଗ ଉପରେ ଚାପରେ ରହିଛି ।

ଏପରି ସମୟରେ ଏହି ସମସ୍ୟାକୁ କିପରି ମୁକାବିଲା କରିବେ ଧର୍ମେନ୍ଦ୍ର ତାହା ଉପରେ ନଜର ରହିଛି । ମୋଦୀ କ୍ୟାବିନେଟରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗ ସହିତ କୌଶଳ ବିକାଶ ତାଲିମ ବିଭାଗ ମଧ୍ୟ ମିଳିଛି । ହରଦୀପ ସିଂ ପୁରୀ ପେଟ୍ରୋଲିୟମ ବିଭାଗ ଦାୟିତ୍ୱ ସଂଭାଳିବେ ।
ମୋଦୀଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ଅନ୍ୟତମ ଓଡିଆ ସାଂସଦ ହେଉଛନ୍ତି ଅଶ୍ୱିନୀ ବୈଷ୍ଣବ । ପ୍ରଥମ କରି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଛି ରେଳ ମନ୍ତ୍ରାଳୟ ଦାୟିତ୍ୱ । ପୂର୍ବରୁ ଏହି ବିଭାଗ ପିୟୁଷ ଗୋଏଲଙ୍କ ନିକଟରେ ରହିଥିଲା ।

related posts

1 comment

Deepak Kumar majhi July 8, 2021 - 10:46 am

👍👍

Reply

Leave a Comment