Home Breaking News / ତାଜା ଖବର ମୋଦୀଙ୍କ କ୍ୟାବିନେଟ୍ ସଂପ୍ରସାରଣ, ଆଉ ୨ ଓଡିଆଙ୍କ ସହ ଶପଥ ନେଲେ ୪୩ ନୂଆ ମନ୍ତ୍ରୀ

ମୋଦୀଙ୍କ କ୍ୟାବିନେଟ୍ ସଂପ୍ରସାରଣ, ଆଉ ୨ ଓଡିଆଙ୍କ ସହ ଶପଥ ନେଲେ ୪୩ ନୂଆ ମନ୍ତ୍ରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ୍ ସଂପ୍ରସାରଣରେ ଓଡିଶା ପାଇଁ ବଡ ଖୁସି ଖବର । ମୋଦୀ କ୍ୟାବିନେଟରେ ୧୫ କ୍ୟାବିନେଟ୍ ଓ ୨୮ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଶାଇ ମୋଟ୍ ୪୩ ଜଣ ମନ୍ତ୍ରୀଙ୍କୁ , ମନ୍ତ୍ରୀଲଣ୍ଡଳରେ ସାମିଲ କରାଯାଇଛି । ଫଳରେ ମୋଦୀଙ୍କ କ୍ୟାବିନେଟରେ ବର୍ତମାନ ମନ୍ତ୍ରୀଙ୍କ ସଂଖ୍ୟା ୫୩ରୁ ବୃଦ୍ଧି ହୋଇଛି ।
ମୋଦୀଙ୍କ କ୍ୟାବିନେଟରେ ଓଡିଆ ମନ୍ତ୍ରୀଙ୍କ ମଧ୍ୟରୁ ଅଶ୍ୱିନୀ ବୈଷ୍ଣବଙ୍କୁ ସ୍ଥାନ ମିଳିଛି । ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ଅନ୍ୟତମ ଓଡିଆ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ସ୍ଥାନ ମିଳିଛି । ଅନୁରାଗ ସିଂ ଠାକୁର, ଅଶ୍ୱିନୀ ବୈଷ୍ଣବ, କିରଣ ରିଜିଜୁ, ଗଙ୍ଗାପୁରମ କିଷନ ରେଡ୍ଡି, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଡକ୍ଟର ବୀରେନ୍ଦ୍ରକୁମାର, ନାରାୟଣ ରାଣେ, ପଶୁପତି କୁମାର ପାରସ, ପୁରୁଷୋତମ ରୂପାଲା, ଭୂପେନ୍ଦର ୟାଦବ
, ମନ୍‌ସୁଖ୍ ମାଣ୍ଡଭିୟା , ରାଜକୁମାର ସିଂହ , ରାମଚନ୍ଦ୍ର ପ୍ରସାଦ ସିଂହ , ସର୍ବାନନ୍ଦ ସନୋୱାଲ ଏବଂ ହରଦୀପ ସିଂହ ପୁରୀ ଙ୍କୁ ମିଶାଇ ମୋଟ୍ ୧୫ ଜଣ ମନ୍ତ୍ରୀଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଛି । ଏହା ବାଦ ୨୮ ଜଣ ମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

related posts

Leave a Comment