Home Breaking News / ତାଜା ଖବର ସମ୍ବାଦ ସାହିତ୍ୟିଘର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବାଦ ସାହିତ୍ୟିଘର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅସ୍ତରଙ୍ଗ(ପ୍ରସନ୍ନ ଜେନା): ୭୨ତମ ବନ ମହୋତ୍ସବ ଅବସରରେ ସମ୍ବାଦ ସାହିତ୍ୟିଘର ଶାଖା ଅସ୍ତରଙ୍ଗ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି|ସମ୍ବାଦ ସାହିତ୍ୟିଘର ଓ ଓଡିଶା ପର୍ଯ୍ୟାବରଣ ସଂରକ୍ଷଣ ସଂଗଠନ ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଦୁଇଦିନ ଧରି ହେବାକୁ ଯାଉଛି |ଆଜି ପ୍ରଥମ ଦିନରେ ସାହିତ୍ୟଘର ସଭାପତି ଗୋଲକ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା|ଅସ୍ତରଙ୍ଗ ତହସିଲ୍ ଓ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଭିନ୍ନ ପ୍ରକାର ଚାରା ଗଛ ଲଗାଯାଇଥିଲା|ଆସନ୍ତା ଶୁକ୍ରବାର ଦିନ ମଧ୍ୟ ଅନ୍ୟ ଏକ ଜାଗାରେ ଗଛ ଲାଗିବାର କାଯ୍ୟକ୍ରମ ଅଛି | ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବାବେ ସାହିତ୍ୟ ଘରର ଉପଦେଷ୍ଟା ତଥା ପ୍ରଦେଶ କଂଗ୍ରେସ କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଯୋଗ ଦେଇ ‘ମାଟି ଆମର ମାଆ ଓ ଗଛ ଆମର ଜୀବନ’ କହି ଗଛ ଲାଗିବା କାର୍ଯ୍ୟକୁ ଉତ୍ସାହିତ କରିଥିଲେ|ତହସିଲ୍ ପରିସରରେ ତହସିଲଦାର ରାଜଲକ୍ଷ୍ମୀ ନାୟକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାଃ ସଞ୍ଜୟ କୁମାର ପ୍ରଧାନ ଓ ସୁଜିତ୍ କୁମାର ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ସମେତ ସାହିତ୍ୟ ଘରର ସଭ୍ୟଙ୍କ ସହ ମିଶି ଗଛ ଲଗାଇଥିଲେ |ସେହିପରି ମେଡିକାଲ୍ ପରିସରରେ ନଡ଼ିଆ,ଦେବଦାରୁ ଓ ଅନ୍ୟାନ୍ୟ କେତେକ ଫୁଲ ଓ ଫଳ ଗଛ ଲାଗିଥିଲା|ଏହି ପରିସରରେ ପର୍ଯ୍ୟାପ୍ତ ଜାଗା ନଥିବାରୁ ସ୍ୱଳ୍ପ ସଂଖ୍ୟକ ଗଛ ଲଗାଯାଇଛି|ଅସ୍ତରଙ୍ଗ ବନବିଭାଗ ଓ ଅସ୍ତରଙ୍ଗ ଗ୍ରାମ ପଞ୍ଚାୟତ ସମସ୍ତ ପ୍ରକାର ଚାରା ଗଛ ଯୋଗାଇଦେବାରେ ସହଯୋଗ କରିଥିଲେ|ପଞ୍ଚାୟତର ସରପଞ୍ଚ ପ୍ରତିନିଧି ପ୍ରକାଶ ପ୍ରଧାନ ଓ ସମିତିସଭ୍ୟ ଦିବାକର ଛାଟୋଇ ତଥା ସାହିତ୍ୟ ଘରର ଅନ୍ୟତମ ଉପଦେଷ୍ଟା ଉପସ୍ଥିତ ରହି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସହଯୋଗ କରିଥିଲେ|ସେହିପରି କାର୍ଯ୍ୟକ୍ରମରେ କେତେକ ବରିଷ୍ଠ ନାଗରିକ ମଧ୍ୟ ଉତ୍ସାହର ସହ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ|

related posts

1 comment

Deepak Kumar majhi July 8, 2021 - 10:45 am

👍👍

Reply

Leave a Comment