Home Breaking News / ତାଜା ଖବର ବିଶାଖାପାଟଣାରେ ଭୁସୁଡିଲା ନିର୍ମାଣଧୀନ ଓଭରବ୍ରିଜ, 2 ମୃତ 8 ଗୁରୁତର

ବିଶାଖାପାଟଣାରେ ଭୁସୁଡିଲା ନିର୍ମାଣଧୀନ ଓଭରବ୍ରିଜ, 2 ମୃତ 8 ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶାଖାପାଟଣା(ଜ୍ୟୋତିନ୍ଦ୍ର ପାଢ଼ୀ): ବିଶାଖାପାଟନା ଉପକଣ୍ଠ ଅନକାପଲ୍ଲୀ ଠାରେ ନିର୍ମାଣଧୀନ ଫ୍ଲାଏ ଓଭର ବ୍ରିଜ୍ ଆଜି ସନ୍ଧ୍ୟା 6.15 ମିନିଟ ସମୟରେ ଭୁଶୁଡି ପଡିଛି। ସେହି ସମୟରେ ଆସୁଥିବା ଗାଡିଟି ଗୁଡ଼ିକ ବ୍ରିଜ ତଳେ ଚାପି ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ ଦୁଇଟି କାର ଓ ଦୁଇଟି ଟ୍ରକ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଧିକାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସାଇଡ୍ ବିମ୍ ଉପରେ ଥିବା ଫ୍ଲାଏ ଓଭର ବ୍ରିଜ ହଠାତ୍ ଖସିପଡିଲା ଯାହା ଫଳରେ ଘଟଣାସ୍ଥଳରେ 2 ଜଣଙ୍କର ମୃତ୍ୟୁ ଘଟିଥିବାବଳେ 8 ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଅନେକ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ଲୋକମାନେ କହିଛନ୍ତି ଗତ ଦୁଇ ବର୍ଷ ଧରି ଏଠାରେ ଏହି ଓଭର ବ୍ରିଜର ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ଦୁର୍ଘଟଣାରେ ଆହତ 8 ଜଣକୁ ଡାକ୍ତରଖାନାରେ ଚିକିତ୍ସଧୀନ ଅଛନ୍ତି ଯାହାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

related posts

1 comment

Deepak Kumar majhi July 8, 2021 - 10:27 am

👍👍

Reply

Leave a Comment