Home Breaking News / ତାଜା ଖବର ପାଟଣାଗଡ଼ ବିଜେପି ପକ୍ଷରୁ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଜନ୍ମ ଜୟନ୍ତୀ

ପାଟଣାଗଡ଼ ବିଜେପି ପକ୍ଷରୁ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଜନ୍ମ ଜୟନ୍ତୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ଆଜି ପାଟଣାଗଡ଼ ରାଜଖମାର ସ୍ଥିତ ବିଜେପି କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠାତା ସଦସ୍ୟ ଶ୍ୟାମାପ୍ରସଦ ମୁଖାର୍ଜୀଙ୍କର 122 ତମଜନ୍ମ ଜୟନ୍ତୀ ଆଡମ୍ବର ସହ ପାଳନ କରାଯାଇଛି ଏଥିରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଲୋକସଭା ସଦସ୍ୟ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ ଙ୍କ ସହ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସ୍ବର୍ଗତ ମୁଖାର୍ଜୀଙ୍କର ଫୋଟୋରେ ଦୀପ ପ୍ରଜ୍ଜୁଲନ କରିଥିଲେ। ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ ସହ ବହୁ ବିଜେପି କର୍ମୀମାନେ ଯୋଗ ଦେଇଥିଲେ। ଡକ୍ଟର ଶ୍ୟାମାପ୍ରସାଦ 1901 ମସିହା6ଜୁଲାଇ କୋଲକାତା ରେ ଜନ୍ମ ଗ୍ରହଣ କରିଥିଲେ ।ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁରୁଙ୍କ ମନ୍ତ୍ରୀ ମଣ୍ଡଳରେ ଗୁରୁତ୍ୱ ପୂର୍ଣ୍ଣ ଶିଳ୍ପ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ନେହୁରୁଙ୍କ ସହ ମତଭେଦ ହେବାରୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ଓ ପରେ ଭାରତୀୟ ଜନସଂଘ ପ୍ରତିଷ୍ଠା କରି ଶେଷରେ ଭାରତୀୟ ଜନତା ପାର୍ଟି ଗଠନ କରିଥିଲେ। ଆଜି ତାଙ୍କର ଦିନକୁ ସ୍ମରଣ କରି ପ୍ରତିବର୍ଷ ବିଜେପି ତାଙ୍କର ଜନ୍ମ ଜୟନ୍ତୀ ପାଳନ କରିଆସୁଛି। ଏହି ଉତ୍ସବରେ ପୂର୍ବତନ ରାଜ୍ୟ ଉପ ସଭାପତି ଓମପ୍ରକାଶ ଯୋଶୀ ନଗର ସଭାପତି ମୁନା ମହାନ୍ତି ମାଧବ ସାଏ କରମ ସିଂସର।ଫ ସୁଶୀଲ ପଟେଲ ଚତୁର୍ମୁଖ ମେହେର ସୁରୁସିଂ ନିନା ରାଜୁ ପାଣିଗ୍ରାହୀ ସୁଶାନ୍ତ ପାତ୍ର ସନ୍ତୋଷ ମେହେର ମାଣିକ ସାହୁ ସୁରେଶ ତାଣ୍ଡି ମହାବୀର କୁମ୍ଭାର ମନବୋଧ ବରିହା ଦୀପ୍ତି ଦଣ୍ଡସେନା ପୂର୍ବତନ ଏନ ଏ ସି ଅଧ୍ୟକ୍ଷ ସୈଲବାଲାବ।ଗ , ଅଶୋକ କୁଅଁର ପ୍ରହଲ୍ଲାଦ ମେହେର ଦେବବ୍ରତ ରାଉତ ବଲ୍ଲଭ ଧରୁଆ ଘନ ମେହେର ମୁନା ଦରୁଆନ ପ୍ରମୁଖ ଉପସ୍ଥିତ ରହି ମୁଖାର୍ଜୀଙ୍କର ଫୋଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

related posts

1 comment

Deepak Kumar majhi July 6, 2021 - 3:44 pm

👍

Reply

Leave a Comment