Home Breaking News / ତାଜା ଖବର ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜୁନାଗଡ଼(ରବି ଶଙ୍କର ସୁନାନୀ): ହତ୍ୟା ଅଭିଯୋଗ ନେଇ ୩ ଶବକୁ ଥାନା ସମ୍ମୁଖରେ ରଖି ପରିବାର ଏବଂ ସମ୍ପର୍କୀୟ ଲୋକଙ୍କ ଜାତୀୟ ରାଜପଥ ଅବରୋଧ l

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମୂର୍ଲାପଦର ନିକଟସ୍ଥ ଏକ ରାସ୍ତା ରେ ଗଛ ରେ ପିଟି ହୋଇ ୩ ଜଣଙ୍କ ମୃତ୍ୟୁ । ୪ ଜଣ ଯୁବକ ଗତକାଲି ସୋମବାର ରାତିରେ ଏକ ବାଇକ ଯୋଗେ ଝାରବନ୍ଧ ରୁ ଜୁନାଗଡ଼ ଅଭିମୁଖେ ଆସୁଥିଲେ । ମୂର୍ଲାପଦର ନିକଟରେ ଏକ ଗଛରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲେ l ପରେ ଖବର ପାଇ ଜୁନାଗଡ଼ ପୋଲିସ ଏବଂ ପରିବାର ଲୋକେ ଗୁରୁତର ଅବସ୍ଥାରେ ୪ଜଣଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତକ ହେଲେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମେରିଅlବନ୍ଦଲି ଗ୍ରାମର ଦୁଇ ଭାଇ ପିଣ୍ଟୁ ମାଝୀ ଓ ସଦାନନ୍ଦ ମାଝୀ ଏବଂ ଚଂଛରlଭାଡ଼ି ଗ୍ରାମର ରାଜୁ ବଗର୍ତ୍ତି lଅନ୍ୟ ପକ୍ଷରେ ଆଉ ଜଣେ ଝାରବନ୍ଧ ଗ୍ରାମର ମୁକେଶ ମାଝୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବର୍ତ୍ତମାନ ୩ଜଣଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗରେ ପରିବାର ଲୋକେ ଥାନା ସମ୍ମୁଖରେ ୩ ଶବକୁ ରଖି ଜାତୀୟ ରାଜପଥ ୨୬କୁ ଅବରୋଧ କରିବା ସହ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି l । ଘଟଣା ସ୍ଥଳରେ ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଓ ଜୁନାଗଡ଼ ତହସିଲଦାର ବେଦବ୍ୟାସ ଭୋଇ ଘଟଣା ସ୍ଥଳରେ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବକୁ ମିଳିଛି ।

related posts

1 comment

Deepak Kumar majhi July 6, 2021 - 4:01 pm

👍

Reply

Leave a Comment