Home Breaking News / ତାଜା ଖବର ରାଇକିଆ ସାପ୍ତାହିକ ହାଟ ଖୋଲିଲା: ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ

ରାଇକିଆ ସାପ୍ତାହିକ ହାଟ ଖୋଲିଲା: ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): କରୋନା ମହାମାରୀ ସଂକ୍ରମଣ ହ୍ରାସ ପାଇବାପରେ ସରକାରଙ୍କ ପକ୍ଷରୁ ୨୦ଟି ଜିଲ୍ଲା ପାଇଁ ଆଂଶିକ କଟକଣା କୋହଳ କରାଯାଇଛି। ସେଥି ମଧ୍ୟରୁ କନ୍ଧମାଳ ଜିଲ୍ଲା ରହିଛି। ଜିଲ୍ଲାରେ ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଏହି କରୋନା ସଂକ୍ରମଣ ପାଇଁ ଦୁଇମାସ ଧରି ରାଇକିଆରେ ସାପ୍ତାହିକ ହାଟ ବଜାର ବନ୍ଦ ରହିଥିବା ବେଳେ ସମୋବାର ହାଟ ଖୋଲିଲା। ହାଟରେ ବିଭିନ୍ନ କିସମର ପନିପରିବା ପସରା ମେଲାଇ ବସିଥିବା ଦେଖିବାକୁ ମିଳିଥିଲା। ଏନେଇ କ୍ଷୁଦ୍ର ବ୍ୟବସାୟ ମାନେ ଖୁସି ଅନୁଭଵ କରିଛନ୍ତି। ଦୁଇ ମାସ ଧରି ହାଟ ବନ୍ଦ ଯୋଗୁଁ କ୍ଷୁଦ୍ର ଚାଷୀଙ୍କ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ବ୍ୟବସାୟ।
ରାଇକିଆ ପୋଲିସ ପକ୍ଷରୁ ହାଟରେ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ମାସ୍କ ଚେକିଙ୍ଗ୍ କରାଯାଇଥିବା ବେଳେ କିଛି ଅମାନିଆଙ୍କ ଠାରୁ ଜୋରିମାନା ବାବଦକୁ ୩,୬୦୦ ଟଙ୍କା ଆଦାୟ କରାଯାଇଥିବା ଥାନାଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ଠାରୁ ସୁଚନା ଦିଆଯାଇଛି।ଏବଂ ଠିକ୍ ଢ଼ଙ୍ଗରେ ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ତାଗିଦ୍ ମଧ୍ୟ କରାଯାଇଛି।କୋଭିଡ୍ ନିୟମ ଅନୁଯାୟୀ ସନ୍ଧ୍ୟା ୬ଟା ହେଲେ ପୋଲିସ ପକ୍ଷରୁ ଗାଡ଼ିରେ ସାଇରନ୍ ବାଜାର ସହର ପରିକ୍ରମା କରୁଥିବା ବେଳେ ବ୍ୟବସାୟ ମାନେ ଦୋକାନ ବଜାର ବନ୍ଦ କରୁଥିବା ଦେଖିବାକୁ ମିଳୁଛି। ଏଥିପୂର୍ବରୁ ବ୍ଲକ୍ ବିଡ଼ିଓ ପ୍ରବିଣ କୁମାର ବାଣୁଆ, ତହସିଲଦାର ହରପ୍ରସାଦ ଭୋଇ ଏବଂ ପୋଲିସ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ଟିମ୍ ଚାଲିଚାଲି ଯାଇ ସହର ପରିକ୍ରମା କରି ବ୍ୟବସାୟ ପ୍ରତିଷ୍ଠାନ ସମୟ ପୁର୍ବରୁ ବନ୍ଦ କରିବା ପାଇଁ କୁହାଯାଇଥିଲା।

related posts

1 comment

Deepak Kumar majhi July 6, 2021 - 3:32 pm

👍

Reply

Leave a Comment