Home Breaking News / ତାଜା ଖବର ପାଟଣାଗଡ଼ ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲରେ ଗଛ ଲଗାଇଲେ ବଲାଙ୍ଗିର ସାଂସଦ

ପାଟଣାଗଡ଼ ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲରେ ଗଛ ଲଗାଇଲେ ବଲାଙ୍ଗିର ସାଂସଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ପାଟଣାଗଡ଼ ଲାୟନ୍ସ ଭୋକେସନାଲ ପୁବ୍ଲିକ ସ୍କୁଲରେ ଗଛ ଲଗାଇଲେ ବଲାଙ୍ଗିର ସାଂସଦ ଆଜି ପାଟଣାଗଡ଼ ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲ ପରିସରରେ ବନ ମହୋସବ ପାଳନର ପ୍ରଥମ ଦିନରେ ବଲାଙ୍ଗିର ଲୋକସଭା ସଦସ୍ୟ ଶ୍ରୀମତି ସଂଗୀତା କୁମାରୀ ସିଂଦେଓଙ୍କ କରକମଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ ମଧ୍ୟ ଯୋଗ ଦେଇଥିଲେ।ପ୍ରଥମେ ଲାୟନ୍ସ କ୍ଲବର ସଭାପତି ଓ ସ୍କୁଲର ସଭାପତି ଦ୍ୱୟ ଲାୟନ ସଦାଶିବ ସରାଫ ଓ ଲାୟନ ମନୋଜ କୁମାର ନନ୍ଦ ମୁଖ୍ୟ ଅତିଥି ସାଂସଦ ଓ ବ୍ଲକ ଅଧ୍ୟକ୍ଷ ଙ୍କୁ ଫୁଲ ତୋଡାଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ପାଟଣାଗଡ଼ ଲାୟନ୍ସ କ୍ଲବର ବିରେନ୍ଦ୍ର ପାତ୍ର ଗଜାନନ ଅଗ୍ରୱାଲ ମହାଦେବ ମେହେରଓ ଯୋନ ଚେୟାରମ୍ୟାନ ଶ୍ରୀକାନ୍ତପାତ୍ର ଙ୍କ ସହକ୍ଲବର ମହିଳା ସଦସ୍ୟ ସ୍କୁଲର ଅଧ୍ୟକ୍ଷ ଗୋବର୍ଦ୍ଧନ ନାୟକ ପ୍ରତ୍ୟୁଷ ମିଶ୍ର ଓଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ସାଂସଦ ସ୍କୁଲ ପରିସରରେ 100 ଟି ଲିମ୍ବ ଗଛ ଲଗାଇ ଥିଲେ ।

related posts

1 comment

Deepak Kumar majhi July 5, 2021 - 3:33 pm

👍

Reply

Leave a Comment