Home Breaking News / ତାଜା ଖବର ଅଢେଇ ହଜାର ଚାଷୀ କ୍ଷତିଗ୍ରସ୍ତ: ମନ୍ଥର ଗତିରେ ଧାନ ସଂଗ୍ରହ

ଅଢେଇ ହଜାର ଚାଷୀ କ୍ଷତିଗ୍ରସ୍ତ: ମନ୍ଥର ଗତିରେ ଧାନ ସଂଗ୍ରହ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର: ରାଜ୍ୟ ସରକାର ଜୁନ ୩୦ ତାରିଖ ଠାରୁ ଧାନ କ୍ରୟ କରିଛନ୍ତି। ଏ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ଅନେକ ଚାଷୀଙ୍କ ଧାନ ବିକ୍ରି କରିପାରି ନାହାନ୍ତି । ସରକାରଙ୍କ ଟୋକନ୍ କଟକଣା, ବୈଷୟିକ ତ୍ରୁଟି, ଟୋକନ ଲାପସ ଭଲି କାରଣରୁ ଏ ଭଲି ହୋଇଛି । ଚାଷୀଙ୍କ ଘରେ ଅବା ମଣ୍ଡିରେ ଧାନ ପଡ଼ି ରହିଛି। ଅନେକ ଚାଷୀ ସାହୁକାରୀ ବ୍ୟବସାୟୀଙ୍କୁ କୁଇଣ୍ଟାଲ ପ୍ରତି ୫ ଶହ ଟଙ୍କା କମ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହୋଇଛି । ଏହିପରି କି ସରକାରୀ ଟାର୍ଗେଟ ମଧ୍ୟ ପୂରଣ ହୋଇନାହିଁ ।ଉଲୁଣ୍ଡା ବ୍ଳକର ଯାଲେ।ଏ, ସହରା ପାଲି, ମହଦା, କାଦୋଦର, ତରଭା, ବିନିକା ବ୍ଳକର ପଲସାପାଲି, ଡୁଙ୍ଗୁରିପାଲିର ଚିନାଯୁରୀ, ସହଲା, ରାମପୁର, ନାଇକନ।ପାଲି, ଅଇଁଳାମୁଣ୍ଡା ଓ ସାରସ ମାଲ ଅଞ୍ଚଳର ହଜାର ହଜାର ଚାଷୀଧାନ ବିକ୍ରି କରିପାରି ନାହାନ୍ତି। ଜିଲ୍ଲାର ୩୬ ହଜାର ହେକ୍ଟରରୁ ଉର୍ଦ୍ଧ୍ଵଜଳସେଚିତ ଜମିରେ ରବିଧାନ ଚାଷ ହୋଇଥିଲା । ଧାନ ବିକ୍ରି ପାଇଁ ଜିଲ୍ଲାର ୩୦ ହଜାର ୨୨ ଜଣ ଚାଷୀ ପଞ୍ଜୀକରଣ କରିଥିଲେ । ତଦନୁଯାୟୀ ଜିଲ୍ଲାରୁ କୁଇଣ୍ଟାଲ ଧାବକ୍ରୟ ପାଇଁ ରାଜ୍ୟ ସରକାର ଟାର୍ଗେଟ୍ କିନ୍ତୁ ପୂରଣ ହେଲାନି। କେବଳ ୨୭ ହଜାର ୫୦୧ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ପଞ୍ଜୀକୃତ ୨ ହଜାର ୫୨୧ ଚାଷୀ ସରକାରଙ୍କ ନିର୍ଦ୍ଧାରିତସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି।ଗତ ରବି ଅମଳରେ ଜିଲ୍ଲାରୁ ୨୭ ଲକ୍ଷ ୭୦ ହଜାର ୭୯୦ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିଲା । ଚଳିତ ବର୍ଷ ବିଭିନ୍ନ ସରକାରୀ ସୁବିଧା ଚାଷ କ୍ଷେତ୍ର ବଢିଛି, କିନ୍ତୁ ଧାନ କିଣା୨୩ ଲକ୍ଷ ୪୯ ହଜାର ୪୫୭ କୁଇଣ୍ଟାଲକୁ ଖସିଆସିଛି । ଅନେକ ପଞ୍ଜୀକୃତ ଚାଷୀଙ୍କ ଟୋକନ ଆସିନି। ଏ ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ରାଜସ୍ଵ ନୀରିକ୍ଷକଙ୍କ ଦ୍ଵାରା ଟୋକନ ଲାପସ ହୋଇଥିବା ଚାଷୀଙ୍କ ଘରେ ଧାନ ଗଚ୍ଛିତ ଅଛି କି ନାହିଁ ତଥ୍ୟ ସଂଗ୍ରହ କରିଥିଲେ। ଯେଉଁ ଚାଷୀଙ୍କ ଟୋକନ ଲାପସ ହୋଇଛି ଓ ଘରେ ଧାନ ଅଛି ପୁନଃ ସେମାନଙ୍କୁ ଟୋକନ ପ୍ରଦାନ ପାଇଁ ସରକାରଙ୍କୁ ତାଲିକା ପଠାଇଥିଲେ । ମାତ୍ର ସରକାର ଚାଷୀଙ୍କୁ ଟୋକନ ଦେଲେନି।

related posts

1 comment

Deepak Kumar majhi July 5, 2021 - 3:32 pm

👍

Reply

Leave a Comment