Home Breaking News / ତାଜା ଖବର ବୋରିଗୁମ୍ମା ବ୍ଳକ ବିଡିଓ ନିଜ କ୍ଷମତାର ଅପବ୍ୟବହାର କରୁଥିବା ଅଭିଯୋଗ: ସରପଞ୍ଚ ଓ ପିଇଓଙ୍କ ଡଙ୍ଗଲ ବ୍ଳକ କାର୍ଯ୍ୟାଳୟରେ ବ୍ୟବହାର ହେଉଛି

ବୋରିଗୁମ୍ମା ବ୍ଳକ ବିଡିଓ ନିଜ କ୍ଷମତାର ଅପବ୍ୟବହାର କରୁଥିବା ଅଭିଯୋଗ: ସରପଞ୍ଚ ଓ ପିଇଓଙ୍କ ଡଙ୍ଗଲ ବ୍ଳକ କାର୍ଯ୍ୟାଳୟରେ ବ୍ୟବହାର ହେଉଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା: କୋରାପୁଟ ଜିଲ୍ଲାର ଦ୍ରୁତତମ ବିକାଶ କରୁଥିବା ବ୍ଲକ ହେଉଛି ବୋରିଗୁମ୍ମା ବ୍ଲକ। ବୋରିଗୁମ୍ମା ବ୍ଳକ ରେ କାର୍ଯ୍ୟରତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବିଡ଼ିଓ ବହୁ କ୍ଷମତା ର ଅଧିକାରୀ ହୋଇଥାନ୍ତି। ବ୍ଲକ ୩୧ ଗୋଟି ପଞ୍ଚାୟତ କୁ ନେଇ ଗଠିତ। ଜିଲ୍ଲା ସ୍ତରୀୟ ହେଉ ଅବା ରାଜ୍ୟ ସ୍ତରୀୟ ସବୁଠି ବୋରିଗୁମ୍ମା ବ୍ଳକ ନେଇ ଚର୍ଚ୍ଚା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ର ମଡେଲ ପ୍ରଥମେ ବୋରିଗୁମ୍ମା ବ୍ଲକରେ ପ୍ରତିଫଳିତ ହୋଇଥାଏ। କେନ୍ଦ୍ରୀୟ ଟିମ ଠାରୁ ଆରମ୍ଭ କରି ରାଜ୍ୟ ଟିମ ବହୁ ସମୟରେ ବୋରିଗୁମ୍ମା ବ୍ଳକ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥାନ୍ତି। କିନ୍ତୁ ଏହାର ଫାଇଦା ବହୁ ବିଡ଼ିଓ ମହାଶୟ ମାନେ ନେଇଥାନ୍ତି। ବ୍ଳକ ରେ ବିଭିନ୍ନ ସମୟରେ ବିଡ଼ିଓ ମାନେ ନିଜ କ୍ଷମତା ର ଅପବ୍ୟବହାର କରୁଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ବୋରିଗୁମ୍ମା ବ୍ଳକ ର କାର୍ଯ୍ୟରତ ବିଡ଼ିଓ ମହାଶୟ ନିଜ କ୍ଷମତା ର ଢେର ଅପବ୍ୟବହାର କରୁଥିବା ଲୋକେ ଅଭିଯୋଗ କରୁଛନ୍ତି।ଅଭିଯୋଗ ବି ସାଧାରଣ ଅଭିଯୋଗ ନୁହେଁ, ବଡ଼ ସାଙ୍ଘାତିକ ଅଭିଯୋଗ। ରାଜ୍ୟ ସରକାର ସରପଞ୍ଚ ଓ ଗ୍ରାମ ପଞ୍ଚାୟତ ଅଧିକାରୀ ଙ୍କୁ ପ୍ରଦାନ କରଯାଇଥିବା ଡଙ୍ଗଲ ପଞ୍ଚାୟତ ରେ ବ୍ୟବହାର ନ ହୋଇ ବ୍ଲକ କାର୍ଯ୍ୟାଳୟ ରେ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାର ପଞ୍ଚାୟତ ମାନଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ କରିଛନ୍ତି। ପ୍ରତି ପଞ୍ଚାୟତ ର ସରପଞ୍ଚ କୁ ଗୋଟିଏ ଡଙ୍ଗଲ ଓ ପିଇଓ ଙ୍କୁ ଗୋଟିଏ ଡଙ୍ଗଲ ପ୍ରଦାନ କରାଯାଇଛି। ଏହାଦ୍ୱାରା ସରପଞ୍ଚ ଓ ପିଇଓ ମିଲିତ ଭାବେ ପଞ୍ଚାୟତ ର ବିକାଶ କରିପାରିବେ। ଡଙ୍ଗଲ ମାଧ୍ୟମରେ ସରପଞ୍ଚ ଓ ପିଇଓ ମାନେ ସିଧାସଳଖ ଟଙ୍କା ଛାଡିପାରିବେ। ଏଥିପାଇଁ ପ୍ରତି ପଞ୍ଚାୟତ କୁ ଗୋଟିଏ ଲାପଟପ ଓ କମ୍ପ୍ୟୁଟର ପ୍ରଦାନ କରାଯାଇଛି। କିନ୍ତୁ ବୋରିଗୁମ୍ମା ବ୍ଳକ ରେ ଠିକ ଓଲଟା। ପଞ୍ଚାୟତ ସ୍ତରରେ ବ୍ୟବୃହୁତ ଡଙ୍ଗଲ କୁ ବ୍ଳକ କାର୍ଯ୍ୟାଳୟ ରେ ବ୍ୟବହାର କରାଯାଉଥିବା ଅନେକ ପଞ୍ଚାୟତ ର ସରପଞ୍ଚ ମାନେ ଅଭିଯୋଗ କରିଛନ୍ତି। ବିଡ଼ିଓ ମହାଶୟ ଜାଣିଶୁଣି ସରପଞ୍ଚ ଙ୍କ କ୍ଷମତା କୁ ସଙ୍କୁଚିତ କରୁଥିବା କରୁଥିବା ଅନେକ ସରପଞ୍ଚ କହିଛନ୍ତି।ପିଇଓ ମାନଙ୍କୁ ନିଜ କ୍ଷମତା ରୁ ଦୁରେଇ ରଖୁଛନ୍ତି ବିଡ଼ିଓ ମହାଶୟ। କିଛି ପିଇଓ ଙ୍କୁ ନିଜର କରି ମନମୁତାବକ କାମ କରିଚାଲିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ। ବ୍ଲକର ୩୧ ଗୋଟି ପଞ୍ଚାୟତ ର ୬୨ ଗୋଟି ଡଙ୍ଗଲ ବ୍ଳକ କାର୍ଯ୍ୟାଳୟ ରେ ବ୍ୟବହାର ହେଉଥିବା କୁହାଯାଉଛି।ବ୍ଲକ କାର୍ଯ୍ୟାଳୟ ରେ ଡଙ୍ଗଲ ବ୍ୟବହାର ଦ୍ୱାରା ବିକାଶ ପାଣ୍ଠି ଅର୍ଥ ହେରଫେର ହେଉଥିବା କହୁଛନ୍ତି ସରପଞ୍ଚ ମାନେ। ତେବେ ପିଇଓ ମାନଙ୍କୁ ଡରାଇ ଧମକାଇ ନିଜ କାମ ହାସଲ କରୁଥିବା ଅଭିଯୋଗ ହେଉଛି।କୋରାପୁଟ ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଡଃ.ମଧୁସୂଦନ ମିଶ୍ର ବିଡ଼ିଓ ମହାଶୟ ଙ୍କୁ ପତ୍ର ଲେଖି ଡଙ୍ଗଲ ଗୁଡିକ ବ୍ଲକ କାର୍ଯ୍ୟାଳୟ ରେ ବ୍ୟବହାର ନ କରି ସରପଞ୍ଚ ଓ ପିଇଓ ଙ୍କ ଡଙ୍ଗଲ ଫେରାଇବା ପାଇଁ ନିର୍ଦେଶ ଦେଇଥିଲେ। କିନ୍ତୁ ବିଡ଼ିଓ ଜିଲ୍ଲାପାଳ ଙ୍କ ପତ୍ର କୁ ଖାତିର ନ କରି ବ୍ଲକ ରେ ଡଙ୍ଗଲ ଦ୍ୱାରା ନିଜ କାର୍ଯ୍ୟ କରିଚାଲିଲେ। ତେବେ ପୂର୍ବରୁ କର୍ଯ୍ୟରତ ବିଡ଼ିଓ ମାନେ କ୍ଷମତା ର ଅପବ୍ୟବହାର କରୁ ନ ଥିବା ବେଳେ, ବର୍ତ୍ତମାନ କାର୍ଯ୍ୟରତ ବିଡ଼ିଓ କାହା ସାହସ ରେ ନିଜ କ୍ଷମତା ର ଅପବ୍ୟବହାର କରୁଛନ୍ତି ତାହାକୁ ନେଇ ସାଧାରଣ ରେ ଚର୍ଚ୍ଚା ଯୋରଧରିଛି।

related posts

1 comment

Deepak Kumar majhi July 5, 2021 - 8:29 am

👍

Reply

Leave a Comment