Home Breaking News / ତାଜା ଖବର ରାଜଧାନୀରେ ପୁଣି ଜଘନ୍ୟ ହତ୍ୟାକାଣ୍ଡ

ରାଜଧାନୀରେ ପୁଣି ଜଘନ୍ୟ ହତ୍ୟାକାଣ୍ଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର: ରାଜଧାନୀରେ ପୁଣି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଭବନେଶ୍ବର ଭୀମଟାଙ୍ଗି ଫେଜ୍-୧ର ତାରିଣୀ ମନ୍ଦିର ନିକଟରେ ଏକ ଭଡା ଘରୁ ମହିଳାଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୋଲିସ ମହିଳାଙ୍କ ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିବା ସୂଚନା ମିଳିଛି।

ସୂଚନା ମୁତାବିକ, ସୋମବାର ଦିନ ମଧ୍ୟାହ୍ନ ସମୟରେ ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଫେଜ୍-୧ରେ ଅଞ୍ଚଳରେ ଏକ ଭଡା ଘରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି। ତେବେ ସେହି ଘର ଭିତରୁ ଜଣେ ପୁରୁଷଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କୁ ଚିହ୍ନଟ କରିଛନ୍ତି ତାଙ୍କ ସ୍ୱାମୀ । ତେବେ କିଏ କାହିଁକି ହତ୍ୟା କରିଛି । ସେନେଇ ତନାଘନା ଜାରି ରହିଛି । ସେପଟେ ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

related posts

1 comment

Deepak Kumar majhi July 5, 2021 - 3:32 pm

👍

Reply

Leave a Comment