Home Breaking News / ତାଜା ଖବର ୭୨ତମ ବନମହୋତ୍ସବ ଅବସରରେ ପର୍ଯ୍ୟଟନ ସ୍ଥଳୀରେ ବୃକ୍ଷରୋପଣ

୭୨ତମ ବନମହୋତ୍ସବ ଅବସରରେ ପର୍ଯ୍ୟଟନ ସ୍ଥଳୀରେ ବୃକ୍ଷରୋପଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ବୃକ୍ଷହିଁ ଜୀବନ l ବୃକ୍ଷ ବିନା ବଂଚିବା ଅସମ୍ଭ ବ l ଏଣୁ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଲେଖାଁଏ ବୃକ୍ଷ ଚାରା ଲଗାଇବା ସହ ତାର ଯତ୍ନ ନେଲେ ସୁସ୍ଥ ଓ ସବୁଜପରିବେଶ ସୃଷ୍ଟି ହେବ ଓ ଆଗାମୀ ପିଢ଼ି ଏହାଦ୍ଵାରା ଲାଭବାନ ହୋଇପାରିବେ ବୋଲି ୭୨ତମବନମହୋତ୍ସବ ଅବସରରେଫୁଲବାଣୀ ବ୍ଲକ ର କଟ୍ରିଂଗିଆ ପଂଚାୟତ ର ପର୍ଯ୍ୟଟନ ସ୍ଥଳୀ ଉର୍ମାଗଡ଼ରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦେଇବିଡ଼ିଓ ଶାନ୍ତନୁ କୁମାର ନାୟକ ମତବ୍ୟକ୍ତ କରିଛନ୍ତି । ।ଅନ୍ୟମାନଙ୍କ ମଧ୍ୟରେ କଟ୍ରିଂଗିଆ ସରପଞ୍ଚ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅନ୍ୟ କର୍ମଚ।ରୀମାନେ ଉପସ୍ଥିତ ଥିଲେ।ଉର୍ମାଗଡ଼ କୁଅଧିକ ସୁନ୍ଦର ଓ ପର୍ଯ୍ୟଟକ ମାନକୁ ଆକୃଷ୍ଟ କରିବାଲାଗି ବୃକ୍ଷ ରୋପଣ ଜରୁରୀ ବୋଲି ବିଡ଼ିଓ ନାୟକ କହିଥିଲେ l
ସେହିପରି ମୁଖ୍ୟଅତିଥି ବିଡ଼ିଓ ନାୟକ ଓ ସରପଞ୍ଚ ନୂତନ ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ଉପରେ ଗୁରୁତ୍ଵ ଦେଇଥିଲେl
ଏହି ଅବସରରେ ପଂଚାୟତ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ସଚେତନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ସରପଞ୍ଚ କହିଛନ୍ତି

related posts

1 comment

Deepak Kumar majhi July 5, 2021 - 8:29 am

👍

Reply

Leave a Comment