Home Breaking News / ତାଜା ଖବର ଜିଲ୍ଲାସ୍ଥରୀୟ 72ତମ ବନ ମହୋତ୍ସବ ପାଳିତ: 40ହେକ୍ଟର ଜାଗାରେ ବୃକ୍ଷ ରୋପଣ କରାଯାଇ ନୂତନ ଜଙ୍ଗଲ ସୃଷ୍ଟି କରାଯିବ

ଜିଲ୍ଲାସ୍ଥରୀୟ 72ତମ ବନ ମହୋତ୍ସବ ପାଳିତ: 40ହେକ୍ଟର ଜାଗାରେ ବୃକ୍ଷ ରୋପଣ କରାଯାଇ ନୂତନ ଜଙ୍ଗଲ ସୃଷ୍ଟି କରାଯିବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା କୋଲନାରା ବ୍ଲକ ଅନ୍ତର୍ଗତ ଟାଟାଗୁଡା ଏବଂ କମ୍ପା ସୁରି ଲଣ୍ଡା ପାହାଡ଼ ଠାରେ 72ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି । ଜିଲ୍ଲା ଜଙ୍ଗଲ ଓ ପରିବେଶ ନିୟନ୍ତ୍ରଣ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଯୋଗଦେଇଥ ବୃକ୍ଷ ରୋପଣ କରିଥିଲେ ଓ ପରିବେଶ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିବାସହ ଏହି ମହାମାରୀ କୋଭିଡ ସମୟରେ କୋଭିଡ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ସଚେତନ କରିଥିଲେ । ତଟାଗୁଡା ଠାରେ ସିଏସାର ପାଣ୍ଠିରୁ 20ହେକ୍ଟର ଜାଗାରେ ବୃକ୍ଷ ରୋପଣ କରାଯିବ ଓ ସେହିପରି ସୁରି ପାହାଡ଼ ରାଜସ୍ବ ଜମିରେ 20ହେକ୍ଟର ଜାଗାରେ ବୃକ୍ଷ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରାଯିବ l କୋଳନାରା ବ୍ଲକ ବିଡ଼ିଓ, ଭାରପ୍ରାପ୍ତ ବନ ଖଣ୍ଡ ଅଧିକାରୀ ନିତ୍ୟାନନ୍ଦ ନାୟକ, ଏସିଏଫ ପ୍ରଦୀପ କୁମାର ବାତ୍ରା ଉପସ୍ଥିତ ରହି ଜଗଡ଼ମ୍ବା ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ,ବନାଞ୍ଚଳ ଅଧିକାରୀ ରାୟଗଡା ଅଶୋକ କୁମାର ପ୍ରଧାନ, ବନପାଳ ସଞ୍ଜୟ ଦାଶ ,ବନ କର୍ମଚାରୀ,ବନସୁରକ୍ଷା ସମିତିର ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

related posts

1 comment

Deepak Kumar majhi July 5, 2021 - 5:59 pm

👍

Reply

Leave a Comment