Home Breaking News / ତାଜା ଖବର ରାଇକିଆରେ ଦ୍ବିତୀୟ ଡୋଜ୍ ଟିକାକରଣ ଆରମ୍ଭ

ରାଇକିଆରେ ଦ୍ବିତୀୟ ଡୋଜ୍ ଟିକାକରଣ ଆରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଟିକା କରଣ କରିବା ଜରୁରୀ ହୋଇଛି। କିଛି ଦିନ ବ୍ୟବଧାନରେ ପୁଣି ରାଇକିଆରେ ଟିକାକରଣ ଆରମ୍ଭ ହୋଇଛି। ସମୋବାର ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ବେରେଡାକିଆ ପଞ୍ଚାୟତର ଅଙ୍ଗନବାଡ଼ି କେନ୍ଦ୍ର,ବାଞ୍ଜାମାହା,ସୁଗଡାବାଡି,ପଞ୍ଚାୟତରେ ଟିକା କରଣ କରାଯାଇଛି। ସ୍ବାସ୍ଥ୍ୟ କେନ୍ଦ୍ରରେ ୧୮ ବର୍ଷରୁ ଉର୍ଦ୍ଧ୍ବ ୪୪ ବର୍ଷ ଏବଂ ଅନ୍ୟାନ୍ୟ କେନ୍ଦ୍ରରେ ୪୫ ବର୍ଷରୁ ୬୦ ବର୍ଷରୁ ଉର୍ଦ୍ଧ୍ବ ସମୁଦାୟ ୭୯୩ ଜଣଙ୍କୁ ଟିକା କରଣ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ୪୫ ବର୍ଷରୁ ଉର୍ଦ୍ଧ୍ବ ରହିଯାଇଥିବା ବ୍ୟକ୍ତିଙ୍କ ୮୪ ଦିନପରେ ଦ୍ବିତୀୟ ଡୋଜ୍ ଟିକାକରଣ ପ୍ରଦାନ କରାଯାଇଥିବା ବେଳେ ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ପ୍ରଥମ ଡୋଜ୍ ଟିକାକରଣ ପ୍ରଦାନ କରାଯାଇଛି। କେନ୍ଦ୍ରରେ ଟିକା ନେବା ପାଇଁ ଗହଳି ହୋଇଥିବାବେଳେ ଲୋକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଥିଲା ଏବଂ କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏହି ଟିକାକରଣ କେନ୍ଦ୍ରକୁ ବ୍ଲକ୍ ବିଡ଼ିଓ ପ୍ରବିଣ କୁମାର ବାଣୁଆ ତହସିଲଦାର ହରପ୍ରସାଦ ଭୋଇ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅମିୟ ଦତ୍ତ ଗିରି ପରିଦର୍ଶନରେ ଆସି ତଦାରଖ କରିଥିବା ଦେଖିବାକୁ ମିଳିଥିଲା। ମଙ୍ଗଳବାର ବ୍ଲକ୍ ର ମଣ୍ଡାକିଆ ଏବଂ ଡଡଙ୍ଗିଆ ପଞ୍ଚାୟତରେ ଥିବା ବୃଦ୍ଧବୃଦ୍ଧାଙ୍କ ଦୃଷ୍ଟିରେ ରଖି ସେମାନଙ୍କ ନିକଟ ପଞ୍ଚାୟତରେ ଟିକା କରଣ ଦେବାର ବ୍ୟବସ୍ଥା କରାଯିବ ବୋଲି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀ ଗିରୀ କହିଛନ୍ତି।

related posts

1 comment

Deepak Kumar majhi July 6, 2021 - 3:32 pm

👍

Reply

Leave a Comment