Home Breaking News / ତାଜା ଖବର ମିଥ୍ୟା ଗୁଜବ ପ୍ରକାଶିତ ଖବରକୁ ଚାଲେଞ୍ଜ୍ କଲେ ସରପଞ୍ଚ

ମିଥ୍ୟା ଗୁଜବ ପ୍ରକାଶିତ ଖବରକୁ ଚାଲେଞ୍ଜ୍ କଲେ ସରପଞ୍ଚ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୁଗୁଡା(ତ୍ରିଲୋଚନ ପଣ୍ଡା): ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକର ଅନ୍ତରପଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ଭୋଳ ଏକ ମିଥ୍ୟା ଗୁଜବ ପ୍ରକାଶିତ ଖବରକୁ ନେଇ ଚାଲେଞ୍ଜ୍ କରି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଖବରରୁ ପ୍ରକାଶ ଯେ ଗତ କିଛିଦିନ ପୂର୍ବରୁ ଖବର କାଗଜ ମାଧ୍ୟମରେ ଅନ୍ତରପଡା ଗ୍ରାମ ପଞ୍ଚାୟତରେ ମନେରେଗା ଦୁର୍ନୀତି,ଆବାସ ଯୋଜନା ଦୁର୍ନୀତି ଭଳି ବହୁତ ଦୁର୍ନୀତି ହୋଇଥିବା କଥା ପ୍ରକାଶିତ ହୋଇଥିଲା । ସେହି ଖବର ସରପଞ୍ଚ ପ୍ରତିନିଧି ଜାଣିବା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହା ଏକ ଆକ୍ରୋଶ ଏବଂ ଭିତ୍ତିହୀନ ଅଭିଯୋଗ ବୋଲି ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ଭୋଳ ସ୍ପଷ୍ଟ ଭାବରେ ଦୃଢତାପୁର୍ବକ ଖଣ୍ଡନ କରି କହିଥିଲେ ଯେ ଏହି ପଞ୍ଚାୟତର ଉନ୍ନତିକରଣକୁ ଦେଖି କେତେକ ମୁଷ୍ଟିମେୟ ପ୍ରଭାବଶାଳୀ ବିଜେପି ବ୍ୟକ୍ତିବିଶେଷ ମାନେ ମିଥ୍ୟା ଗୁଜବ କରୁଛନ୍ତି । ଆବଶ୍ୟକ ହେଲେ ମୁଁ ଯେ କୌଣସି ତଦନ୍ତକୁ ସ୍ବାଗତ କରିବା ସହ ଦଣ୍ଡାଦେଶକୁ ଗ୍ରହଣ କରିବି ବୋଲି ପ୍ରକାଶ କରିଛନ୍ତି । ଏହି ଅବସରରେ ନାଏବ ସରପଞ୍ଚ ଭାସ୍କର ସାମନ୍ତରା,ସମିତି ସଭ୍ୟ ଟୁକୁନା ସ୍ବାଇଁ,ୱାର୍ଡମେମ୍ବର ବାବୁ ନାୟକ,କୋକରାମ ନାୟକ,ୱାର୍ଡମେମ୍ବର ପ୍ରତିନିଧି ବବୃବାହନ ସ୍ବାଇଁ ଏବଂ ବିଜୟ ବିଷୋୟୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ସହ ଶତାଧିକ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ ।

related posts

1 comment

Deepak Kumar majhi July 5, 2021 - 7:55 am

👍

Reply

Leave a Comment