Home Breaking News / ତାଜା ଖବର ରାସ୍ତା ସମସ୍ୟା
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ନିମ୍ନମାନର କାମ ଅଭିଯୋଗ।ରାସ୍ତା ର ଅଵସ୍ଥା ଶୋଚନୀୟ ନେଇ ଜନସଧାରଣ ଧାରଣାପାଇଁ ଦେଲେ ଚେତାବନୀ।ଏଭଲି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ବ୍ଲକ ନନ୍ଦୋଳ ପଞ୍ଚାୟତର ଭାତପଡା ଗାଁରୁ।ଏହି ରାସ୍ତାଦେଇ ସମସ୍ତ ଦୈନଦିନ କାମ କରିଥାନ୍ତି ପାଖାପାଖି ୪ଗୋଟି ପଂଚାୟତର ଲୋକେ। ଏହି ରାସ୍ତାଟି କଟକ ଚାନ୍ଦବାଲି ରାସ୍ତାକୁ ଯିବାପାଇଁ କମ ବାଟ ହୋଇଥଏ। ବର୍ଷାଋତୁ ଆଗମନରେ ଏହି ରାସ୍ତାରେ ନୂଆ ମାଟି ପଡିଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।ଆଉ ୭ଦିନ ମଧ୍ୟରେ କାମ ଶେଷ କରାନଗଲେ ରାସ୍ତାରୋକର ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

ନାନ୍ଦୋଳ ପଞ୍ଚାୟତର ଭାତପଡା ଗାଁ ବେହେରା ସାହିର ରାସ୍ତା। ପୁରା କାଦୁଆ ପଚପଚ। ଖାଲି ପାଦରେ ଯିବା କଷ୍ଟକର ହୋଇ ପଡୁଛି। ସାଇକେଲ ଆରୋହି ମାନେ ସାଇକେଲ ଧରି ଗଡାଇ ଗଡାଇ ଯାଉଥିବାର ଦୃଶ୍ୟ ଦେଖିପାରୁ ଥିବେ ଭଲ ଭାବରେ। ଗାଡି ମଟର ଯିବା କଥା ଛାଡ। ଆମ୍ବୁଲାନ୍ସ ଆଉ ଅଗ୍ନିଶମ ଗାଡି ଆସିବା ଅସମ୍ଭବପର ହୋଇପଡିଛି। ସ୍କୁଲ କଲେଜ, ହାଟବଜାର, ମେଡିକାଲ, ବିଲବାଡ଼ିକୁ ଯିବା କଷ୍ଟକର ବ୍ୟାପାର। ନୂଆ ମାଟି ବଦଳରେ ପିଖରୀରୁ ପଙ୍କମାଟି ତାଢ଼ି ପକାଜାଇଥିବାରୁ ଏଭଳି ରାସ୍ତାର ଅବସ୍ଥା ହୋଇଥିବାର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।

ଗତ କିଛି ମାସ ତଳେ ରାସ୍ତାର ଏଭଳି ଅବସ୍ଥା ଦେଖି ସ୍ଥାନୀୟ ବିଧାୟକ ଏହି ରାସ୍ତା କାମ କରିବା ପାଇଁ ନିଜ ହାତ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରିବା ପାଇଁ ବ୍ଳକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସମ୍ପୃକ୍ତ ଠିକାଦାର ରାସ୍ତା କାମରେ ବିଳମ୍ବ କରିବାରୁ ଲୋକମାନଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡିଛି। କାମର ତ୍ୱରାନ୍ୱିତ ନେଇ ବ୍ଲକ ଅଧିକାରୀଙ୍କ ତତ୍ପରତା ଦେଖିବାକୁ ମିଳିନାହିଁ। ୭ଦିନ ମଧ୍ୟରେ କାମ ଶେଷ ନ କଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏପଟେ ଏ ସମ୍ପର୍କରେ ଆମ୍ଭ ପ୍ରତିନିଧି ବ୍ଲକ ଅଧିକାରୀଙ୍କୁ ଭେଟିଥିଲେ ମଧ୍ୟ ସେ କାମ ବାବଦରେ ଅବଗତ ନାହାନ୍ତି କ୍ୟାମେରା ସାମ୍ନାରେ କହିବାକୁ ସଫା ସଫା ମନାକରିଦେଇଥିଲେ।

ଏବେ ଦେଖିବାକୁ ବାକି ରହିଲା ବ୍ଳକ ପ୍ରଶାସନ କେତେ ଗୁରୁତର ସହ ସମସ୍ୟାର ସମାଧାନ କରୁଛନ୍ତି।

related posts

1 comment

Deepak Kumar majhi July 5, 2021 - 8:15 am

👍

Reply

Leave a Comment