Home ଜୀବନଚର୍ଯ୍ୟା ପଇତାର ବୈଜ୍ଞାନିକ ମହତ୍ତ୍ଵ: ପଇତା କାହିଁକି ପିନ୍ଧିବା?

ପଇତାର ବୈଜ୍ଞାନିକ ମହତ୍ତ୍ଵ: ପଇତା କାହିଁକି ପିନ୍ଧିବା?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପଇତା (ଶାରୀରିକ-ମାନସିକ) ସ୍ୱସ୍ଥ୍ୟ ଓ ସୌନ୍ଦର୍ଯ୍ୟ ବର୍ଦ୍ଧକ ତଥା ସାମାଜିକ ଏକତା ରଖିବାର ପରମ୍ପରାଗତ ଏକ ଧାର୍ମିକ ଉପଚାର । ଆମ ଦେଶ ଭାରତରେ ପ୍ରଚଳିତ ସମସ୍ତ ପ୍ରଥା-ପରମ୍ପରା ପଛରେ ଅନେକ ବୈଜ୍ଞାନିକ ପ୍ରାମାଣିକତା ରହିଛି ।

୧) ବୈଜ୍ଞାନିକ ଦୃଷ୍ଟିରୁ ପଇତା ଧାରଣ କରିବା ବହୁତ ହିଁ ଲାଭ ଦାୟକ । ଏହା କେବଳ ଧର୍ମର ଆଜ୍ଞା ନୁହେଁ ବରଂ ଆରୋଗ୍ୟର ପୋଷକ ବି, ଅତଃ ଏହାକୁ ସଦୈବ ଧାରଣ କରିବା ଉଚିତ । ଏହା ଆମର ସ୍ୱାସ୍ଥ୍ୟ ଠିକ ରଖିବାରେ ସହାୟତା କରେ ।

୨) ଚିକିତ୍ସକଙ୍କ ମତରେ ଏହି ପଇତା ଛାତି/ ହୃଦୟ (ବାମ) ପାଖ ଦେଇ ଯାଉଥିବାରୁ ଏହା ହୃଦୟ ସମ୍ବନ୍ଧିତ ରୋଗର ସମ୍ଭାବନା କମ କରେ, କାରଣ ଏହାଦ୍ୱାରା ରକ୍ତ ସଂଚାର ସୁଚାରୁ ରୂପେ ସଞ୍ଚାଳିତ ହୋଇଥାଏ ।

୩) ପଇତା ଧାରଣ କରିଥିବା ବ୍ୟକ୍ତି ନିୟମରେ ବନ୍ଧା ହୋଇଥାଏ । ସେ ମଳ-ମୂତ୍ର ତ୍ୟାଗ ସମୟରେ ମୁହଁ ବନ୍ଦ ରଖନ୍ତି ଓ ଦାନ୍ତରେ ଦାନ୍ତକୁ ଚାପି ରଖନ୍ତି, କଥା ହୁଅନ୍ତି ନାହିଁ, ଏହା ଦ୍ଵାରା ଅନେକ ରୋଗର ସମ୍ଭାବନା କମହୁଏ ଓ ଦାନ୍ତ ମଜଭୁତ ରହେ ତଥା ଜୀବାଣୁ ଓ କୀଟାଣୁ ସଂକ୍ରମଣରୁ ରକ୍ଷା ମିଳେ । ସେ ମଳ ତ୍ୟାଗ କରିବା ପଶ୍ଚାତ ନିଜର ପଇତା କାନରୁ କାଢି ପାରନ୍ତି ନାହିଁ ଯେ ପର୍ଯ୍ୟନ୍ତ ସେ ହାତ ପାଦ ଭଲ ଭାବେ ଧୋଇ କୁଳି ନ କରିଛନ୍ତି। ଏହି ଶୁଚିତା ତାଙ୍କୁ ଦାନ୍ତ, ମୁହଁ, ପେଟ, କୃମି, ଜୀବାଣୁଜନିତ ରୋଗରୁ ରକ୍ଷାକରେ । ଏହି କାରଣରୁ ଏହି ପଇତା ସବୁଠାରୁ ଅଧିକ ହୃଦୟ ରୋଗୀଙ୍କ ପାଇଁ ଲାଭ ଦାୟକ ସିଦ୍ଧ ହୁଏ ।

୪) ମଳ –ମୁତ୍ର ବିସର୍ଜନ ପୂର୍ବରୁ ପଇତା କୁ କାନରେ କସିକରି ଦୁଇବାର ଗୁଡାଇବାକୁ ପଡେ । ଫଳରେ ଏହାଦ୍ଵାରା କାନର ପଛରେ ଥିବା ଦୁଇଗୋଟି ଶିରା , ଯାହାର ସମ୍ବନ୍ଧ ପେଟ ର ଅନ୍ତ ସହିତ ଥାଏ , ଅନ୍ତ ଉପରେ ଚାପ ପକାଇ ତାକୁ ପୁରା ଖୋଲି ଦିଏ ଯଦ୍ଵାରା କବ୍ଜ, ଏସିଡିଟି , ପେଟ ରୋଗ, ମୁତ୍ରେନ୍ଦ୍ରିୟ ରୋଗ, ରକ୍ତ ଚାପ , ହୃଦୟ ସମ୍ବନ୍ଧିତ ରୋଗ ସହିତ ଅନ୍ୟାନ୍ୟ ସଂକ୍ରାମକ ରୋଗ ହେବାର ସମ୍ଭାବନା କମ ହୋଇ ଶରୀର ସୁସ୍ଥ ରୁହେ ।

୫) ଚିକିତ୍ସା ବିଜ୍ଞାନ ମୁତାବକ ଡାହାଣ କାନର ଶିରା ଅଣ୍ଡକୋଷ ଏବଂ ଗୁପ୍ତେନ୍ଦ୍ରିୟ ସହିତ ସହିତ ସମ୍ପର୍କିତ । ମୂତ୍ର ବିସର୍ଜନ ସମୟରେ ଡାହାଣ କାନରେ ପାଇତାକୁ ଗୁଡାଇବାରେ ଶୂକ୍ରାଣୁଙ୍କର ରକ୍ଷା ହୋଇଥାଏ ।

୬) ବୈଜ୍ଞାନିକଙ୍କ ମତାନୁସାରେ ବାର- ବାର ଖରାପ ସ୍ଵପ୍ନ ଆସିବାର ସ୍ଥିତିରେ ପଇତା ଧାରଣ କଲେ ସେହି ସମାସ୍ୟା ରୁ ମୁକ୍ତି ମିଳେ ।

୭) କାନରେ ପଇତା ଗୁଡାଇଲେ ସୂର୍ଯ୍ୟ ନାଡୀର ଜାଗରଣ ହୋଇଥାଏ ମନୁଷ୍ୟର ଦିବ୍ୟତା ବିକଶିତ ହୁଏ ଆଉମଧ୍ୟ ପେଟ ସମ୍ବନ୍ଧିତ ରୋଗ ଏବଂ ରକ୍ତଚାପ ସମସ୍ୟାରୁ ରକ୍ଷାମିଳେ ।

୮) ପଇତା ପାଚନ ସଂସ୍ଥାନକୁ ଠିକ ରଖେ ଏବଂ ପେଟ ତଥା ଶରୀରର ନିମ୍ନ ଅଙ୍ଗ ମାନଙ୍କୁ ବିକାରିତ ହେବାକୁ ଦିଏ ନାହିଁ ।

୯) ପଇତା ସୂଚି ଚିକତ୍ସା (ଆକ୍ୟୁପ୍ରେସର)ର ବିକଳ୍ପ ରୂପେ କାମ କରେ ।

୧୦) ପଇତା ଆମକୁ ପକ୍ଷାଘାତ ଋଗରୁ ରକ୍ଷାକରେ ।

୧୧) ଏପରି ମାନ୍ୟତା ଅଛିକି ଶରୀରର ପୃଷ୍ଠ ଭାଗର ପିଠି ଉପରଦେଇ ଏକ ପ୍ରକୃତିକ ରେଖା ଅଛି ଯାହା ବିଦ୍ୟୁତ ପ୍ରବାହ ପରି କାମକରିଥାଏ । ଏହି ରେଖାଟି ଡାହାଣ କାନ୍ଧଦେଇ ଅଣ୍ଟା ପର୍ଯ୍ୟନ୍ତ ରହିଛି । ପଇତା ପିନ୍ଧିବାରେ ଶରୀରରେ ବିଦ୍ୟୁତ ପ୍ରବାହ ନିୟନ୍ତ୍ରିତ ରହିଥାଏ, ଯାହାଫଳରେ କାମ କ୍ରୋଧ ନିୟନ୍ତ୍ରଣରେ ରଖିବାକୁ ସହଜ ହୁଏ ।

୧୨) ପଇତା ପିନ୍ଧିଲେ ପବିତ୍ରତାର ଅନୁଭବ ଆସିଥାଏ ଫଳରେ ଏହା ମନକୁ ସାତ୍ତ୍ଵିକ ଭାବାପନ୍ନ କରି ଧର୍ମର ବିପରୀତ ବା ଖରାପ କାମରୁ ରକ୍ଷାକରେ । କାନ୍ଧରେ ପଇତା ଅଛି ଏହି କଥା ଅନୁଭବରୁ ମନୁଷ୍ୟ ଭ୍ରଷ୍ଟାଚାରରୁ ଦୂରରେ ରୁହେ ।

୧୩) ବୈଜ୍ଞାନିକଙ୍କ ମତରେ ଆମର କାନରେ ଗୋଟେ ଶିରା ଅଛି ଯାହାର ସମ୍ବନ୍ଧ ସିଧା ସମ୍ବନ୍ଧ ମସ୍ତିଷ୍କ ସହିତ ଯୋଡି ହୋଇଛି । ଯେବେ ପଇତା ଗୁଡାଇବାରେ ସେହି ଶିରରେ ଚାପ ସୃଷ୍ଟି ହୁଏ ତାହା ଖୋଲି ଯାଏ ଏବଂ ମନ-ମସ୍ତିଷ୍କରେ ସୁପ୍ତ ଥିବା କିଛି ତନ୍ଦ୍ରା କାର୍ଯ୍ୟ କରିବାରେ ଲାଗେ ଯାହା ଆମର ସ୍ମରଣ ଶକ୍ତିକୁ ବଢାଇଥାଏ । ବିଦ୍ୟାଳୟରେ ସାର ମାନେ ପିଲାଙ୍କ କାନ ମୋଡିବାର ପଛରେ ଏକ ତଥ୍ୟ ଅଛିକି ସେପରି କରିବାରେ ସେହି ଶିରାରେ ଚାପ ସୃଷ୍ଟି ହେବାରେ ମସ୍ତିଷ୍କରେ ସୁପ୍ତ ତନ୍ଦ୍ରା ହଟି ତାହା ଠିକ ରେ କାମ କରେ । ଏଥିପାଇଁ ବି ଡାହାଣ କାନରେ ପଇତା ଗୁଡା ଯାଏ ।

୧୪) ପଇତା ପିନ୍ଧିଥିବା ବ୍ୟକ୍ତି ବସି କରି ପରିସ୍ରା କରନ୍ତି ଓ ପାଣି ପିଅନ୍ତି । ଏହି ନିୟମ ମାନିବାରେ ବୃକ୍କକ (କିଡନୀ) ସୁସ୍ଥ ରୁହେ ।

୧୫) ପଇତା ପିନ୍ଧିଲେ (ବାତ, ପିତ ଓ କଫ) ତ୍ରିଦୋଷ ଶାନ୍ତ ହୁଏ ଓ ମାନସିକ ଭାରସାମ୍ୟ ବଜାୟ ରହେ ।

୧୬) ଆୟୁର୍ବେଦାନୁସାରେ ‘ଲୋହିତିକ ନାମକ ବିଶେଷ ନାଡୀ ଡାହାଣ କାନ ହୋଇ ମଳ-ମୂତ୍ର ଦ୍ଵାର ପର୍ଯ୍ୟନ୍ତ ଥାଏ । ଏହାକୁ ଦବାଇବାରେ ମଳ ମୂତ୍ରର ଦ୍ଵାର ଖୋଲିଯାଏ ଏହାଦ୍ଵାରା ସୂର୍ଯ୍ୟ ନାଡୀ ପ୍ରଖର ହୁଏ ଓ ତନ୍ଦ୍ରା ଦୂର ହୁଏ । ପଇତା ପିନ୍ଧିଲେ ହାର୍ନିୟା ରୋଗରୁ ରକ୍ଷା ମିଳେ ତଥା ମଳକଣ୍ଟକ, ଅର୍ଶ, ଭଗନ୍ଦର ଆଦି ରୋଗରୁ ମଧ୍ୟ ରକ୍ଷା ମିଳେ । ଏହି ରୋଗରୁ ରକ୍ଷା ପାଇବା ପାଇଁ ତେଣୁ କାନ ଫୋଡା ଯାଏ । ବୈଜ୍ଞାନିକ ମାନଙ୍କ ମତରେ କର୍ଣ୍ଣବେଧନ ଦ୍ଵାରା ଆମର ଅନେକ ବ୍ୟାଧି ଦୂର ହୁଏ । ଶ୍ରବଣ ଶକ୍ତି ବଢେ । ଶରୀରର ଶୋଭା ବଢାଇବା ପାଇଁ ଆଭୂଷଣ ଧାରଣ କରିହୁଏ ।

୧୭) ଦୁଇକାନରେ ପଇତା ଗୁଡାଇବାରେ ମଧୁମେହ , ପ୍ରମେହ, ଓ ମୂତ୍ରଦୋଷଜନ୍ୟ ଭୟଙ୍କର ରୋଗରୁ ରକ୍ଷାମିଳେ ।

୧୮) ଡାହାଣ କାନରେ ପଇତା ଗୁଡାଇବାର ଅର୍ଥ ହେଲା- ଡାହାଣ କାନରେ ଦେବତା ବାସ କରନ୍ତି ତେଣୁ ଡାହାଣ କାନରେ ପଇତା ଗୁଡାଯାଏ । ଡାହାଣ କାନରେ ଆଦିତ୍ୟ, ବସୁ , ରୁଦ୍ର, ଅଗ୍ନି, ବାୟୁ, ଧର୍ମ, ବେଦ, ଆପ , ସୋମ ଏବଂ ସୂର୍ୟ୍ୟ ବାସ କରନ୍ତି । ତେଣୁ ଡାହାଣ ହାତରେ ଡାହାଣ କାନକୁ ସ୍ପର୍ଶ କରିବାରେ ଆଚମନ ର ଫଳ ପ୍ରାପ୍ତ ହୁଏ । ଅଶୁଚିତାରୁ ପଇତାର ପବିତ୍ରତାକୁ ରକ୍ଷା କରିବା ପାଇଁ ତେଣୁ ଡାହାଣ କାନରେ ପଇତା ଗୁଡାଯାଏ । ଯଥା – “ନିବୀତୀ ଦକ୍ଷିଣ କର୍ଣ୍ଣେ ଯଜ୍ଞୋପବୀତଂ କୃତ୍ଵା ମୂତ୍ରପୁରିଷେ ବିସୃଜ୍ୟେତ୍” ।
ଅତଃ – ମନରେ ଏଣୁ ତେଣୁ ନଭାବି ସମସ୍ତେ ଆଗ୍ରହର ସହିତ ଯଜ୍ଞସୁତ୍ରକୁ ଗ୍ରହଣ କରିବା

related posts

1 comment

Deepak Kumar majhi July 5, 2021 - 7:35 am

👍

Reply

Leave a Comment