Home Breaking News / ତାଜା ଖବର ଛକମାନଙ୍କରେ ମଦ ବିକ୍ରୟକୁ ବିରୋଧ: ନକଟିଗୁଡା,ଗ୍ରାମର ମହିଳାଙ୍କ ଗର୍ଜନ ଟିକିରି ଥାନାରେ ଏତଲା

ଛକମାନଙ୍କରେ ମଦ ବିକ୍ରୟକୁ ବିରୋଧ: ନକଟିଗୁଡା,ଗ୍ରାମର ମହିଳାଙ୍କ ଗର୍ଜନ ଟିକିରି ଥାନାରେ ଏତଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା କାଶିପୁର ବ୍ଲକ ନକଟିଗୁଡା ପଞ୍ଚାୟତର ନକଟିଗୁଡା,ସାନମାଟିକଣ,ବଡମାଟିକଣା ଛକରେ ମଦ ବିକ୍ରିକୁ ବନ୍ଦ କରିବା ପାଇଁ ଆଜି ନକଟିଗୁଡା ପ୍ରାୟ ୫୦ଜଣ ମହିଳା ଟିକିରି ଥାନା ଏତଲା ଦେଇଛନ୍ତି। ନକଟିଗୁଡା ଗ୍ରାମ ମହିଳା କହିବା ଅନୁଯାଇ ନକଟିଗୁଡା ଗ୍ରାମରେ ପୂର୍ବରୁ ସେହି ଗ୍ରାମର ପୁରୁଷ ମାନେ ମଦ ପିଇବା ସହ ସବୁସମୟରେ ଘର ଘର ଭିତ ରେ କଳି କଜିଆ ଲାଗି ରହୁଥିଲା ଓ କିଛି ଜଣ ମଧ୍ୟ ମଦ ପିଇ ପିଇ ମୃତ୍ୟ ମଧ୍ୟ କରିଲେଣି ଯାହାଫଳ ସେହି ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ନକଟିଗଡା ରେ ମନ୍ଦ ଭାଟି ସହ ଗ୍ରାମରେ ମଦ ବିକ୍ରିୟ କୁ ସବୁଦିନ ପାଇ ବନ୍ଦ କରିଦେଇ ଥିଲେ ଓ ନକଟିଗୁଡା କୁ ମଦ ମୁକ୍ତ ଗ୍ରାମ ବୋଲି କୁହାଯାଉଛି ଥିଲା ସେହି ଦିନ ଠାରୁ ୧୨/୧୩ ବଷ ହେବ ଏହି ଗ୍ରାମରେ ସମ୍ଫୁଣ ମଦ ବନ୍ଦ ହୋଇ ଯାଇଥିଲା କିନ୍ତୁ ଏବେ କିଛି ଦିନ ହେବ ନକଟିଗୁଡା ଗ୍ରାମ ର ଅଳ୍ପକିଛି ଦୂର ଛକରେ ପୁଣି ଥରେ ମଦ ବିକ୍ରି ହେଉଛି ଯାହାଫଳ ମହିଳା ମାନେ କହିବା ଅନୁଯାୟୀ ଏହି ଯାଗାରେ ମଦ ଦୋକାନ କରିପାଇ କିଏ ଅନୁମତି ଦେଇଛି ବଲି କହିଛନ୍ତି। ଯାହାଫଳ ଆଜି ନକଟିଗୁଡା ଗ୍ରାମର ମହିଳା ମାନେ ପୁଣି କିପରି ସହି ସବୁ ବଦ ହେବ ଏହି ନେଇ ଆଜି ଟିକିରି ଥାନା ଏତଲା ଦେଇଛନ୍ତି ତେଣୁ ଏଥି ପ୍ରଶାସନ ଏଥି ପ୍ରତିଦୃଷ୍ଟି ଦେବା ପାଇଁ ଦାବି ହେଉଛି। ଆଗାମୀ ଦିନରେ ଯଦି ମଦ ବିକ୍ରିବନ୍ଦ କରା ନ ଯାଏ ତାହେଲେ ଏକ ବଡ଼ ମଦ ବନ୍ଦ ଆନ୍ଦୋଳନ କରାଯିବ ବୋଲି ମହିଳା ମାନେ ଦାବୀ କରିଛନ୍ତି।

related posts

1 comment

Deepak Kumar majhi July 5, 2021 - 7:54 am

👍

Reply

Leave a Comment