Home Breaking News / ତାଜା ଖବର ରାଜଧାନୀରୁ ଶାଗୁଆନ କାଠ ଚୋରା ଚାଲାଣ ରାକେଟ ଠାବ

ରାଜଧାନୀରୁ ଶାଗୁଆନ କାଠ ଚୋରା ଚାଲାଣ ରାକେଟ ଠାବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ବଢୁଛି ରାଜଧାନୀରେ ଦୁର୍ବୁତ୍ତଙ୍କ ପାଦ୍ରୁଭାଵ । ଲକଡାଉନ ସହରରେ କାୟା ବିସ୍ତାର କରିଛନ୍ତି ଲୁଟେରା ଓ ମାଫିଆ । ଦୁଇଟି ଥାନା ଅଂଚଳରେ ଧରାପଡିଛି ପୃଥକ ପୃଥକ ଅପରାଧିର ଘଟଣା । ଗୋଟିଏ ପଟେ ବାଇକ ଲୁଟି କ୍ରାଇମ ଅପରେଟିଙ୍ଗ କରୁଥିବା ତିନି ଲୁଟେରା ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ଗିରଫ କରିଥିବାବେଳେ ଅନ୍ୟପଟେ ସହରକୁ ପ୍ରବେଶ ହେଉଛି ଶାଗୁଆନ କାଠ ଚୋରା ଚାଲାଣ । ଟ୍ରକ ଡ୍ରାଇଭର ଗିରଫ ହେବା ସହ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ବୋଝେଇ ଟ୍ରକ ଜବତ କରିଛି ମଞ୍ଚେଶ୍ୱର ଥାନା ପୋଲିସ
ସହରରେ ଆତଙ୍କରାଜ ଖେଆଉଛନ୍ତି । ଲୁଟପାଟ , ଚୋରି ଛିନତାଇ ଭଳି ସାଂଘାତିକ କ୍ରାଇମ କରି ଉତ୍ପାତ ଜମାଇଛନ୍ତି ହାର୍ଡକୋର କ୍ରିମିନାଲ । ଖଣ୍ଡଗିରି ଥାନା ପଞ୍ଝାରେ ପଡିଛନ୍ତି ତିନିଜଣିଆ ଲୁଟେରା ଗ୍ୟାଙ୍ଗ । ସେମାନଙ୍କ ନିକଟରୁ ଜବତ ହୋଇଛି ସାତଟି ବାଇକ , ୧୧ ଟି ମୋବାଇଲ ଫୋନ । ଭୁବନେଶ୍ୱର , କଟକ , ଗଞ୍ଜାମ ଅଞ୍ଚଳରୁ ବାଇକ ଲୁଟ ପରେ ସେହି ବାଇକରେ ଅପରାଧି ଘଟାଇଛନ୍ତି ବୋଲି ପୋଲିସ ଜାଣିବାକୁ ପାଇଛି । ପୋଲିସଙ୍କୁ ଚକମା ଦେବାକୁ ଚୋରା ବାଇକରେ ଚାଲୁଚି କ୍ରାଇମ ନେଟୱାର୍କ । ଏଭଳି ଗ୍ୟାଙ୍ଗ ଧରାପଡିବା ପରେ ଏମାନଙ୍କ ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଖୋଜି ବାହାର କରିବାକୁ ପୋଲିସ ଚେଷ୍ଟା ଚଳାଇଛି । କଟକର ହାପି ଓରଫ କାର୍ତିକ ପ୍ରକାଶ , ଭୁବନେଶ୍ୱରର କୋଲଥିଆର ନେପୁ ଓରଫ ସାଗର ପୁନ ଅନ୍ୟଜଣେ ଖଣ୍ଡଗିରିର ବରବାରିର ବାପୁନୀ ଓରଫ ବିକାଶ ରାଏକୁ ଗିରଫ କରାଯାଇଛି । ଏମାନେ ଘର ସାମନାରେ ରଖାଯାଇଥିବା ବାଇକ ଗୁଡିକର ତାଲା ଭାଙ୍ଗି ଲୁଟି ନିଅନ୍ତି ଏହାପରେ ସେହି ବାଇକରେ ଲୁଟପାଟ କରନ୍ତି ବୋଲି ଏସିପି କହିଛନ୍ତି ।

ସେହିପରି ରାଜଧାନୀରେ ଧରାନପଡ଼ିବା ପାଇଁ କାଠ ମାଫିଆ ମାନେ ଟ୍ରକରେ ଚାଖୁଣ୍ଡା କାଠ ଉପରେ ରଖି ଭିତରେ ଶାଗୁଆନ କାଠକୁ ବେଫିକର ଭାବେ ଚୋରା ଚାଲାଣ ଚଳାଇଛନ୍ତି । ପଳାଶୁଣିରେ ଚେକିଂ ସମୟରେ ମଞ୍ଚେଶ୍ୱର ଥାନା ପୋଲିସ ଏଭକି ଶାଗୁଆନ କାଠ ଚୋରା ଚାଲାଣ ରାକେଟର ପର୍ଦାଫାସ କରିଛି । ପୋଲିସ କିମ୍ବା ବନ ବିଭାଗକୁ ଚକମା ଦେବାକୁ କରୁଛନ୍ତି ନୂଆ ଟେକନିକ । କଟକର ପ୍ରତାପ ନଗରରୁ ସାଗୁଆନ କାଠ ବୋଝେଇ ହୋଇ ଭୁବନେଶ୍ୱରର ଭିଏସଏସ ନଗରର ଏକ କାଠ ଗୋଲାରେ ପହଁଚିଥାନ୍ତା ହେଲେ ତାହା ପୂର୍ବରୁ ପୋଲିସ ହାଥରେ ଧରାପଡ଼ିଗଲା ଚୋରା ଚାଲାଣ । ଏଥିରେ ଡ୍ରାଇଭର ବାବୁକୁ ଗିରଫ କରାଯାଇଛି । ମଞ୍ଚେଶ୍ୱର ଥାନା ପକ୍ଷରୁ ବନ ବିଭାଗଙ୍କୁ ଏହି ରାକେଟ ସମ୍ପର୍କରେ ଅଧିକ ତଦନ୍ତ କରିବାକୁ ଚିଠି ଲେଖିଛି।

related posts

1 comment

Deepak Kumar majhi July 5, 2021 - 8:24 am

👍

Reply

Leave a Comment