Home Breaking News / ତାଜା ଖବର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟ ପାଇଁ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା

ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟ ପାଇଁ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲା କଲ୍ୟାଣସିଙ୍ଘପୁର ବ୍ଲକ ସିକରପାଇ ପଞ୍ଚାୟତ ସଦର ମହକୁମା ର ନିର୍ମାଣାଧୀନ ଅବସ୍ଥାରେ ରହିଥିବା ଶିକରପାଇ ଗ୍ରାମ ମୁଖ୍ୟ ରାସ୍ତାରେ ଜଳ ଯୋଗାଣ ବ୍ୟବସ୍ଥା ରେ ତ୍ରୁଟି ରହିଥିବା ହେତୁ ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାସ୍ତାର ଡ୍ରେନ ଖୋଳି ଏଗାର ଦିନ ପରେ ବି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇ ପାରିନାହିଁ ଭ୍ରାମ୍ୟମାଣ ଗାଡ଼ିରେ କେବଳ ପ୍ରଥମ ଦିନ ଆସି ଜଳ ଯୋଗେଇ ଦେବା ଦେଖା ଦେଇଥିଲା ତାପର ଦିନ ଠାରୁ ଆଉ ଦେଖାନାହିଁ । ରାସ୍ତା କାମ କରୁଥିବା ଘୋରୋଇ କମ୍ପାନୀ SVSMC ଏଇ ରାଜ୍ୟ ରାଜପଥ ୪୫ ନମ୍ୱର୍ ଜାତୀୟ ରାଜପଥ ନିର୍ମାଣ କରୁଥିବା ବେଳେ ଶିକରପାଇ ଛକ ରେ ପାଇପ୍ ଲଗା ହୋଇଥିବା ପି ଏଚ୍ ଡି ପାଇପ୍ କାଡ଼ି ଡ୍ରେନ ନିର୍ମାଣ କାମ ଚାଲିଥିବା ବେଳେ ଦେଖା ଦେଇଛି ଏଇ ଘଟଣା। ଲୋକେ ଏ ବାବଦରେ ଅଭିଯୋଗ କରିଲା ପରେ ବି ଜଳ ଯୋଗାଣ ପ୍ରକଳ୍ପ ଅଧିକାରୀ ଶୁଣୁ ନ ଥିବା ଲୋକେ ଜଣେଇ ଛନ୍ତି। ଆଜି ବିଭାଗୀୟ ଅଧିକାରୀ ପହଞ୍ଚି କାର୍ଯ୍ୟ ତଦାରଖ କରୁଥିବା ସମୟରେ ସାମାନ୍ୟ୍ ଉତ୍ତେଜନା ଦେଖାଦେଇଛି। ପାଇପ୍ ଫାଟି ଅପରିଷ୍କାର ଦୂଷିତ ଜଳ ଲୋକଙ୍କ ଘରଙ୍କୁ ଆସୁଛି ଏ ନେଇ ଉପସ୍ଥିତ ମୁଖ୍ୟ ଅଧିକାରୀ ଙ୍କୁ ପ୍ରତିକ୍ରିୟା ମାଗିବା ବେଳେ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରି ଦେଇଛନ୍ତି। ବିଭାଗୀୟ ଅଧିକାରୀଙ୍କ ଖାମ ଖିଆଲି ଓ ବେପରୁଆ ନୀତି ଯୋଗୁଁ ଏଭଳି ହେଉଛି ବୋଲି ଗ୍ରାମର ଚମିଆ ଲହରା, କେ ତ୍ରିପତି,ଜି ଭେଙ୍କଟ ରମଣ ଅଭିଯୋଗ କରିଛନ୍ତି। ଜଳ ବିହୁନେ ସୃଷ୍ଟି ନାଶ ଏବଂ ଜଳ ବହୁଳେ ସୃଷ୍ଟି ନାଶ ତେଣୁ ଲୋକଙ୍କ ପାଇଁ ପାନୀୟ ଜଳ ଯୋଗାଇ ଦେବାରେ ଯଥା ଶୀଘ୍ର ବ୍ୟବସ୍ଥା କରିବାକୁ ଦାବୀ ହେଉଛି।

related posts

1 comment

Deepak Kumar majhi July 5, 2021 - 8:27 am

👍

Reply

Leave a Comment