Home Breaking News / ତାଜା ଖବର ଟ୍ରକ, ଟ୍ରାକ୍ଟର, ଅଟୋ ସହ ୭.୮ କୁଇଣ୍ଟାଲ ଗଂଜେଇ ଜବତ ଓ ୬ ଗିରଫ

ଟ୍ରକ, ଟ୍ରାକ୍ଟର, ଅଟୋ ସହ ୭.୮ କୁଇଣ୍ଟାଲ ଗଂଜେଇ ଜବତ ଓ ୬ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଉପାନ୍ତ ଓ ସୁର୍ଗମ ବ୍ଲକ ମୁନିଗୁଡା ଅଂଚଳରେ ଗଂଜେଇ ଚାଲାଣ ବେଳେ ଏକ ଟ୍ରକ, ଟ୍ରାକ୍ଟର ସହ ଏକ ଅଟୋ ରିକ୍ସା କୁ ଜବତ କରିଛି ଓ ୭କୁଇଣ୍ଟାଲ ଗଂଜେଇ ଜବତ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦୁଇ ଜଣ ଗାଡି ମାଲିକ ଓ ଅନ୍ୟ ଚାରିଜଣ ତାଙ୍କୁ ବେପାରରେ ସହଯୋଗ କରୁଥିବା ଲୋକ ବୋଲି କହିଛନ୍ତି। ଜବତ ହୋଇଥିବା ଗଂଜେଇ ର ଆନୁମାନିକ ମୂଲ୍ୟ୭୦ ଲକ୍ଷ୍ୟ ହେବ ବୋଲି ଅନୁମାନ କରାଯାଉଛି। ଗଂଜେଇ ମାଫିଆ ମାନେ ଦିନକୁ ଦିନ ନୂତନ ଉପାୟରେ ରାଜ୍ୟ ତଥା ପଡୋଶୀ ରାଜ୍ୟ ମାନଙ୍କୁ ଚାଲାଣ କରାଯାଇଛି ବୋଲି ଜଣା ପଡୁଛି। ପୋଲିସକୁ ଏହା ଏକ ବଡ଼ ସଫଳତା ମିଳିଛି। ମୁନିଗୁଡା ଥାନା କେସ ନମ୍ବର ୮୨/୨୧ ୨୦ ବି ଆଇ ଆଇ ସି ୨୯ ଏନ ଡି ପି ସି ଦଫାରେ ଭାରତୀୟ ଦଣ୍ଡ ବିଧି ଆଇନ ଅନୁଯାୟୀ ଗିରଫ କରି ତଦନ୍ତ ଚାଲିଛି ଆଗକୁ ଏହାର ସବିଶେଷ ବିବରଣୀ ଲୋକଙ୍କ ସାମନାକୁ ଆସିବ ବୋଲି ତଦନ୍ତ କରୁଥିବା ଥାନାଧିକାରୀ କହିଛନ୍ତି।

related posts

1 comment

Deepak Kumar majhi July 5, 2021 - 8:26 am

👍

Reply

Leave a Comment