Home Breaking News / ତାଜା ଖବର ପାହିଗଲା ରାତି, ଦାହ କଲେନି ଶବ: ପୁଣି ମାନବିକତା ଦେଖାଇଲେ ଦେବୀ ମିଶ୍ର

ପାହିଗଲା ରାତି, ଦାହ କଲେନି ଶବ: ପୁଣି ମାନବିକତା ଦେଖାଇଲେ ଦେବୀ ମିଶ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): କରୋନା କାଳରେ ବଦଳିଯାଇଛି ସମ୍ପର୍କର ସଂଜ୍ଞା |ସାଧାରଣ ରୋଗରେ ମୃତ୍ୟୁବରଣ କରୁଥିବା ଲୋକଙ୍କୁ ମିଳୁନି କାନ୍ଧ |ସେମିତି ଏକ ଘଟଣା ଘଟିଛି ତିଗିରିଆ ଗଦାଧରପୁରରେ |ବଡମ୍ବା ବିଧାୟକ ଦେବୀ ମିଶ୍ର ପୁଣି ଦେଖାଇଛନ୍ତି ମାନବିକତା | ଗତକାଲି ସନ୍ଧ୍ୟାରେ ଗଦାଧରପୁର ଗାଁର ପ୍ରମୋଦ ସାହୁ,ଯେକି ଅସୁସ୍ଥ ଅବସ୍ଥାରେ ବଡ଼ମ୍ବା ବୀରବରପୁରରେ ତାଙ୍କ ଶ୍ୱଶୁର ଘରେ ଗଲା ୨ସପ୍ତାହ ଧରି ରହୁଥିଲେ, ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଶବକୁ ଦାହ କରିବାକୁ ପରିବାର ଲୋକ ବିଳମ୍ବ କଲେ | ଗଦାଧରପୁର ଲୋକମାନେ କୋଭିଡ ସନ୍ଦେହରେ ଦାହ କରିବାକୁ ରାତିରେ ଅମଙ୍ଗ ହେଲେ |ରାତିସାରା ପଡିରହିଲା ଶବ |ଆଜି ସକାଳୁ ଗାଁର ବାବୁ, ଦେବନାଥ ଏ ସମ୍ପର୍କରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଖବର ଦେଲେ |ଖବର ପାଇ ଶ୍ରୀ ମିଶ୍ର ତତକ୍ଷଣାତ ସ୍ଥାନୀୟ ପ୍ରଶାସନକୁ ଯୋଗାଯୋଗ କରିବା ପରେ,ପ୍ରଶାସନ ପକ୍ଷରୁ ବଡମ୍ବା ଅତିରିକ୍ତ ତହସିଲଦାର ପହଁଚିଲେ । ମୃତକଙ୍କ ପତ୍ନୀ ଶ୍ୱଶୁରଙ୍କୁ ମୃତକଙ୍କ ସହ ଗଦାଧରପୁର ଆର. ଆଇ ଙ୍କ ଜିମାରେ ଦାହ ପାଇଁ ଦିନ ୧୧ଟା ବେଳେ ତାଙ୍କ ଗାଁକୁ ପଠେଇ ଦିଆଯାଇଥିଲା । ବାବୁ ,ଜମ୍ବେଇ , ବିଭୁତି ବୀରବରପୁର ଗ୍ରାମର ଯୁବକ ସହଯୋଗ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ ଦେବୀ ମିଶ୍ର |

related posts

1 comment

Deepak Kumar majhi July 5, 2021 - 8:23 am

👍

Reply

Leave a Comment