Home Breaking News / ତାଜା ଖବର ମାନ୍ୟବର ସାଂସଦ ସପ୍ତଗିରୀ ଉଲାକାଙ୍କ ଛତିଶଗଡ଼ କଂଗ୍ରେସ କର୍ମୀଙ୍କୁ ଉଦବୋଧନ

ମାନ୍ୟବର ସାଂସଦ ସପ୍ତଗିରୀ ଉଲାକାଙ୍କ ଛତିଶଗଡ଼ କଂଗ୍ରେସ କର୍ମୀଙ୍କୁ ଉଦବୋଧନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାୟଗଡ ଜିଲ୍ଲାର ଗୌରବ ସ୍ବର୍ଗତ କଂଗ୍ରେସ ନେତା ରାମ ଚନ୍ଦ୍ର ଉଲାକାଙ୍କ ସୁପୁତ୍ର କୋରାପୁଟ ଲୋକସଭା ସାଂସଦ ସପ୍ତଗିରୀ ଉଲାକାଙ୍କ ଏ ଆଇ ସି ସି ସମ୍ପାଦକ ଭାବେ ଦାଇତ୍ୱ ନେବା ପରେ ଅତିରିକ୍ତ ଦାୟିତ୍ୱ ଭାବେ ଛତିଶଗଡ଼ ପ୍ରଭାରୀ ଭାବରେ ଦାଇତ୍ୱ ପ୍ରଦାନ କରିଛି ଜାତୀୟ କଂଗ୍ରେସର କେନ୍ଦ୍ରୀୟ କମିଟି। ଏହି କରନା ମହାମାରୀ ର ମୁକାବିଲା କରି ନିଜକୁ ସୁରକ୍ଷା ଓ ସାମାଜିକ ବ୍ୟବସ୍ଥା କୁ ସୁଧାରିବା ପାଇଁ ସାଂସଦ ମହାଶୟଙ୍କ ପଦକ୍ଷେପ ଅତି ପ୍ରସନସନୀୟ ଅଟେ। ଅବିଭକ୍ତ କୋରାପୁଟ ଜିଲାର ସାଂସଦ ହିସାବରେ ବିଭକ୍ତ ଚାରୋଟି ଜିଲାର ସର୍ବାଙ୍ଗୀନ ଉନତି ପାଇଁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଂସଦରେ ସମସ୍ୟା ମାନର ଉପସ୍ଥାପନ ଓ ପ୍ରଶ୍ନକାଳରେ ପ୍ରଶ୍ନ କରି କେନ୍ଦ୍ର ସରକାର ଙ୍କୁ ଜଣାଇ ବହୁ ଚର୍ଚ୍ଚିତ ହୋଇଛନ୍ତି। ସେହି ଆଶାରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଆସ୍ଥା ରଖି ଛତିଶଗଡ଼ ପ୍ରଭାରୀ ନିଯୁକ୍ତ କରିଛନ୍ତି। ସେ ଗତ କାଲି ଛତିଶଗଡ଼ ର ନାରାୟଣ ପୁର ଜିଲାର କନ୍ଦଗାଁ ରେ କଂଗ୍ରେସ କର୍ମୀଙ୍କ ସମ୍ବୋଧିତ କରିଥିଲେ। ଆଖ ପାଖ ଅଞ୍ଚଳର ହାଜର ହାଜର କର୍ମୀ ଶ୍ରୀ ଉଲାକଙ୍କୁ ଶୁଣିବାକୁ ବହୁ ଉତ୍ସାହର ସହ ଯୋଗ ଦେଇଥିଲେ। ବୁଡି ଯାଉଥୁବା ଦଙ୍ଗାର ଏକ ମାତ୍ର ସହାରା ଭଳି ନିଜ ଦାଇତ୍ୱକୁ ସୁରୁଖୁରୁରେ ତୁଲାଇ ଥିଲେ। ଆଗାମୀ ଦିନରେ ହେବାକୁ ଥିବା ବିଧାନ ସଭା ନିର୍ବାଚନ ମଇଦାନକୁ ସଜାଇବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଯୋଜନା କରାଯାଇଥିଲା। ଆଗାମୀ ଦିନରେ କିପରି କଂଗ୍ରେସ ଶାସନ ବଜାଇ ରଖିବେ ତାର ଯୋଜନା ପ୍ରସ୍ତୁତ ପାଇଁ ସମିଳନୀ କରାଯାଇଥିଲା। ଏହି ଦଳୀୟ ସଭାରେ ପି ସିମହିଳା ନେତ୍ରୀ ଫୁଳଦେବୀ ସି ସଭାପତି ମୋହନ ମାଡକାମୀ,ସାଂସଦ ଦୀପକ ବାଜୀଜି,ଫୁଳଦେବୀ ନିତମଜି ଓ ଅନ୍ୟ ବରିଷ୍ଠ କର୍ମୀ ଯୋଗ ଦେଇଥିଲେ।

related posts

1 comment

Deepak Kumar majhi July 5, 2021 - 8:25 am

👍

Reply

Leave a Comment