Home Breaking News / ତାଜା ଖବର ରାଇକିଆରେ ଚାରା ବିତରଣ କେନ୍ଦ୍ର ଉଦଘାଟିତ

ରାଇକିଆରେ ଚାରା ବିତରଣ କେନ୍ଦ୍ର ଉଦଘାଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ବୃକ୍ଷ ହିଁ ଜୀବନ, ସୁସ୍ଥ ପରିବେଶ ଓ ସୁସ୍ଥ ଜୀବନ ପାଇଁ ବୃକ୍ଷ ରୋପଣ ଅତ୍ୟନ୍ତ ଆବଶ୍ୟକତା ରହିଛି। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଲେଖାଏଁ ବୃକ୍ଷ ଚାରା ଲଗାଇବା ସହ ତାର ଯତ୍ନ ନେଲେ ସୁସ୍ଥ ଓ ସବୁଜ ପରିବେଶ ସୃଷ୍ଟି ହେବ ଏବଂ ଆଗାମୀ ପିଢ଼ି ଏହାଦ୍ବାରା ବହୁତ ଲାଭବାନ ହୋଇ ପାରିବେ। ୭୨ତମ ବନମହୋତ୍ସବ ପାଳନ ଅବସର ରେ ରବିବାର ରାଇକିଆ ବନ ବିଭାଗ ପକ୍ଷରୁ ଆୟୋଜିତ ଚାରା ବିତରଣ କେନ୍ଦ୍ରଟିକୁ ଫୁଲବାଣୀ ବନଖଣ୍ଡ ଅଧିକାରୀ ଡିଏଫଓ ଲକ୍ଷ୍ମୀ ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦିପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। ଏବଂ ଡିଏଫଓ ବେହେରା ଲୋକଙ୍କୁ ବିଭିନ୍ନ କିସମର ବୃକ୍ଷ ଚାରା ପ୍ରଦାନ କରାଯାଇଥିଲା। ଲୋକେ ମଧ୍ୟ ଆଗ୍ରହ ସହକାରେ ବୃକ୍ଷ ଚାରା ନେଉଥିବା ଦେଖାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ରାଇକିଆ ବନବିଭାଗ ଅଧିକାରୀ ସୁନିଲ କୁମାର ସାହୁଙ୍କ ସହ କର୍ମଚାରୀ ମାଣିକେଶ୍ଵରୀ ପଟ୍ଟନାୟକ, ସୁଜିତ୍ କୁମାର ଗଣ୍ଡ, ବିଷ୍ଣୁ ପ୍ରସାଦ ରଥ ଏବଂ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ସହୋଯୋଗ କରିଥିଲେ। ରାଇକିଆ ରେଂଜରେ ଏକ ଲକ୍ଷ୍ୟ ଚାରା ପ୍ରସ୍ତୁତ କରାଯାଇଥିବା ବନବିଭାଗ ପକ୍ଷରୁ କୁହାଯାଇଛି।

related posts

1 comment

Deepak Kumar majhi July 5, 2021 - 8:18 am

👍

Reply

Leave a Comment