Home Breaking News / ତାଜା ଖବର କଟଲାଙ୍ଗ ଓ ସିକପାଇ ଗ୍ରାମକୁ ଆଦିବାସୀ ମହାସଂଘର ଆବାହକ ଓ ବି ଏଚପିଟିମ ପରିଦର୍ଶନ: ଷଡ଼ଯନ୍ତ୍ରର ଶିକାର ହେଉଛନ୍ତି ଆଦିବାସୀ

କଟଲାଙ୍ଗ ଓ ସିକପାଇ ଗ୍ରାମକୁ ଆଦିବାସୀ ମହାସଂଘର ଆବାହକ ଓ ବି ଏଚପିଟିମ ପରିଦର୍ଶନ: ଷଡ଼ଯନ୍ତ୍ରର ଶିକାର ହେଉଛନ୍ତି ଆଦିବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ଭାରତୀୟ ସଂସ୍କୃତିକୁ ଧ୍ବଂସ କରିବାକୁ ଅଣହିନ୍ଦୁ ଶକ୍ତି ନିଜ ଜୋର ଲଗାଇ ଦେଇଥିବା ଜଣା ଯାଉଛି ବୋଲି ପରିଦର୍ଶନରେ ଯାଇଥିବା ପ୍ରତିନିଧି ଦଳ କହିଛନ୍ତି। ନିଜକୁ ଅସୁରକ୍ଷିତ କହି ମିଶନାରୀ ସଂସ୍ଥା ଓ ସରକାରୀ କଳକୁ ବିଭ୍ରାନ୍ତି କର ତଥ୍ୟ ଦେଇ ଅଂଚଳର ଆଦିବାସୀ ଙ୍କୁ ବଦନାମ କରିବା ସହ ଗ୍ରାମ ବାସୀଙ୍କୁ ଭୟଭୀତ କରୁଥିବା ଜଣା ପଡ଼ିଛି। ସାଧାରଣ ଅବଗତି ନିମନ୍ତେ ଉଲେଖ କରାଯାଉଛି କି ସାମାନ୍ୟ ବଚସାକୁ ନେଇ ଏହି ସମସ୍ୟା ସୃଷ୍ଟି ହୋଇଛି। ଏହା ଏକ ସହଜ ସମାଧାନ କରିବା ଭଳି ବିଷୟକୁ ଜଟିଳ କରି ସୋସିଆଲ ମିଡିଆ ଓ ଫେସ ବୁକ ରେ ବିଭ୍ରାନ୍ତି କର ତଥ୍ୟ ପୋଷ୍ଟ କରି ଜାତୀୟ ଓ ଅନ୍ତର୍ଜାତୀୟ ସହାୟତା ହାତେଇବା ପାଇଁ ଚେଷ୍ଟା କରୁଥୁବା ଜଣା ପଡ଼ିଛି ଏନେଇ ଦୁଇଖଣ୍ଡ ଗ୍ରାମବାସୀ ପ୍ରତିନିଧି ଦଳ ଙ୍କୁ ଜଣାଇଛନ୍ତି। ଦୁଇ ଖଣ୍ଡ ଗ୍ରାମର ଲୋକ କହିଛନ୍ତି କି ଆମେ କାହାକୁ ଘଉଡ଼ି ନାହୁଁ କି କାହାର କିଛି କ୍ଷତି କରୁନୁ କିମ୍ବା କରିବା ଆମର ଉଦ୍ୟେସ ନୁହେଁ । କିନ୍ତୁ ଆମର ପରମ୍ପରାକୁ କୌଣସି ପରିସ୍ଥିତିରେ ଛାଡି ପାରିବୁ ନାହିଁ କି ଅନ୍ୟ କେହି ଅଞ୍ଚ ଆଣିଲେ ବରଦାସ୍ତ କରିବୁ ନାହିଁ ବୋଲି ଲୁଲା ତୀୟାକା, ବିଶ୍ୱନାଥ ତୀୟକା, ଚୈତନ କଞ୍ଜକା, ପ୍ରମୁଖ କହିଛନ୍ତି । ଗ୍ରାମର ଲୋକଙ୍କ କହିବା କଥା ହେଲା ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବଳ କୁ ନିୟୋଜିତ କରାଯାଇଛି ତାହା କାହା ସ୍ୱାର୍ଥରେ ବୋଲି ଗଣ ମାଧ୍ୟମ ଜରିଆରେ ପ୍ରଶାସନ କୁ ପ୍ରଶ୍ନ କରିଛନ୍ତି। ଜଗିଛନ୍ତି କି ଅଭିଯୋଗ କରିଥିବା ଲୋକଙ୍କ ସୁରକ୍ଷା ଯଦି କରିବାର ଅଛି ତାହେଲେ ତାଙ୍କ ଘର ନିକଟରେ ଜଗି ରହିବା କଥାକିନ୍ତୁ ଗାଁ ମଝିରେ ଜଗି ରହୁ ଥୁବାରୁମହିଳା ମାନେ ଭୟ କରୁଛନ୍ତି ବୋଲି କହିଛନ୍ତି। ବୁଶ୍ବହିନ୍ଦୁ ପରିଷଦ ରାୟଗଡ ଜିଲ୍ଲା ସଭାପତି ରାଜେନ୍ଦ୍ର ସାହୁ କହିଛନ୍ତି କି ସଂସ୍କୃତି ଓ ଧାର୍ମିକ ଭାବନା କୁ ଆଞ୍ଚ ଆସିଲା ଭଳି ଜିଏବି କୁକର୍ମ କରିବ ତାକୁ ବରଦାସ୍ତ କରଜୀବନି ବୋଲି ଚେତାବନୀ ଦେଇଛନ୍ତି। କିଛି ମନ୍ଦ ଉଦ୍ଦେଶ୍ୟ ରଖିଥିବା ବାସହରା କହି ଅନେକ ସାହାଯ୍ୟ ସହଯୋଗ ନେଇ ପହଞ୍ଚୁ ଛନ୍ତି ଶ୍ରୀ ସାହୁ ସହଯୋଗ କାରୀଙ୍କୁ ପ୍ରଶ୍ନ କରିଛନ୍ତି କି ସାହାଯ୍ୟ ସହଯୋଗ କରିବାଭଲ କଥା କିନ୍ତୁ ନିର୍ଦିଷ୍ଟ ଉଦ୍ୟେସ ରଖି ଏମାନଙ୍କୁ ପ୍ରଲଭିତ କରୁଥୁବା ଅଭିଯୋଗ କରିଛନ୍ତି । କହିଛନ୍ତି କି କଲ୍ୟାଣସିଙ୍ଘପୁର ବ୍ଲକ ରେ ଗତ ଦୁଇ ବର୍ଷ ପୂର୍ବେ ନଗବଳୀ ନଦୀ ବଢି ଆସି ଗୋଟିଏ ଗ୍ରାମ ଧାରା ପୃଷ୍ଠରୁ ବିଲୀନ ହୋଇ ଗଲା ଏବଂ ଅନେକ ଗାଁ ଜଳ ମଗ୍ନ, ଘର ଭିତରକୁ ପାଣି ପଶି ବାସହରା ହୋଇ ଗଲେ କିନ୍ତୁ ଏହି ମିଶନରୀ ସଂସ୍ଥାର ଦେଖା ମିଳିନଥିଲା ସେହି ଭଳି ବର୍ତ୍ତମାନ କରନା ମହାମରି ର କରାଳ ଗ୍ରାସରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ଓ ଖାଦ୍ୟ ଅଭାବରେ ଅଛନ୍ତି ତାଙ୍କୁ ସହାୟତା ଯୋଗାଇ ଦେବାର ଦେଖାଯାଇନି ତେଣୁ ଜାଣି ଶୁଣି ନିରୀହ ଆଦିବାସୀଙ୍କୁ ପୋଲୋଭିତ କରି ମତାନ୍ତର କରି ତାଙ୍କ ମନରେ ବିଦ୍ରୋହ ଭାବ ଭରୁଛନ୍ତି ବୋଲି ଆଦିବାସୀ ମହାସଂଘର ଆବାହକ ବସନ୍ତ ଉଲକା କହିଛନ୍ତି। ଭୁଲରେ ଅବାଟକୁ ଚାଲି ଯାଇଥିବା ଆଦିବାସୀ ଭାଇ ମାନଙ୍କୁ ବେ ସହାରା ହୋଇ ଛଡ଼ାଯିବନି ତାଙ୍କର ଥଇଥାନ ପାଇଁ ସଙ୍ଘ ଚେଷ୍ଟା କରିବ । ପ୍ରତ୍ୟେକ ଗ୍ରାମ ବୁଲି ଏନେଇ ସଙ୍ଘ ସଚେତନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି। ଏହି ପରିଦର୍ଶନ ଦଳରେ ସମାଜ ସେବୀ ଶ୍ୟାମ ଦାସ, ମନୋଜ ନାୟକ, ପୂର୍ଣ ଚନ୍ଦ୍ର ପଟେଲ, ଭି ଗୁରୁନାଥ, ରୁଦ୍ର ଖଣ୍ଡାରିୟା, ପ୍ରଦୀପ, ଭୁବନି, ମହିଳା ନେତ୍ରୀ ପ୍ରମିଳା ନାୟକ ଓ ଅନ୍ୟ

related posts

Leave a Comment