ରାୟଗଡ(ଧନେଶ୍ବର ରାଉତ)-ରାଧେ ରାଧେ ତୁମର ଅଧେକୁ ଆମର ଅଧେ କଥାଟା ଠିକ ପ୍ରମାଣିତ ହେବା ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ପଞ୍ଚାୟତର ତିଆରି ହୋଇଥିବା ଶୌଚାଳୟର ଦୁର୍ନୀତିର ଗନ୍ଧ ଏବେ ବାହାରୁଛି । ଏଅଞ୍ଚଳର ଜନତାଙ୍କ ଉନ୍ନତି ହେଲେ ନହେଲେ ଯନ୍ତ୍ରୀ ଠିକାଦାର ରତାରାତି ମାଲାମାଲ । ଏମିତି ଏକ ଯୋଜନା ହେଉଛି ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ନିର୍ମାଣ ହୋଇଥିବା ଶୌଚାଳୟ ଅଞ୍ଚଳକୁ ସ୍ୱଚ୍ଛ ରଖିବା ପାଇଁ ଶୌଚାଳୟ ନିର୍ମାଣ କରିବାକୁ ସରକାର ପ୍ରତି ପରିବାରକୁ ଦେଇଛନ୍ତି ୧୨ହଜାର ଟଙ୍କା ହେଲେ ଆମେ ଦେଖାଉଛୁ ଗୋଡିବାଲି ପଞ୍ଚାୟତର କଦମଚରା ଗ୍ରାମରେ ସ୍ୱଚ୍ଛ ଭାରତ ମିଶନରେ ନିର୍ମାଣ ହୋଇଥିବା ଶୌଚାଳୟର ଦୃଶ୍ୟ ଏହି ଦୃଶ୍ୟ ଦେଖିଲେ ଆପଣମାନେ ଅନୁମେୟ କରିପାରୁଥିବେ ସ୍ୱଚ୍ଛ ଭାରତ ମିଶନ ଫେଲ ମାରିଥିବା ଦେଖିବାକୁ ମିଳିଛି । ସ୍ୱଚ୍ଛ ଭାରତ ମିଶନ ଦାଇତ୍ୱରେ ଥିବା ଯନ୍ତ୍ରି ବାବୁଙ୍କର ବେପୁରୁଆ ନିତି ଯୋଗୁଁ ଏସବୁ ଯୋଜନା ଫେଲ ମାରିଛି । ତେବେ ଅଞ୍ଚଳବାସୀଙ୍କ ଅଭିଯୋଗ କ୍ରମେ କାଶୀପୁର ବ୍ଲକରେ ନିର୍ମାଣ ହୋଇଥିବା ଶୌଚାଳୟ ଉପରେ ଉଚ୍ଚ ସ୍ତରିୟ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି
ସ୍ୱଚ୍ଛ ଭାରତ ମିଶନରେ ତିଆରି ହୋଇଥିବା ଶୌଚାଳୟରେ ଏବେ ଦୁର୍ନୀତିର ଗନ୍ଧ କାଶୀପୁର ବ୍ଲକରେତଦନ୍ତ ଦାବୀ
Share with
previous post
1 comment
👍