Home Breaking News ସହକାରୀ ଯନ୍ତ୍ରୀ ନାହାନ୍ତି: ଫୁଲବାଣୀ ଆଇଟିଡିଏର ଉନ୍ନୟନ୍ନ କାର୍ଯ୍ୟ ବାଧାପ୍ରାପ୍ତ

ସହକାରୀ ଯନ୍ତ୍ରୀ ନାହାନ୍ତି: ଫୁଲବାଣୀ ଆଇଟିଡିଏର ଉନ୍ନୟନ୍ନ କାର୍ଯ୍ୟ ବାଧାପ୍ରାପ୍ତ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ): ଆଦିବାସୀମାନଙ୍କ ସାମାଜିକ ଓ ଅର୍ଥ ନୈତିକ ବିକାଶପାଇଁ ସରକାର ଙ୍କ ଫୁଲବାଣୀ ଓ ବାଲିଗୁଡ଼ା ଠାରେ ସମନ୍ଵିତ ଆଦିବାସୀ ଉନ୍ନୟନ୍ନ ସଂସ୍ଥା (ଆଇଟିଡିଏ) କାର୍ଯ୍ୟ।ଳୟ ରହିଛି । ଆଉ ପ୍ରତିବର୍ଷ ଏହି ଦୁଇ ସଂସ୍ଥାକୁ ଆଦିବାସୀଙ୍କ ବିକାଶପାଇଁ କୋଟିକୋଟି ଟଙ୍କା ଅନୁଦାନ ମଧ୍ୟ ପ୍ରଦାନ କରୁଛନ୍ତି । ହେଲେ ବିଭାଗରେ କେଉଁଠି ଯନ୍ତ୍ରୀ ନାହିଁ।ନ୍ତି ତ ଆଉ କେଉଁଠି ପ୍ରକଳ୍ପ ପ୍ରଶାସକ ନାହାନ୍ତି ।ପଦବୀ ସବୁ ଖାଲି ପଡିଛି। ଫଳରେ ଉନ୍ନୟନ୍ନ ମୂଳକ କାର୍ଯ୍ୟ ଦେଖିବାକୁ କିଏ ନାହିଁ।
ଫଳରେ ବିଭାଗ ପକ୍ଷରୁ ହାତକୁ ନିଆଯାଉଥିବା ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଦୁର୍ନିତୀ ଓ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ଆଦିବାସୀଙ୍କ ଜମିକୁ ଜଳସେଚନ ଯୋଗ।ଇବା ପାଇଁ ନିର୍ମାଣ କରାଯାଉଥିବାଚେକଡ୍ୟାମ, ଡାଇଭର ସନୱେଇର, କାର୍ଯ୍ୟ ନିମ୍ନମାନର ହେଇଥିବା ଦେଖିବାକୁ ମିଳୁଛି । ସେହିପରି ଆଦିବାସୀ ସ୍କୁଲ ଓ ହଷ୍ଟେଲମରାମତି କାର୍ଯ୍ୟ, ପାନୀୟ ଜଳ ବ୍ୟବସ୍ଥା ଆଦି କାର୍ଯ୍ୟରେ ମଧ୍ୟ ଅନିୟମିତତା ଓ ଦୁର୍ନିତୀ ହୋଇଥିବା ଶୁଣିବାକୁ ମିଳୁଛି । ଫୁଲ ବାଣୀ ଆଇଟିଡିଏରେ ଜଣେ ଯନ୍ତ୍ରୀ ଫିରିଙ୍ଗିଆ ଓ ଫୁଲବାଣୀ ବ୍ଳକ ଦାୟିତ୍ଵରେ ଥିବାବେଳେ ଖଜୁରୀପଡ଼ା ବ୍ଳକ ଦାୟୀତ୍ଵରେ ଥିବା ଯନ୍ତ୍ରୀ ସହ କ।ରି ଯନ୍ତ୍ରୀ ଦାୟୀତ୍ଵରେ ଅଛନ୍ତି । ଫଳରେ କାର୍ଯ୍ୟ ତଦାରଖ ହୋଇପ।ରନି।
ସେହିପରି ଫୁଲବାଣୀ ପିଏ ଆଇଟିଡିଏ ବିଭିନ୍ନ ଆଳରେ ଦୁଇ ଦୁଇଥର ବଦଳୀ ବାତିଲ କରି ଦୀର୍ଘ ୫ ବର୍ଷ ଧରି ରହିବା ଘଟଣା ସମସ୍ତଙ୍କ ସନ୍ଦେହ ସୃଷ୍ଟି କରିଛି। ତେବେ ୯ଟି ବ୍ଳକ କୁ ନେଇ ଗଠିତ ବାଲିଗୁଡା ଆଇଟିଡିଏର ପିଏଆଇଟିଡିଏ ଙ୍କ ବର୍ଷଟିଏ ନପୁରୁଣୁ ଅନ୍ୟତ୍ର ବଦଳୀ ହେବା ଓ ଏଠାକୁ ତାଙ୍କ ସ୍ଥାନରେ କେହି ମଧ୍ୟ ପୋଷ୍ଟିଙ୍ଗ ନହେବାରୁ ବାଲିଗୁଡ଼ା ଉପଜିଲ୍ଲାପାଳ ଅତିରିକ୍ତ ଦାୟିତ୍ଵରେ ରହିଛନ୍ତି ।
ଆଦିବାସୀଙ୍କ ବିକାଶ କଥା ସରକାର ଯଦି ଚାହୁଛନ୍ତି ତେବେ ଅତିର୍ଶିଘ୍ର ଏହି ଦୁଇଟି ଆଇଟିଡିଏରେ ଖାଲି ଥିବା ପଦବୀ ପୁରଣ କରିବା ଜରୁରୀ ବୋଲି ଆଦିବାସୀ ନେତାମାନେ କହିଛନ୍ତି।
ସେହିପରି ଫୁଲ ବାଣୀ ଆଇଟିଡିଏରେ ଚାଲିଥିବା ଦୁର୍ନିତୀ ଓ ଅନିୟମିତତାର ଭିଜିଲା ନ୍ସ ତଦନ୍ତ କରାଗଲେ ବିଭାଗ ର ବହୁଗୁମର କଥା ପଦାକୁ ଆସିବ ବୋଲି କୁହାଯାଉଛି।
ଏ ସଂପର୍କରେ ଜିଲା ପ୍ରଶାସନର ମତାମତ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ମିଳିନଥିଲ। ।

related posts

1 comment

Deepak Kumar majhi July 3, 2021 - 9:05 am

👍

Reply

Leave a Comment