Home Breaking News / ତାଜା ଖବର ଝଲସିବ ବଡ଼ଦାଣ୍ଡ: ରଥଯାତ୍ରା ପ୍ରସ୍ତୁତି ବୈଠକ

ଝଲସିବ ବଡ଼ଦାଣ୍ଡ: ରଥଯାତ୍ରା ପ୍ରସ୍ତୁତି ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୁରୀ(ଚିତ୍ତରଞ୍ଜନ ମହାନ୍ତି): ବିନା ଭକ୍ତ ରେ ରଥ ଯାତ୍ରା ପାଇଁ ପ୍ରସ୍ତୃତି ଚଳାଇଛି ପ୍ରଶାସନ ।ଜିଲ୍ଲାପାଳ ସମର୍ଥ ବର୍ମା ଏ ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି।ବଡ଼ ଦାଣ୍ଡରେ ଉଜ୍ଜଳ ଆଲୋକ ସହିତ କ୍ଲୋଜ୍ କ୍ୟାମେରା ଲଗାଯିବ।ଶ୍ରୀ ଗୁଣ୍ଡିଚା ବାହୁଡା଼ ଏବଂ ସୁନାବେଶ ଦିନ କୌଣସି ଭକ୍ତଙ୍କୁ ବଡ଼ ଦାଣ୍ଡ କୁ ଯିବ ପାଇଁ ଅନୁମତି ଦିଆ ଯିବା ନାହିଁ।କେବଳ ସେବାୟତ ରଥ ଟାଣୀବେ।ଶ୍ରୀ ମନ୍ଦିର ସିଂହଦ୍ଵାର ଏବଂ ଗୁଣ୍ଡିଚା ମନ୍ଦିର ସମେତ ବଡ଼ ଦାଣ୍ଡରେ 5ଟି ସ୍ଥାନରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ।ରଥ ଟଣା ସମୟରେ ଜଳ ସିଞ୍ଚନ ଏବଂ ପାନୀୟ ଜଳ ଯୋଗାଣ ପାଇଁ ଅଗ୍ନି ଶ୍ରମ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆ ଯାଇଛି।ବଡ଼ ଦାଣ୍ଡ କୁ ସଂଲଗ୍ନ କରୁ ଥିବା 72ଟି ଗଳିରେ ସଫେଇ କାର୍ଯ୍ୟ ତ୍ୱରାନ୍ୱିତ କରା ଯିବ ।ଶ୍ରୀ ଗୁଣ୍ଡିଚା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥ ନିକଟରେ ସ୍ୱତନ୍ତ୍ର ଆଲୋକ ବ୍ୟବସ୍ଥା ପାଇଁ ଟାଟା ପାୱାର ସଂସ୍ଥା କୁ ନିର୍ଦ୍ଦେଶ ଦିଆ ଯାଇଛି।ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ଼ ନିର୍ମାଣ କରାଯିବ ।ପୁରୀକୁ ସଂଯୋଗ କରୁଥିବା ରାଜପଥକୁ ସିଲ୍ କରାଯିବ କରୋ ନା କଟକଣା କଡାକଡି କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଡଃ କ ନୱାର ବିଶାଳ ସିଂହ ସୂଚନା ଦେଇଛନ୍ତି।ଶ୍ରୀ ମନ୍ଦିର ପ୍ରଶାସକ ଅଜୟ କୁମାର ଜେନା ଅତିରିକ୍ତ ଜିଲ୍ଲା ପା ଳ ପ୍ରଦୀପ୍ତ କୁମାର ସାହୁ ବିନୟ କୁମାର ଦାସ ସୁବାସ ଚନ୍ଦ୍ର ନାଥ ଶର୍ମା ଉପ ଜିଲ୍ଲା ପା ଳ ଭବତା ଚରଣ ସାହୁ ପୌର ସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସୁଜାତା ମିଶ୍ର ଜଣ ସ୍ବାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ ଶରତ ଚନ୍ଦ୍ର ମିଶ୍ର ଏବଂ ନିର୍ବାହୀ ଯନ୍ତ୍ରୀ ସିବ ପ୍ରସାଦ ସ୍ୱାଇଁ ପ୍ରମୁଖ ବୈଠକ ରେ ଉପସ୍ଥିତ ଥିଲେ ।

related posts

1 comment

Deepak Kumar majhi July 3, 2021 - 4:08 pm

👍

Reply

Leave a Comment