Home Breaking News / ତାଜା ଖବର ଜୀବନକୁ ଖାତିର ନକରି ଜନସାଧାରଣଙ୍କ ସେବାରେ ସମାଜସେବୀ ରବିନ୍ଦ୍ର

ଜୀବନକୁ ଖାତିର ନକରି ଜନସାଧାରଣଙ୍କ ସେବାରେ ସମାଜସେବୀ ରବିନ୍ଦ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର,:ନିଜ ଜୀବନକୁ ଖାତିର ନକରି ଜନସାଧାରଣଙ୍କ ସେବାରେ ଲାଗିପଡିଛନ୍ତି ସମାଜସେବୀ ରବିନ୍ଦ୍ର କୁମାର ସାହୁ । ଗତବର୍ଷ ଏବଂ ଚଳିତ ବର୍ଷ କରୋନା ମହାମାରୀକୁ ରୋକିବା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ତଥା ଲକଡାଉନ ଓ ସଡଟାଉନ ଜାରି ରହିଛି । ଏହି ଲକଡାଉନ ଓ ସଟଡାଉନ ସମୟରେ ନିଜର ରୋଜଗାର ହରାଇ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଇଛନ୍ତି ଅସହାୟ, ଦିନ ମଜୁରିଆ ଓ ପ୍ରବାସୀ ଓଡ଼ିଆ ମାନେ । ଠିକ ଏହି ସମୟରେ ଅସହାୟଙ୍କ ନିକଟରେ ସହାୟତା କରିବା ପାଇଁ ପହଂଚି ଅସହାୟ ମାନଙ୍କ ପାଇଁ ଜୀବନ ବିନ୍ଦୁ ପାଲଟିଛନ୍ତି ସମାଜସେବୀ ରବିନ୍ଦ୍ର କୁମାର ସାହୁ । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ନିର୍ଦ୍ଦେଶ କ୍ରମେ
ସମାଜସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ସମାଜସେବୀ ତଥା ବିଜେଡ଼ି ନେତା ରବିନ୍ଦ୍ର କୁମାର ସାହୁ। ସେ ଆଜି ଟାଟା ବେଂଜ ଛକ, ପୁରଣା ବସଷ୍ଟାଣ୍ଡ ସମେତ ବ୍ରହ୍ମପୁର ସହରର ବିଭିନ୍ନ ଛକ ଠାରେ ରାସ୍ତାକଡ଼ରେ ଜୀବନ ବିତାଉଥିବା ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । ଗତବର୍ଷ ଠାରୁ ଆଜିପର୍ଯ୍ୟନ୍ତ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି ଏକ କରି ପ୍ରବାସୀ ଶ୍ରମିକ ମାନଙ୍କୁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଇବା ସହ ରାସ୍ତା କଡରେ ଏବଂ ବସଷ୍ଟାଣ୍ଡ ଓ ଷ୍ଟେସନରେ ବସବାସ କରୁଥିବା ଅସହାୟ ମାନଙ୍କୁ ଖାଦ୍ୟ ସହ ୨୫ନଂ ୱାର୍ଡରେ ଅସହାୟ ପରିବାରଙ୍କୁ ଚାଉଳ ସମେତ ରାସନ ସାମଗ୍ରୀ , ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିବା ପାଇଁ ସଦା ସର୍ବଦା ଆଗେଇ ଆସିଛନ୍ତି ସମାଜସେବୀ ରବିନ୍ଦ୍ର । ରବିନ୍ଦ୍ରଏହିଭଳି କାର୍ଯ୍ୟକୁ ନେଇ ତାଙ୍କ ସହ ଆଲୋଚନା ପରେ ସେ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦେଶକ୍ରମେ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ୱରେ ହେଉଥିବା ସାମାଜିକ କାର୍ଯ୍ୟକ୍ରମ ଗୁଡିକରେ ଅନୁପ୍ରାଣିତ ହୋଇ ସମାଜସେବୀ ରବିନ୍ଦ୍ର ଅସହାୟ ଓ ଗରିବ ମାନଙ୍କ ନିକଟରେ ପଂହଚି ସେମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି । ସମାଜସେବୀ ରବିନ୍ଦ୍ରଙ୍କ ଏହିଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

related posts

1 comment

Deepak Kumar majhi July 3, 2021 - 4:02 pm

👍

Reply

Leave a Comment