Share with
ଭୁବନେଶ୍ୱର: ସମ୍ ହସ୍ପିଟାଲ Critical Care Wardକୁ ଯାଇ ଚିକିତ୍ସିତ ହେଉଥିବା ସାମ୍ବାଦିକ, ଆଇନଜୀବି ବାଙ୍କୀ ବ୍ୟାଙ୍କର ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ମାୟାଧର ମଲ୍ଲିକଙ୍କୁ ଦେଖା କରିଥିଲେ ବଡମ୍ବା ବିଧାୟକ ଦେବୀ ମିଶ୍ର |। କଟକ ବଡ଼ ଡାକ୍ତରଖାନାରୁ ସମ୍ ହସ୍ପିଟାଲକୁ ତାଙ୍କ ପରିବାରର ଅନୁରୋଧ କ୍ରମେ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥା କାଲିଠାରୁ ସୁଧାର ଅଛି କିନ୍ତୁ ସେ ବିପଦମୁକ୍ତ ହୋଇନାହାନ୍ତି ବୋଲି ଡାକ୍ତରଙ୍କ ସଂଗେ ଆଲୋଚନା ପରେ ଜଣାପଡିଛି |ବିଧାୟକ ଶ୍ରୀ ମିଶ୍ରଙ୍କ ସହିତ ସେ କ୍ଷୀଣସ୍ୱରରେ ତାଙ୍କ ପତ୍ନୀ ସମିତି ସଭ୍ୟା ନିରୂପମାଙ୍କ ଉପସ୍ଥିତିରେ ଅଳ୍ପ ସମୟ କଥା ହୋଇଥିଲେ। ତାଙ୍କର Pulmonary arteryରେ Clotting ହେବା ଓ ତାଙ୍କୁ ୫ଦିନ ଚିକିତ୍ସା ପରେ ଦୃଶ୍ୟମାନ(Visible) ସୁଧାର ପରିଲକ୍ଷିତ ହେବ ବୋଲି ଚିକିତ୍ସକ ଟିମର ଆଶା।
ମା ଭଟ୍ଟାରିକା ଓ ପ୍ରଭୁ ସ୍ବପ୍ନେଶ୍ୱର ଦେବଙ୍କ ପାଖେ ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ବିଧାୟକ ଶ୍ରୀ ମିଶ୍ର |
1 comment
👍