Home Breaking News / ତାଜା ଖବର ଡକ୍ଟର ସଡ଼େରେ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କଲେ ତହସିଲଦାର

ଡକ୍ଟର ସଡ଼େରେ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କଲେ ତହସିଲଦାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଡକ୍ଟର୍ସ ଡେ ରେ ଦୁଇ ଜଣ ଡାକ୍ତରଙ୍କୁ ସମ୍ମାନୀତ କରିଛନ୍ତି।ତହସିଲଦାର ଶ୍ରୀମତୀ ନାୟକ ପୂର୍ବରୁ ମଧ୍ଯ କରୋନା ମହାମାରୀ ସମୟରେ ଅଞ୍ଚଳରଲୋକଙ୍କୁ ନିଜ ଜୀବନକୁ ବାଜି ଲଗାଇ ନିଷ୍ଠା ଓ ଆନ୍ତରୀକତା ର ସହ ସେବା ଯୋଗାଇବା ସହ କରେ । ନା ସଚେତନତା କରିଥିବା ସମସ୍ତ ଡାକ୍ତର ଙ୍କ ସହ ସ୍ୱାସ୍ୟକର୍ମି,ପଂଚାୟତ ସମିତି କର୍ମଚାରୀ, ଶିକ୍ଷକ, ଆଶାକର୍ମୀ, ଅଙ୍ଗନୱାଡି କର୍ମି, ଗଣମାଧ୍ୟମ ପ୍ରତିନିଧି ଙ୍କ ସମେତ କୋଭିଡ ସମୟରେ କାର୍ଯ୍ୟକରୁଥିବା ଅନେକ କର୍ମଚାରୀ ମାନଙ୍କୁ ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରି ସମ୍ମାନୀତ କରିଥିବା ବେଳେ ବର୍ତ୍ତମାନ ଡାକ୍ତର ଦିବସରେ ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଉତ୍ତମ କୁମାର ବିଶ୍ୱାଳ ଙ୍କୁ କରୋନା ଯୋଦ୍ଧା ସମ୍ମାନ ପାଇଁ ମାନପତ୍ର ସହ ପୁଷ୍ପଗୁଚ୍ଛ ଏବଂ ପୁରସ୍କାର ପ୍ରଦାନ କରି ସମ୍ମାନୀତ କରିଛନ୍ତି।
ସେହିଭଳି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ନିମାଇଁ ଚରଣ ବିଶିଙ୍କୁ ମଧ୍ଯ ଡାକ୍ତର ଦିବସରେ ସମ୍ମାନୀତ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଡାକ୍ତର ବିଶି ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହି ଅନୁପସ୍ଥିତ ରହିବା ରୁ ଡାକ୍ତର ବିଶ୍ୱାଳ ତହସିଲଦାର ଶ୍ରୀମତୀ ନାୟକ ଙ୍କ ଠାରୁ ମାନ ପତ୍ର ଗ୍ରହଣ କରିଥିଲେ।ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଶ୍ରୀ ବିଶ୍ୱାଳ ଦିନରାତି ଏକକରି ଜନସାଧାରଣଙ୍କ ପାଇଁ ନିଜକୁ ସମର୍ପିତ କରି ସେବା ଯୋଗାଉଥିବା ବେଳେ ସ୍ଥାନୀୟ ଅଂଚଳରେ ମଧ୍ଯ ଡାକ୍ତର ବିଶ୍ୱାଳ ଙ୍କୁ ଭଗବାନଙ୍କ ପରେ ଦିତୀୟ ଭଗବାନ ଭଳି ଜନସାଧାରଣଙ୍କ ମଧ୍ୟରେ ମ ପ୍ରକାଶ ପାଉଛି।ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୂର୍ବରୁ କୌଣସି ସ୍ଥାନୀୟ ସରକାରୀ ପଦସ୍ଥ ଅଧିକାରୀ ପୂର୍ବରୁ ଏଭଳି ଡାକ୍ତର ମାନଙ୍କୁ ସମ୍ମାନିତକରିନଥିବା ବେଳେ ତହସିଲଦାର ଶ୍ରୀମତୀ ନାୟକ ସେମାନଙ୍କୁ ଆଗ୍ରହର ସହ ସମ୍ମାନୀତ କରିଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ।ପରିବାରକୁ ଛାଡିସୁଦୁର କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଅଂଚଳରୁ ଆସି କନ୍ଧମାଳ ଜିଲ୍ଲା ଖଜୁରୀପଡା ରେ କାର୍ଯ୍ୟରତ ଡାକ୍ତର ଉତ୍ତମ ବିଶ୍ୱାଳ ଙ୍କ ସେବା ମନୋଭାବ,ଉତ୍ତମ ବ୍ଯବହାର ପ୍ରସଂସନୀୟ ବୋଲି ତହସିଲ ଦାର ଶ୍ରୀମତୀ ସ୍ୱପ୍ନିତା ନାୟକ କହିଛନ୍ତି । ସମ୍ମାନୀତ ପରେ ଏହା ସେମାନଙ୍କୁ କାମ କରିବାଲାଗି ଅଧିକ ପ୍ରେରଣ ଯୋଗାଇବ ବୋଲି ଡାକ୍ତର ବିଶ୍ଵାଳ କହିବା ସହ ଖୁସି ବ୍ୟକ୍ତ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ଯ ରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଅମିୟ ଭୂଷଣ ରାମ୍,ଗୀତା ଦାସ,ସୀମାଞ୍ଚଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

related posts

1 comment

Deepak Kumar majhi July 3, 2021 - 9:02 am

👍

Reply

Leave a Comment