Home Breaking News କନ୍ଧମାଳରେ ବସ୍ ଚଳାଚଳ: ଶନି-ରବି ସଟ୍ ଡାଉନ୍ ହଟିଲା

କନ୍ଧମାଳରେ ବସ୍ ଚଳାଚଳ: ଶନି-ରବି ସଟ୍ ଡାଉନ୍ ହଟିଲା

by Times One Odia
Share with
     
 
 
   

ରାଇକିଆ(ରଜତ କୁମାର ନାୟକ): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ହ୍ରାସ ପାଇବାପରେ ସରକାରଙ୍କ ପକ୍ଷରୁ ଏକ ନୁଆ କୋଭିଡ୍-୧୯ ଗାଇଡ୍ ଲାଇନ୍ ଅନୁଯାୟୀ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଖୋଲିବା ଏବଂ ଜିଲ୍ଲା ମଧ୍ୟରେ ଗାଡି ମଟର ଯାତାୟାତ ପାଇଁ ଅନୁମତି ଦିଆଯାଇଛି। ରାଜ୍ୟର ୩୦ ଜିଲ୍ଲା ମଧ୍ୟରେ କମ୍ ସଂକ୍ରମଣ ଜିଲ୍ଲାକୁ ଏ କାଟାଗରି ଏବଂ ଅନ୍ୟ ଜିଲ୍ଲାକୁ ବି କାଟାଗରିରେ ବିଭକ୍ତ କରାଯାଇଛି।ଏଥିରେ କନ୍ଧମାଳ ଜିଲ୍ଲା “ଏ” କାଟାଗରି ମଧ୍ୟରେ ରହିଛି।ସେହି କ୍ରମେ ଜିଲ୍ଲାରେ ସକାଳ ୬ ଠାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଏବଂ ଜିଲ୍ଲା ମଧ୍ୟରେ ବସ୍ ଚଳାଚଳ କରିବାକୁ ଅନୁମତି ଦିଆଯାଇଛି। ରାଇକିଆ ଅଞ୍ଚଳରେ ସମସ୍ତ ଦୋକାନ ବଜାର ଖୋଲା ରହିଥିବା ବେଳେ ବସ୍ ଚଳାଚଳ ହେଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଗୋଟିଏ ରୁ ଦୁଇଟି ବସ୍ ଚଳାଚଳ ହେଉଥିବା ବେଳେ କୋଭିଡ୍-୧୯ ଗାଇଡ୍ ଲାଇନ୍ ଅନୁଯାୟୀ ଚାଲୁଛି। ବସ୍ ରେ ଯାତ୍ରିଙ୍କ ସଂଖ୍ୟା ବହୁତ କମ୍ ରହିଥାବା ଦେଖିବାକୁ ମିଳୁଛି। ଜିଲ୍ଲା ମଧ୍ୟରେ ଜି ଉଦୟଗିରି, ରାଇକିଆ, ବାଲିଗୁଡ଼ା କୁ ବସ୍ ଚଳାଚଳ ହେଉଛି। ରାଇକିଆ ବ୍ଲକ୍ ରେ କରୋନା ସଂକ୍ରମଣ ସ୍ଥିତି ଠିକ୍ ରହିଥିବା ଯୋଗୁଁ ପ୍ରଶାସନ ଏବଂ ଅଞ୍ଚଳବାସୀ ଆସ୍ଵସ୍ଥି ହୋଇଛନ୍ତି। ଏବଂ ଲୋକେ ନିୟମ ମାନି ଚଳୁଥିବା ଦେଖିବାକୁ ମିଳୁଛି।

related posts

1 comment

Deepak Kumar majhi July 3, 2021 - 1:10 pm

👍

Reply

Leave a Comment